ଯାଆଁଳା ଭଉଣୀ, ହେଲେ ଜନ୍ମ ବର୍ଷ-ତାରିଖ ଭିନ୍ନ ଭିନ୍ନ…

ଓ୍ବାଶିଂଟନ,୭।୧ : ଯାଆଁଳା ଭଉଣୀ କିନ୍ତୁ ବିଭିନ୍ନ ଦିନ ଏବଂ ବର୍ଷରେ ଜନ୍ମଦିନ, ଶୁଣିବା ଏକ ଆଶ୍ଚର୍ଯ୍ୟଜନକ ବିଷୟ ହୋଇପାରେ କିନ୍ତୁ ଏହା ସତ୍ୟ। ବାସ୍ତବରେ, ଆମେରିକାର ଟେକ୍ସାସରେ କାଳୀ ଜୋ ଫ୍ଲାଭଲେନ ନାମକ ଜଣେ ମହିଳା ୩୧ ଡିସେମ୍ବର ୨୦୨୨ ଦିନ ରାତି ୧୧ଟା ୫୫ ରେ ତାଙ୍କର ପ୍ରଥମ କନ୍ୟା ସନ୍ତାନ ଆନି ଜୋଙ୍କୁ ଜନ୍ମ ଦେଇଥିଲେ ଏବଂ ପରେ ୧ ଜାନୁଆରୀ ୨୦୨୩ ମଧ୍ୟରାତ୍ର ୧୨ ଟା ୧ରେ ଦ୍ୱିତୀୟ ଝିଅ ଇଫି ରୋଜଙ୍କୁ ଜନ୍ମ ଦେଇଥିଲେ। ତେବେ ପିଲାମାନେ ଗୋଟିଏ ବର୍ଷରେ ଜନ୍ମ ହେବେ ବୋଲି ଦମ୍ପତି ଭାବିଥିଲେ।

ମହିଳା ଜଣକ ଏହି ଖୁସି ଖବର ସହିତ ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଟେକ୍ସାସ ହସ୍ପିଟାଲର ଡାକ୍ତରଙ୍କ କହିବାନୁସାରେ, ଏହା ଏକ ଅନନ୍ୟ ଘଟଣା। ପ୍ରାୟ ୨୦ ଲକ୍ଷ ଯାଆଁଳା ଶିଶୁଙ୍କ କ୍ଷେତ୍ରରେ ଏଭଳି ପରିସ୍ଥିତି ଦେଖାଯାଇଥାଏ। ଗତ ବର୍ଷ କାଲିଫର୍ନିଆରେ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଥିଲା। ଫାତିମା ମାଡ୍ରିଗାଲ ୧୫ ମିନିଟର ବ୍ୟବଧାନରେ ଦୁଇଟି ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଥିଲେ। ଜଣଙ୍କର ନାମ ଆଲିନ ଯିଏ ୩୧ ଡିସେମ୍ବର ୨୦୨୧ ରେ ଜନ୍ମ ହୋଇଥିବା ବେଳେ ଅନ୍ୟଜଣଙ୍କ ଚାଉକର ଯିଏ ୧ ଜାନୁୟାରୀ ୨୦୨୩ ରେ ଜନ୍ମ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri