Categories: ଫୁରସତ

ସପ୍ତାହକୁ କରିପାରିବେ ସାଢ଼େ ୭ ଲକ୍ଷ ଟଙ୍କା ଆୟ

କରୋନା ଯୋଗୁ ଜାରି ରହିଛି ଲକ୍‌ଡାଉନ୍‌। ଏହି ସମୟରେ ଅଧିକାଂଶ ଲୋକ ନିଜ ଜୀବିକା ହରାଇ କେବଳ ଘରେ ବସିରହିଛନ୍ତି। ଏହି ସମୟରେ ଏକ କମ୍ପାନୀ ଏକ ସୁନ୍ଦର ଅଫର ଦେଇଛି। ମାତ୍ର ସପ୍ତାହରେ ଜଣେ ବ୍ୟକ୍ତି ସାଢ଼େ ୭ ଲକ୍ଷ ଟଙ୍କା ଆୟ କରିପାରିବ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବିଡେଟ କମ୍ପାନୀ ଟୁସି ଏମିତି ଜଣେ କର୍ମଚାରୀ ଚାହୁଁଛି ଯିଏକି ତା’ର ସମସ୍ତ ଉତ୍ପାଦର ଟେଷ୍ଟିଂ କରିପାରିବ। ଏହି କମ୍ପାନୀ ଟୟଲେଟରେ ବ୍ୟବହୃତ ଜିନିଷ ବନାଇଥାଏ। ଏବେ କମ୍ପାନୀ ସବୁଠାରୁ ଆରାମଦାୟକ ଟୟଲେଟ ତିଆରି କରିବାକୁ ଯାଉଛି। ତେଣୁ କମ୍ପାନୀ ଏମିତି ଜଣେ କର୍ମଚାରୀ ଚାହୁଛି ଯିଏକି ସବୁ ପ୍ରକାର ଟୟଲେଟରେ ବସି ଶୌଚ କରିପାରୁଥିବ। ଏଥିସହ କେଉଁଟା ସବୁଠାରୁ ଆରାମଦାୟକ ଲାଗୁଛି ତାହା ସେ କହିପାରୁଥିବ। ତେବେ ଏହି ଚାକିରି ପାଇଁ ଇଚ୍ଛୁକ କର୍ମଚାରୀଙ୍କ ପାଖରେ ଲାଟେଷ୍ଟ ଟୟଲେଟ ବିଷୟରେ ଜ୍ଞାନ ଥିବା ଦରକାର। କେଉଁ ଟୟଲେଟ ଆରାମଦାୟକ, କେଉଁଟା କମ୍‌ ଆରାମଦାୟକ ସେ ବିଷୟରେ ଉକ୍ତ ବ୍ୟକ୍ତିକୁ ସୋସିଆଲ ମିଡିଆରେ ଶେୟାର କରିବାକୁ ପଡ଼ିବ। ଆପଣ କେତେ ଖାଇଥିଲେ ତା’ ହିସାବରେ କେତେ ପଟି କରିଛନ୍ତି ସବୁ କିଛି ଲେଖିବାକୁ ପଡ଼ିବ। ଏଥିପାଇଁ ଇଚ୍ଛୁକ ବ୍ୟକ୍ତି ନିଜର ଏକ ଭିଡିଓକରି ଏହି କମ୍ପାନୀକୁ ପଠାଇପାରବ। ଜଣେ ଏହି କମ୍ପାନୀ ପାଇଁ କାହିଁକି ଉପଯୁକ୍ତ ସେ ନେଇ ଭିଡିଓରେ କହିବାକୁ ପଡ଼ିବ। ଏଥିପାଇଁ ବୟସ ସୀମା ୨୧ରୁ ଊର୍ଦ୍ଧ୍ୱ ହୋଇଥିବା ଦରକାର।

Share