ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ତୁର୍କୀ…

ନ୍ୟୁୟର୍କ,୨୦।୯ : ମିଳିତ ଜାତିସଂଘ ସାଧାରଣ ସଭାରେ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ କାଶ୍ମୀର ପ୍ରସଙ୍ଗକୁ ପୁଣି ଥରେ ଉଠାଇଛନ୍ତି। ନ୍ୟୁୟର୍କରେ ଅନୁଷ୍ଠିତ ସାଧାରଣ ସଭାର ୭୮ତମ ଅଧିବେଶନରେ ସେ ଦେଇଥିବା ଅଭିଭାଷଣରେ ପୁଣିଥରେ ପାକିସ୍ତାନ ପ୍ରତି ନିଜର ଆନୁଗତ୍ୟ ପ୍ରଦର୍ଶନ କରି କଶ୍ମୀର ଉପରେ ଅନେକ କଥା କହିଛନ୍ତି। କେବଳ ଏତିକି ନୁହେଁ ସେ ମିଳିତ ଜାତିସଂଘର ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

ମିଳିତ ଜାତିସଂଘରେ ସାଧାରଣ ଆଲୋଚନା ସମୟରେ ପାକିସ୍ତାନର ଏଜେଣ୍ଡାକୁ ତୁର୍କୀ ରାଷ୍ଟ୍ରପତି କହିଛନ୍ତି, କେବଳ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ଏବଂ ସହଯୋଗ କଶ୍ମୀରରେ ଚିରସ୍ଥାୟୀ ଏବଂ ନ୍ୟାୟ ଆଣିପାରିବ। ଏହାଦ୍ୱାରା ଦକ୍ଷିଣ ଏସିଆରେ ଆଞ୍ଚଳିକ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା ଆସିବ। ତେବେ ଏନେଇ ବାଟ ଖୋଜିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବିବାଦର ସମାଧାନ ପାଇଁ ତୁର୍କୀ ସମର୍ଥନ ଜାରି ରଖିବ ବୋଲି ସେ କହିଛନ୍ତି।

ଏଥିସହ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ପ୍ରମୁଖ ପରିବର୍ତ୍ତନ ଆଣିବାକୁ ସେ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ୟୁଏନଏସସିରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏହା ଗର୍ବର ବିଷୟ। ଏହି ସମୟରେ, ସୁରକ୍ଷା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କୁ ଟାର୍ଗେଟ କରି କହିଛନ୍ତି ୟୁଏନଏସସିର ୧୫ ଜଣ ସ୍ଥାୟୀ ସଦସ୍ୟଙ୍କୁ ମଧ୍ୟ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରାଯାଉ ବୋଲି ସେ ଚାହୁଁଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦର ଏହି ୨୦ ଟି ଦେଶ ପାଞ୍ଚଜଣ ସ୍ଥାୟୀ ସଦସ୍ୟ ଏବଂ ୧୫ ଅଣ-ସ୍ଥାୟୀ ସଦସ୍ୟଙ୍କୁ ସ୍ଥାୟୀ ସଦସ୍ୟତା ଦିଆଯିବା ଉଚିତ। କାରଣ ଏହି ପାଞ୍ଚ ସ୍ଥାୟୀ ସଦସ୍ୟଙ୍କ ଅପେକ୍ଷା ବିଶ୍ୱ ବଡ଼। ଆମର ଏକମାତ୍ର କଥା ହେଉଛି ବିଶ୍ୱ କେବଳ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଚାଇନା ଏବଂ ରୁଷିଆରେ ସୀମିତ ନୁହେଁ।

ଏହାପୂର୍ବରୁ ୨୦୨୦ ରେ ମଧ୍ୟ ସେ ସାଧାରଣ ସଭାରେ ଆଲୋଚନା ସମୟରେ କଶ୍ମୀର ବିଷୟରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri