ଅଭିଯୁକ୍ତଙ୍କ ମୃତ୍ୟୁର ୨୧ ମାସ ପରେ କୋର୍ଟ ରାୟ ଦେଲେ ନିର୍ଦ୍ଦୋଷ…

ରାୟପୁର,୧୦।୧୦: ମୃତ୍ୟୁର ୨୧ ମାସ ପରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଗତ ୧୮ ବର୍ଷ ଧରି ଏହି ମାମଲାର ଶୁଣାଣି ଜାରି ରହିଥିଲା। ଜୀବନ ସାରା ତାଙ୍କ ବିରୋଧରେ ଅଣାଯାଇଥିବା ଦୁର୍ନୀତି ଅଭିଯୋଗରୁ ମୁକ୍ତି ପାଇବା ପାଇଁ ଅଭିଯୁକ୍ତ ନ୍ୟାୟ ଲାଗି ଲଢ଼ିଥିଲେ। ସେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ କିନ୍ତୁ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିଥିଲେ। ଶେଷରେ, ସେ ଦୁନିଆ ଛାଡିଥିଲେ। ତାଙ୍କ ମୃତ୍ୟୁର ୨୧ ମାସ ପରେ, ସେ ନିର୍ଦ୍ଦୋଷ ବୋଲି କୋର୍ଟ ରାୟ ଦେଇଛନ୍ତି। ଛତିଶଗଡରେ ଏହି ଘଟଣା ଘଟିଛି।

୧୯୯୯ଠାରୁ ଏହି ମାମଲାର ବିଚାର ଚାଲିଥିଲା। ଛତିଶଗଡର ଦୁର୍ଗ ଜିଲାର ଶିବ ପ୍ରସାଦ ଫରେଷ୍ଟ ବିଡ ଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ। କାଠ ଚୋରି ହେବାର ସୂଚନା ପାଇ ସେ ଘଟଣାସ୍ଥଳରେ ପହଞ୍ଚି କାଠ ଜବତ କରିଥିଲେ। ପରେ କାଠ ଚୋରି ମାମଲାର ଅଭିଯୁକ୍ତ ତାଙ୍କ ବିରୋଧରେ ୧୦୦୦ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ଆଣିଥିଲେ। ଏକ ସ୍ବତନ୍ତ୍ର ଅଦାଲତରେ ଏହି ମାମଲାର ଶୁଣାଣି କରାଯାଇଥିଲା ଏବଂ ଶିବ ପ୍ରସାଦ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଦଣ୍ଡିତ ହୋଇଥିଲେ।

ସ୍ବତନ୍ତ୍ର କୋର୍ଟର ଏହି ନିଷ୍ପତ୍ତି ବିରୋଧରେ ଶିବ ପ୍ରସାଦ ୨୦୦୩ ରେ ହାଇକୋର୍ଟରେ ଆବେଦନ କରିଥିଲେ। ସେଠାରେ ମାମଲାର ଶୁଣାଣି ଜାରି ରହିଥିଲା। ଏହି ସମୟରେ ଶିବ ପ୍ରସାଦ ଏବଂ ତାଙ୍କ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଡିସେମ୍ବର ୨୦୧୯ରେ ଶିବ ପ୍ରସାଦଙ୍କର ମୃତ୍ୟୁ ଘଟିଥିଲା। ଏବେ ୨୦୨୧ରେ କୋର୍ଟ ଶିବ ପ୍ରସାଦଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରଛନ୍ତି। ଶିବ ପ୍ରସାଦଙ୍କୁ ନ୍ୟାୟ ମିଳିଛି, କିନ୍ତୁ ସେ ଏହାକୁ ଦେଖିବା ପାଇଁ ଜୀବିତ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri