Posted inଜାତୀୟ

ଚର୍ଚ୍ଚାରେ ଯମଜ ଭଉଣୀ: MBBS ପରୀକ୍ଷାରେ ସମାନ ନମ୍ବର ରଖି ସୃଷ୍ଟି କଲେ ଅନନ୍ୟ ରେକର୍ଡ

ସୁରତ,୯।୩: ଆଜିକାଲି ଗୁଜରାଟର ଯମଜ ଭଉଣୀ ଚର୍ଚ୍ଚାରେ ଅଛନ୍ତି। ଦୁହେଁ MBBS ପରୀକ୍ଷାରେ ସମାନ ନମ୍ବର ରଖି ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛନ୍ତି। ଗୁଜରାଟର ସୁରତର ବାସିନ୍ଦାର ବାସିନ୍ଦା ରିବା ଏବଂ ରହିନ ହାଫିଜ ଏହି ବିରଳ ସଫଳତାକୁ ସେଲିବ୍ରେଟ୍‌ କରୁଛନ୍ତି। ଉଭୟ ସମାନ ନମ୍ବରରେ ଭଦୋଦରାର GMERS ମେଡିକାଲ କଲେଜରୁ ଏକକାଳୀନ MBBS ଶେଷ କରିଛନ୍ତି। ସେ ପରୀକ୍ଷାରେ ମୋଟ ୯୩୫ ନମ୍ବର ଅର୍ଥାତ୍‌ ୬୬.୮ ପ୍ରତିଶତ ନମ୍ବର ରଖିଛନ୍ତି।

ଏହି ଦୁଇ ୨୪ ବର୍ଷୀୟ ଭଉଣୀ ଆର୍ଥିକ ଅସୁବିଧାକୁ ଦୂର କରି ଡାକ୍ତର ହେବାର ସଫଳତା ହାସଲ କରିଛନ୍ତି। ତାଙ୍କ ମାଆ ଗୁଲଶାଦ ବାନୁ ଜଣେ ସିଙ୍ଗଲ ମଦର ଏବଂ ପେଶାରେ ଜଣେ ଶିକ୍ଷୟିତ୍ରୀ। ରହିନ ହାଫିଜି କହିଛନ୍ତି, ମୋ ମାମୁଁ ଜଣେ ଡାକ୍ତର, ଯିଏ ଆମକୁ ଚିକିତ୍ସା କ୍ଷେତ୍ରକୁ ଯିବା ପାଇଁ ପ୍ରେରଣା ଦେଇଥିଲେ। ଆମେ ସବୁବେଳେ ଏକାଠି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲୁ, ତେଣୁ ଆଜି ଏହି ସଫଳତା ପାଇଛୁ।

ରିପୋର୍ଟ ଅନୁସାରେ, ରିବା ଦଶମ ଶ୍ରେଣୀ ପରୀକ୍ଷାରେ ୯୯ ପ୍ରତିଶତ ନମ୍ବର ରଖିଥିବାବେଳେ, ରହିନ ୯୮.୫ ପ୍ରତିଶତ ନମ୍ବର ପାଇଥିଲେ। ଦ୍ୱାଦଶ ଶ୍ରେଣୀରେ ସେ ଯଥାକ୍ରମେ ୯୮.୨ ଏବଂ ୯୭.୩ ପ୍ରତିଶତ ମାର୍କ ପାଇଥିଲେ। ବିନା କୋଚିଂରେ ଦୁହେଁ NEET UGରେ ଚମତ୍କାର ପ୍ରଦର୍ଶନ କରିଥିଲେ। ରିବା ୯୭ ପ୍ରତିଶତ ନମ୍ବର ରଖିଥିବାବେଳେ, ରହିନ ୯୭.୭ ପ୍ରତିଶତ ନମ୍ବର ରଖିଥିଲେ।

ଏହି ଯମଜ ଭଉଣୀମାନେ ସେମାନଙ୍କର ସଫଳତାର ଶ୍ରେୟ ସେମାନଙ୍କ ମା’ ଏବଂ ଜେଜେମାଆଙ୍କୁ ଦେଇଛନ୍ତି ଏହି ଦୁହେଁ ସେମାନଙ୍କୁ ସବୁବେଳେ ସମର୍ଥନ ଏବଂ ଉତ୍ସାହିତ କରିଥିଲେ। ରହିନ କହିଛନ୍ତି, ଆମେ ଅନେକ ଉତ୍ଥାନ-ପତନ ଦେଖିଛୁ, କିନ୍ତୁ ମା’ ଏବଂ ଜେଜେମାଆ ଆମର ଶକ୍ତି ଏବଂ ପ୍ରେରଣାର ନିରନ୍ତର ଉତ୍ସ ହୋଇ ଆସିଛନ୍ତି। ଆମେ ଖୁସି ଯେ ଆମେ ତାଙ୍କର ସ୍ବପ୍ନ ପୂରଣ କରିପାରିଲୁ। ସରକାରୀ ସ୍କଲାରସିପ ଏବଂ ଅନ୍ୟାନ୍ୟ ଯୋଗ୍ୟତା ଭିତ୍ତିକ ଆର୍ଥିକ ସହାୟତା ମାଧ୍ୟମରେ ଆମେ ଏଠି ପହଞ୍ଚିଛୁ। ଆଗକୁ ଡାକ୍ତର ହୋଇ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଦୃଢ଼ ସଂକଳ୍ପବଦ୍ଧ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri