୧୦ ଦେଶର ରାଷ୍ଟ୍ରଦୂତଙ୍କୁ ଦେଶରୁ ବାହାର କରିବାକୁ ନିର୍ଦ୍ଦେଶ ଜାରି କଲା ତୁର୍କୀ…

ଆଙ୍କ୍ରା,୨୪।୧୦: ମାନବାଧିକାର କର୍ମୀ ଓସମାନ କଓ୍ବାଲାଙ୍କୁ ମୁକ୍ତ କରିବାକୁ ଦାବି କରୁଥିବା ୧୦ଟି ଦେଶର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବାକୁ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ ନିର୍ଦ୍ଦେଶ ଦେଇଛନ୍ତି।
ଏହି ୧୦ ଦେଶ ମଧ୍ୟରେ କାନାଡା, ଡେନମାର୍କ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ନରୱେ, ସ୍ବିଡେନ ଏବଂ ଆମେରିକା ରହିଛନ୍ତି। ଚାରି ବର୍ଷ ଧରି ଜେଲରେ ଥିବା ଓସମାନଙ୍କୁ ମୁକ୍ତ କରିବା ପାଇଁ ୧୦ଟି ଦେଶର ମିଳିତ ଆବେଦନ ପରେ ଏହି ବହିଷ୍କାର ନିର୍ଦ୍ଦେଶ ଜାରି ହୋଇଛି।

ତୁର୍କୀ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ବୈଦେଶିକ ମନ୍ତ୍ରଣାଳୟକୁ ରାଷ୍ଟ୍ରଦୂତଙ୍କୁ ଡକାଯାଇଥିଲା ଏବଂ ପରେ ସେମାନେ କୂଟନୈତିକ ସମ୍ପର୍କର ଭିଏନା କନଭେନସନ ଉଲ୍ଲଂଘନ କରିଥିବା ଅଭିଯୋଗ ଅଣାଯାଇ ଦେଶରୁ ବହିଷ୍କାର କରାଯାଇଛି। ଆମେରିକା ସମେତ ଏସବୁ ଦେଶଗୁଡିକ ସାମାଜିକ କାର୍ଯ୍ୟକର୍ତ୍ତା ଉସମାନଙ୍କ ମୁକ୍ତିକୁ ସମର୍ଥନ କରିଛନ୍ତି। ଏହା ପରେ ତୁର୍କୀର ରାଷ୍ଟ୍ରପତି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କଭାଲା ଚାରି ବର୍ଷରୁ ଅଧିକ ସମୟ ଜେଲରେ ଅଛନ୍ତି। ଉସମାନଙ୍କ ବିରୋଧରେ କ୍ଷମତା ଦଖଲ ଅଭିଯୋଗ ରହିଛି।

୨୦୧୩ରେ ଦେଶବ୍ୟାପୀ ହୋଇଥିବା ବିରୋଧ ପ୍ରଦର୍ଶନ ସହିତ ଉସମାନ ଜଡିତ ଥିବା ଦର୍ଶାଇ ତାଙ୍କୁ ଜେଲରେ ରଖାଯାଇଛି। ପରେ ତାଙ୍କୁ ମୁକ୍ତ କରାଯାଇଥିଲା, କିନ୍ତୁ ଏହା ପୁଣି ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା। ଏର୍ଦୋଗନ ସରକାରକୁ ହଟାଇବାକୁ ଉଦ୍ୟମ ଅଭିଯୋଗରେ ଉସମାନଙ୍କୁ ୨୦୧୬ରେ ପୁନର୍ବାର ଗିରଫ କରାଯାଇଥିଲା।

ଉସମାନ କହିଛନ୍ତି ଯେ ସେ କିଛି ଭୁଲ କରିନାହାଁନ୍ତି। ତୁର୍କୀ ସରକାରରେ ସମାଲୋଚକମାନଙ୍କର ନିଜସ୍ବ ମତାମତ ଦେବାର ଅଧିକାର ରହିଛି। ସେ କହିଛନ୍ତି ଯେ ତୁର୍କୀରେ ବିରୋଧ ସ୍ବରକୁ ଦମନ କରିବା ଲାଗି ତାଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri