କୋକାକୋଲା-ନେଷ୍ଟଲେ ଉପରେ ପ୍ରତିବନ୍ଧକ ଲଗାଇଲା ତୁର୍କୀ ସଂସଦ…

ଆଙ୍କରା,୮।୧୧ : ଗତ ଏକ ମାସ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ ତୁର୍କୀ ସଂସଦ ଦେଶର ରେଷ୍ଟୁରାଣ୍ଟରେ ଅନେକ ଉତ୍ପାଦର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି। ତୁର୍କୀ ସରକାର କହିଛନ୍ତି ଯେଉଁ କମ୍ପାନୀ ମାନେ ଇସ୍ରାଏଲକୁ ସମର୍ଥନ କରୁଛନ୍ତି ସେମାନଙ୍କର ଉତ୍ପାଦର ବ୍ୟବହାରକୁ ବଏକଟ କରାଯିବ।

ତୁର୍କୀ ସଂସଦ କୋକାକୋଲା ଏବଂ ନେଷ୍ଟଲେ ଉତ୍ପାଦ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି। ତୁର୍କୀ ସଂସଦର ବାଚସ୍ପତି ନୋମାନ କୁର୍ତ୍ତୁଲମସ କହିଛନ୍ତି ସଂସଦ ଇସ୍ରାଏଲର ଆକ୍ରୋଶକୁ ସମର୍ଥନ କରୁଥିବା ଉତ୍ପାଦ ବ୍ୟବହାର କରିବ ନାହିଁ। ତୁର୍କୀର ଉତ୍ତର ପ୍ରଦେଶର ଅର୍ଡୁରେ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ତୁର୍କୀ ଗ୍ରାଣ୍ଡ ନ୍ୟାଶନାଲ ଆସେମ୍ବଲିରେ ଆମେ ଇସ୍ରାଏଲର ଆକ୍ରମଣକୁ ସମର୍ଥନ କରୁଥିବା କମ୍ପାନୀର କୌଣସି ଉତ୍ପାଦ ବ୍ୟବହାର କରିବୁ ନାହିଁ ବୋଲି ସହମତ ହୋଇଛୁ।

ଟିଆରଟି ନ୍ୟୁଜ ଅନୁଯାୟୀ, ନୋମାନ କହିଛନ୍ତି ବର୍ତ୍ତମାନଠାରୁ ଆମେ ସେହି କମ୍ପାନୀମାନଙ୍କଠାରୁ କିଛି କିଣିବୁ ନାହିଁ। ଆମେ କିଣିଥିବା ଉତ୍ପାଦଗୁଡ଼ିକୁ ମଧ୍ୟ ଫିଙ୍ଗିଦେବୁ। ତେବେ ସଂସଦର ବାଚସ୍ପତି ନୋମାନ ସଂସଦର ରେଷ୍ଟୁରାଣ୍ଟରୁ କେଉଁ କମ୍ପାନୀର ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଯାଇଛି ସେ ସମ୍ପର୍କରେ ସୂଚନା ଦେଇନାହାଁନ୍ତି। ରଏଟର୍ସ ଅନୁଯାୟୀ ତୁର୍କୀ ସଂସଦ କୋକାକୋଲା ଏବଂ ନେଷ୍ଟଲର ଉତ୍ପାଦକୁ ବଏକଟ କରିଛି। ନ୍ୟୁଜ ଏଜେନ୍ସି ସୂତ୍ରରୁ ପ୍ରକାଶ ସଂସଦ ରେଷ୍ଟୁରାଣ୍ଟର ମେନୁରୁ କୋକାକୋଲା ଏବଂ ନେଷ୍ଟଲେକୁ ହଟାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରୁ ବଡ଼ ଖବର! ଏହି ତାରିଖରେ ବିଧାନ ପରିଷଦରୁ ଇସ୍ତଫା ଦେବେ ନୀତିଶ କୁମାର

ପାଟନା,୨୭।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାର ବିଧାନସଭା ପରିଷଦ (MLC) ର ସଦସ୍ୟତାରୁ ଇସ୍ତଫା ଦେବେ । ସୂତ୍ର ଅନୁଯାୟୀ, ନୀତିଶ କୁମାର ମାର୍ଚ୍ଚ  ୩୦ରେ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ରାପର-ସିଙ୍ଗରଙ୍କ ହାତରେ ଦେଶର ଶାସନ ଭାର

କାଠମାଣ୍ଡୁ,୨୭।୩: ଆଜି ନେପାଳୀ ରାଜନୀତିରେ ଏକ ଐତିହାସିକ ମୁହୂର୍ତ୍ତ ପ୍ରକାଶ ପାଇଛି। ବାଲେନ ଶାହ – ଜଣେ ରାପର୍‌ ଇଞ୍ଜିନିୟର – ଶୁକ୍ରବାର ନେପାଳର ପ୍ରଧାନମନ୍ତ୍ରୀ ଭାବରେ…

ସଠିକ୍ ହିସାବ ଦେଇପାରିଲେନି SDO, ବାନ୍ଧିଲା ଭିଜିଲାନ୍ସ

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ…

ଅନ୍ତର୍ଜାତୀୟ ଡେବ୍ୟୁ କରିପାରିବେ ବୈଭବ ସୂର୍ଯ୍ୟବଂଶୀ, ଆଉ ବାଧକ ସାଜିବନି ICC ନିୟମ

ନୂଆଦିଲ୍ଲୀ,୨୭।୩: ହରାରେ ସ୍ପୋଟର୍‌ସ କ୍ଲବରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ରୌଦ୍ର ରୂପ ଦେଖାଇଥିଲେ। ଇଂଲଣ୍ଡ ବିପକ୍ଷରେ ଫାଇନାଲ…

ଟ୍ରମ୍ପଙ୍କ ନୂଆ ପାଓ୍ବାର: ଏବେ ଆମେରିକୀୟ ଡଲାରରେ ରହିବ ତାଙ୍କ ଦସ୍ତଖତ, ଜାଣନ୍ତୁ ପୂର୍ବରୁ କିଏ କରୁଥିଲେ…

ଓ୍ବାଶିଂଟନ,୨୭ା୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ପାଓ୍ବାର ବଢ଼ିଛି। ଏଣିକି ଆମେରିକୀୟ ଡଲାରରେ ଟ୍ରମ୍ପଙ୍କ ଦସ୍ତଖତ ରହିବ। ଏହା ଆମେରିକାର ସ୍ବାଧୀନତାର ୨୫୦ତମ ବାର୍ଷିକୀ ପାଳନ…

ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ବୋର୍ଡ, PSLକୁ ନେଇ ନେଲା ଏମିତି ନିଷ୍ପତ୍ତି ସାରା ବିଶ୍ୱ ଚକିତ

ଇସଲାମାବାଦ,୨୭।୩: ପାକିସ୍ତାନ ସୁପର ଲିଗ (PSL)ର ଚଳିତ ସିଜିନରେ କିଛି ଭିନ୍ନ ଘଟଣା ଘଟିଛି। PSL 2026 ଶୁକ୍ରବାରଠାରୁ ଆରମ୍ଭ ହୋଇଛି, ଏବଂ ଏହି ଲିଗ ଏହାର…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri