ପ୍ରତିଶ୍ରୁତିରେ ବିତିଲାଣି ୨୨ ବର୍ଷ

କେନ୍ଦୁଝର, ୨୭।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଶିବନାରାୟଣପୁର ଗୋଡା ପଞ୍ଚାୟତର ତମାଙ୍ଗ ଗ୍ରାମର କାଞ୍ଜିଆଝରଣ ସାହିରେ ବସବାସ କରୁଥିବା ପାହାଡିଆ ଭୂୟାଁ ଆଦିବାସୀମାନେ ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ରହିଛନ୍ତି। ସାହିକୁ ସବୁଦିନିଆ ରାସ୍ତା ନାହିଁ କି ପାନୀୟ ଜଳ ସୁବିଧା ନାହିଁ। ଏଠାରେ ଥିବା ନଳକୂପ ମଧ୍ୟ କାମରେ ଲାଗୁ ନ ଥିବାରୁ ଲୋକେ ବାଧ୍ୟ ହୋଇ ନାଳ ବା ଚୁଆ ପାଣି ପିଉଛନ୍ତି। ଏହି ସାହିବାସୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ୨୨ବର୍ଷ ପୂର୍ବେ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ସେସବୁ ପାଣିରେ ମିଳେଇଗଲା।
ଉପର ତମାଙ୍ଗ ଅର୍ଥାତ ଏହି ସାହିର ଲୋକେ ପାହାଡ ଉପରେ ବସବାସ କରି ଆସୁଥିଲେ। ଜଙ୍ଗଲ ପାହାଡ଼ରେ ଚାଷବାସ କରି ଏବଂ ବିଭିନ୍ନ ସାମଗ୍ରୀ ସଂଗ୍ରହ କରି ଚଳିଆସୁଥିଲେ। ତେବେ ସେମାନଙ୍କ ବିକାଶ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ପାରିବାରୁ ୧୯୯୯ରେ ବୁଝାଶୁଝା କରି ସେମାନଙ୍କୁ ପାହାଡ ତଳକୁ ଆଣି ଥଇଥାନ କରାଯାଇଥିଲା ବୋଲି ତେଲକୋଇ ଅଞ୍ଚଳର ସାମାଜିକ କର୍ମୀ କ୍ରିଷ୍ଣ ପ୍ରସାଦ ସାହୁ କହିଛନ୍ତି ା ଉକ୍ତ ସାହିରେ ଏବେ ପାଖାପାଖି ୩୦ ଭୂୟାଁ ଆଦିବାସୀ ପରିବାର ବସବାସ କରୁଛନ୍ତି। ଆବାସ ଯୋଜନାରେ ଲୋକଙ୍କୁ ଘର ମିଳିଛି କିନ୍ତୁ ସବୁ ଅଧାପନ୍ତରିଆ ହୋଇ ରହିଥିବାରୁ ଆଦିବାସୀମାନେ ଭଙ୍ଗା ଦଦରା ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ତେଲକୋଇ ବ୍ଲକ ମୁଖ୍ୟାଳୟ ଠାରୁ ପ୍ରାୟ ୧୩ କି.ମି. ଏବଂ ପଞ୍ଚାୟତ ମୁଖ୍ୟାଳୟଠାରୁ ପ୍ରାୟ ୪ କି.ମି. ଦୂରରେ ଏହି ସାହି ରହିଥିଲେ ହେଁ ସବୁଦିନିଆ ରାସ୍ତା ନାହିଁ। କୋଭିଡ୍‌ ପାଇଁ ସ୍କୁଲ ବନ୍ଦ ଥିବାରୁ ଛୋଟ ଛୋଟ ପିଲା ଜଙ୍ଗଲ ରାସ୍ତାରେ ଶିବନାରାୟଣପୁର ଗୋଡ଼ାକୁ ଟ୍ୟୁଶନ ପାଇଁ ଯାଉଛନ୍ତି। ଜଙ୍ଗଲି ରାସ୍ତାରେ ଭାଲୁ, ସାପ ଭୟ ସତ୍ତ୍ୱେ ପିଲାମାନେ ତଥା ସ୍ଥାନୀୟ ଲୋକ ଯିବା ଆସିବା କରିବାକୁ ବାଧ୍ୟ ହୋଇଥାନ୍ତି। ଅସୁରକ୍ଷିତ ଅବସ୍ଥାରେ ନାଳ ପାର ହୋଇଯିବା ଆସିବା କରୁଥିବାରୁ ବିପଦ ଆଶଙ୍କା ରହୁଛି। ବର୍ଷା ଦିନରେ ଏହି ସାହିର ଲୋକେ ଜଳବନ୍ଦୀ ହୋଇଥାନ୍ତି ା ଅଗମ୍ୟ ଅଞ୍ଚଳ ହୋଇଥିବାରୁ ବିଦ୍ୟୁତ ବ୍ୟବସ୍ଥା ନାହିଁ। ସେମାନଙ୍କୁ ଦିଆଯାଇଥିବା ସୋଲାର ଲାଇଟ କାମ କରୁ ନ ଥିବାରୁ ସବୁବେଳେ ଅନ୍ଧାରରେ। ମୋବାଇଲ ସେବା କାମ କରୁନାହିଁ। ଏଣୁ ଆପାତକାଳୀନ ସମୟରେ ଆମ୍ବୁଲାନ୍ସ ବା ଦମକଳ ବାହିନୀକୁ ଫୋନ ଯୋଗେ ଡାକିବା ସମ୍ଭବ ହୋଇପାରୁନାହିଁ। ରାସ୍ତା ସମସ୍ୟା ପାଇଁ ସେସବୁ ଗାଡି ମଧ୍ୟ ପହଞ୍ଚିପାରୁନାହିଁ। ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯିବାରୁ ସେମାନେ ଘରବାଡି ଛାଡି ପାହାଡ ତଳକୁ ଚାଲି ଆସିଥିଲେ। କିନ୍ତୁ ୨୨ବର୍ଷ ପରେ ମଧ୍ୟ କୌଣସି ସୁବିଧା ମିଳିଲା ନାହିଁ କିମ୍ବା ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇଲେ ନାହିଁ ବୋଲି ଫଗୁଣୀ ଦେହୁରୀ, କମଳା ଦେହୁରୀ, ଗୁରୁବାରୀ ପ୍ରଧାନ, ଦେବ ଦେହୁରୀ, ସୁକୁଟା ପ୍ରଧାନ ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ବିଡିଓ ଦିଲିପ କୁମାର ବାରାଙ୍କୁ ପଚାରିବାରୁ ରାସ୍ତା ସମସ୍ୟା ଯୋଗୁ ଅନ୍ୟାନ୍ୟ ବିକାଶମୂଳକ କାମ ହୋଇ ପାରୁନାହିଁ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ରାସ୍ତା କାମ ଆରମ୍ଭ ହୋଇଛି। ତେବେ ଘରୋଇ ଜମି ଓ ସଂରକ୍ଷିତ ଜଙ୍ଗଲ ଜମି ଯୋଗୁ ରାସ୍ତା କାମ ଆଗେଇ ପାରୁନାହିଁ। ଏନେଇ ତହସିଲ ସହିତ ଯୋଗାଯୋଗ କରି ରାସ୍ତା ପାଇଁ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

ଇହୁଦୀ ପର୍ବ ପାଳନ ବେଳେ ବିଚରେ ଫାୟାରିଂ, ୧୦ ମୃତ

ନୂଆଦିଲ୍ଲୀ,୧୪।୧୨: ଆଜି ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚ୍‌ରେ ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼ ଘଟିଛି। ଦୁଇଜଣ ସଶସ୍ତ୍ର ଆକ୍ରମଣକାରୀ ସାଧାରଣ ଲୋକଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri