ଭୂକମ୍ପ ପରେ ତୁର୍କୀକୁ ଆଉ ଏକ ବିପଦ,ବନ୍ୟାରେ ଗଲାଣି ୫ ଜୀବନ

ଆଙ୍କାରା,୧୬।୩: ଭୟଙ୍କର ଭୂକମ୍ପ ପରେ ବର୍ତ୍ତମାନ ତୁର୍କୀକୁ ଆଉ ଏକ ବିପଦ ମାଡି ଆସିଛି। ଏଠାରେ ଦକ୍ଷିଣ ପ୍ରଦେଶରେ ଜଳ ସ୍ତର ଯଥେଷ୍ଟ ବୃଦ୍ଧି ପାଇଛି। ଫଳରେ ଅନେକ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ଲୋକଙ୍କ ଘର ପାଣିରେ ବୁଡି ରହିଛି। ଏ ପର୍ଯ୍ୟନ୍ତ ୫ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଲୋକ ନିଖୋଜ ଥିବା କୁହାଯାଉଛି।

ତୁର୍କୀର ଅନ୍ତରୀଣ ମନ୍ତ୍ରୀ ସୁଲେମାନ ସୋଏଲୁ କହିଛନ୍ତି ଯେ ସାନଲିଉର୍ଫା ଏବଂ ଆଦିଆମାନ ପ୍ରଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦୁଇଟି ପ୍ରଦେଶ ୧୧ଟି ପ୍ରଦେଶ ମଧ୍ୟରେ ଅଛି, ଯାହା ଭୂକମ୍ପରେ ପ୍ରଭାବିତ ହୋଇଥିଲା। ସୋଏଲୁ କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ବନ୍ୟା ଯୋଗୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଯେଉଁଥିରୁ ଆମର ଏଠି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କର ସନ୍ଧାନ ଚାଲିଛ। ଏଥି ସହିତ ତୁର୍କୀର ଦକ୍ଷିଣ ପ୍ରଦେଶରେ ଅନ୍ୟ ଚାରି ଜଣଙ୍କର ମୃତ୍ୟୁ ଘଟିଛି।

Share