ପ୍ରତିଶ୍ରୁତିରେ ବିତିଲାଣି ୨୨ ବର୍ଷ

କେନ୍ଦୁଝର, ୨୭।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଶିବନାରାୟଣପୁର ଗୋଡା ପଞ୍ଚାୟତର ତମାଙ୍ଗ ଗ୍ରାମର କାଞ୍ଜିଆଝରଣ ସାହିରେ ବସବାସ କରୁଥିବା ପାହାଡିଆ ଭୂୟାଁ ଆଦିବାସୀମାନେ ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ରହିଛନ୍ତି। ସାହିକୁ ସବୁଦିନିଆ ରାସ୍ତା ନାହିଁ କି ପାନୀୟ ଜଳ ସୁବିଧା ନାହିଁ। ଏଠାରେ ଥିବା ନଳକୂପ ମଧ୍ୟ କାମରେ ଲାଗୁ ନ ଥିବାରୁ ଲୋକେ ବାଧ୍ୟ ହୋଇ ନାଳ ବା ଚୁଆ ପାଣି ପିଉଛନ୍ତି। ଏହି ସାହିବାସୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ୨୨ବର୍ଷ ପୂର୍ବେ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ସେସବୁ ପାଣିରେ ମିଳେଇଗଲା।
ଉପର ତମାଙ୍ଗ ଅର୍ଥାତ ଏହି ସାହିର ଲୋକେ ପାହାଡ ଉପରେ ବସବାସ କରି ଆସୁଥିଲେ। ଜଙ୍ଗଲ ପାହାଡ଼ରେ ଚାଷବାସ କରି ଏବଂ ବିଭିନ୍ନ ସାମଗ୍ରୀ ସଂଗ୍ରହ କରି ଚଳିଆସୁଥିଲେ। ତେବେ ସେମାନଙ୍କ ବିକାଶ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ପାରିବାରୁ ୧୯୯୯ରେ ବୁଝାଶୁଝା କରି ସେମାନଙ୍କୁ ପାହାଡ ତଳକୁ ଆଣି ଥଇଥାନ କରାଯାଇଥିଲା ବୋଲି ତେଲକୋଇ ଅଞ୍ଚଳର ସାମାଜିକ କର୍ମୀ କ୍ରିଷ୍ଣ ପ୍ରସାଦ ସାହୁ କହିଛନ୍ତି ା ଉକ୍ତ ସାହିରେ ଏବେ ପାଖାପାଖି ୩୦ ଭୂୟାଁ ଆଦିବାସୀ ପରିବାର ବସବାସ କରୁଛନ୍ତି। ଆବାସ ଯୋଜନାରେ ଲୋକଙ୍କୁ ଘର ମିଳିଛି କିନ୍ତୁ ସବୁ ଅଧାପନ୍ତରିଆ ହୋଇ ରହିଥିବାରୁ ଆଦିବାସୀମାନେ ଭଙ୍ଗା ଦଦରା ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ତେଲକୋଇ ବ୍ଲକ ମୁଖ୍ୟାଳୟ ଠାରୁ ପ୍ରାୟ ୧୩ କି.ମି. ଏବଂ ପଞ୍ଚାୟତ ମୁଖ୍ୟାଳୟଠାରୁ ପ୍ରାୟ ୪ କି.ମି. ଦୂରରେ ଏହି ସାହି ରହିଥିଲେ ହେଁ ସବୁଦିନିଆ ରାସ୍ତା ନାହିଁ। କୋଭିଡ୍‌ ପାଇଁ ସ୍କୁଲ ବନ୍ଦ ଥିବାରୁ ଛୋଟ ଛୋଟ ପିଲା ଜଙ୍ଗଲ ରାସ୍ତାରେ ଶିବନାରାୟଣପୁର ଗୋଡ଼ାକୁ ଟ୍ୟୁଶନ ପାଇଁ ଯାଉଛନ୍ତି। ଜଙ୍ଗଲି ରାସ୍ତାରେ ଭାଲୁ, ସାପ ଭୟ ସତ୍ତ୍ୱେ ପିଲାମାନେ ତଥା ସ୍ଥାନୀୟ ଲୋକ ଯିବା ଆସିବା କରିବାକୁ ବାଧ୍ୟ ହୋଇଥାନ୍ତି। ଅସୁରକ୍ଷିତ ଅବସ୍ଥାରେ ନାଳ ପାର ହୋଇଯିବା ଆସିବା କରୁଥିବାରୁ ବିପଦ ଆଶଙ୍କା ରହୁଛି। ବର୍ଷା ଦିନରେ ଏହି ସାହିର ଲୋକେ ଜଳବନ୍ଦୀ ହୋଇଥାନ୍ତି ା ଅଗମ୍ୟ ଅଞ୍ଚଳ ହୋଇଥିବାରୁ ବିଦ୍ୟୁତ ବ୍ୟବସ୍ଥା ନାହିଁ। ସେମାନଙ୍କୁ ଦିଆଯାଇଥିବା ସୋଲାର ଲାଇଟ କାମ କରୁ ନ ଥିବାରୁ ସବୁବେଳେ ଅନ୍ଧାରରେ। ମୋବାଇଲ ସେବା କାମ କରୁନାହିଁ। ଏଣୁ ଆପାତକାଳୀନ ସମୟରେ ଆମ୍ବୁଲାନ୍ସ ବା ଦମକଳ ବାହିନୀକୁ ଫୋନ ଯୋଗେ ଡାକିବା ସମ୍ଭବ ହୋଇପାରୁନାହିଁ। ରାସ୍ତା ସମସ୍ୟା ପାଇଁ ସେସବୁ ଗାଡି ମଧ୍ୟ ପହଞ୍ଚିପାରୁନାହିଁ। ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯିବାରୁ ସେମାନେ ଘରବାଡି ଛାଡି ପାହାଡ ତଳକୁ ଚାଲି ଆସିଥିଲେ। କିନ୍ତୁ ୨୨ବର୍ଷ ପରେ ମଧ୍ୟ କୌଣସି ସୁବିଧା ମିଳିଲା ନାହିଁ କିମ୍ବା ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇଲେ ନାହିଁ ବୋଲି ଫଗୁଣୀ ଦେହୁରୀ, କମଳା ଦେହୁରୀ, ଗୁରୁବାରୀ ପ୍ରଧାନ, ଦେବ ଦେହୁରୀ, ସୁକୁଟା ପ୍ରଧାନ ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ବିଡିଓ ଦିଲିପ କୁମାର ବାରାଙ୍କୁ ପଚାରିବାରୁ ରାସ୍ତା ସମସ୍ୟା ଯୋଗୁ ଅନ୍ୟାନ୍ୟ ବିକାଶମୂଳକ କାମ ହୋଇ ପାରୁନାହିଁ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ରାସ୍ତା କାମ ଆରମ୍ଭ ହୋଇଛି। ତେବେ ଘରୋଇ ଜମି ଓ ସଂରକ୍ଷିତ ଜଙ୍ଗଲ ଜମି ଯୋଗୁ ରାସ୍ତା କାମ ଆଗେଇ ପାରୁନାହିଁ। ଏନେଇ ତହସିଲ ସହିତ ଯୋଗାଯୋଗ କରି ରାସ୍ତା ପାଇଁ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri