Categories: ଫୁରସତ

କଇଁଛଙ୍କ ପ୍ରେମ: ବିପଦରେ ପଡିଥିବା ବନ୍ଧୁକୁ କିପରି ଉଦ୍ଧାର କରୁଛି କଇଁଛ

ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ୨ କଇଁଛର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏକ କଇଁଛ ରାସ୍ତାରେ ଓଲଟି ଯାଉଛି, ସେ ସିଧା ହୋଇ ପୂର୍ବଭଳି ଚାଲି ପାରୁ ନାହିଁ। ସାଥୀରେ ଥିବା ଅନ୍ୟ ଏକ କଇଁଛ ତାକୁ ପେଲିପେଲି ସିଦ୍ଧା କରିବାକୁ ଚେଷ୍ଟାକରୁଛି। ଶେଷରେ ସେଥିରେ ସଫଳ ହେଉଛି। ପରେ ଉଭୟ ଚାଲିଚାଲି ଯାଉଛନ୍ତି। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ତୁମକୁ ସମଗ୍ର ବିଶ୍ୱର ଆବଶ୍ୟକତା ନାହିଁ । ଭଲ ପାଇବା ପାଇଁ କେବଳ ଜଣେ ଦରକାର। ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।

 

Share