ପାତାଳି ଶ୍ରୀକ୍ଷେତ୍ରରୁ ଶ୍ରୀଜୀଉଙ୍କ ପାଖକୁ ଗଲା ତୁଳସୀ

ସୋନପୁର,୧୦।୧୧(ମୃତ୍ୟୁଞ୍ଜୟ ଶତପଥୀ): ଆସନ୍ତା ୧୨ ତାରିଖ ମଙ୍ଗଳବାର କାର୍ତ୍ତିକ ଏକାଦଶୀ। ଜଗନ୍ନାଥଙ୍କ ଦୁର୍ଲଭ ବେଶ। ଏହି ଦିନ ପୁରୀ ଶ୍ରୀଜୀଉଙ୍କଠାରେ ଲାଗିହେବ ଫୁଲ ଓ ତୁଳସୀ। ଏଥିପାଇଁ ରବିବାର ସୁବର୍ଣ୍ଣପୁର ଜିଲାର ପୁଣ୍ୟପୀଠ ପାତାଳି ଶ୍ରୀକ୍ଷେତ୍ରରୁ ସକାଳ ସାଢେ ୫ଟାରେ ତୁଳସୀ ରଥର ଶୁଭାରମ୍ଭ ହୋଇଛି। ଦୁଇଟି ସୁସଜ୍ଜିତ ରଥ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରୁଛି। ଏହା ସୋମବାର ପୁରୀରେ ପହଞ୍ଚିବ।

ସୁବର୍ଣ୍ଣପୁର ଶ୍ରୀଜଗନ୍ନାଥ ସଂସ୍କୃତି ସମିତି ପକ୍ଷରୁ ଚଳିତ ଥର ପଞ୍ଚମବର୍ଷ ପାଇଁ ଏହି ଯାତ୍ରା ଆୟୋଜିତ ହୋଇଛି। ପାତାଳି ଶ୍ରୀକ୍ଷେତ୍ରଠାରୁ ଉଲୁଣ୍ଡା ଜଗନ୍ନାଥ ମନ୍ଦିର, ବିନିକା ଜଗନ୍ନାଥ ମନ୍ଦିର, ମହାଦେବପାଲି, ବିଶିମୁଣ୍ଡା ଜଗନ୍ନାଥ ମନ୍ଦିର, ସୋନପୁର, ମନମୁଣ୍ଡା, ବାଉଁୁଶୁଣି, ବୌଦ୍ଧ, ଚାରିଛକ, ଦଶପଲ୍ଲା, ନୟାଗଡ, ଖୋର୍ଦ୍ଧା ଓ ଭୁବନେଶ୍ୱର ରାସ୍ତା ଦେଇ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ତୁଳସୀ ରଥଯାତ୍ରାର କାର୍ଯ୍ୟକ୍ରମ ରହିଛି। ଜଗନ୍ନାଥଙ୍କ ପାଇଁ ତୁଳସୀ, ଗେଣ୍ଡୁଫୁଲ ଓ ପଦ୍ମଫୁଲ ପଠାଯାଉଥିବା ସୂଚନା ପାଇବା ପରେ ଭକ୍ତଙ୍କ ମଧ୍ୟରେ ଭକ୍ତି ଭାବ ସୃଷ୍ଟି ହୋଇଥିଲା। ଭାବର ଠାକୁରଙ୍କ ଶ୍ରୀଅଙ୍ଗରେ ତୁଳସୀ ଲାଗି କରିବାକୁ ଭକ୍ତଙ୍କ ମନ ବ୍ୟାକୁଳ ହୋଇ ଉଠିଥିଲା।

ରବିବାର ଅଁଳା ନବମୀ ଦିନ ତୁଳସୀର ଦିବ୍ୟ ସୁଗନ୍ଧରେ ମହକି ଯାଉଥିଲା ସାରା ସୁବର୍ଣ୍ଣପୁର। ନିଜେ ଜଗା ପାଖକୁ ଯାଇ ନପାରି ନିଜ ତୁଳସୀ ଓ ଫୁଲ ପଠାଇବା ପାଇଁ ବିଭିନ୍ନ ଛକ ଏବଂ ମନ୍ଦିର ସମ୍ମୁଖରେ ଅପେକ୍ଷା କରି ରହିଥିଲେ ଭକ୍ତମାନେ। କେଉଁଠି ରଙ୍ଗବେରଙ୍ଗର ମୁରୁଜ ସଜାଯାଇଥିଲା ତ କେଉଁଠି ପୂର୍ଣ୍ଣକୁମ୍ଭ ବସାଯାଇଥିଲା। ସୋନପୁର ବ୍ଲକ ଛକ, ଆମ୍ବେଡକର ଛକ, ପଶ୍ଚିମ ସୋମନାଥ ମନ୍ଦିର, ବଡ ଜଗନ୍ନାଥ ମନ୍ଦିର, ଗୁଣ୍ଡିଚା ମନ୍ଦିର ଓ ସତ୍ୟନାରାୟଣ ମନ୍ଦିର ଆଦି ସ୍ଥାନରୁ ଭକ୍ତଙ୍କ ତୁଳସୀ ସଂଗ୍ରହ କରାଯାଇଥିଲା।

ବିଭିନ୍ନ ସ୍ଥାନରେ ତୁଳସୀ ଧରି ଅପେକ୍ଷା କରି ରହିଥିଲେ ଭକ୍ତମାନେ। ଶ୍ରୀଅଙ୍ଗରେ ତୁଳସୀ ଲାଗି ପାଇଁ ପ୍ରଦାନ କରିଥିଲେ ଜଗାର ପ୍ରିୟ ଦ୍ରବ୍ୟ ତୁଳସୀ। ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ଥିଲେ ସହରବାସୀ। ରଥ ସମ୍ମୁଖରେ ଜଗନ୍ନାଥ ଭଜନ, କୀର୍ତ୍ତନ ଆଦି ପରିବେଷଣ କରା ଯାଉଥିଲା। ଏହି ତୁଳସୀ ଯାତ୍ରାରେ ସାମିଲ ହୋଇଥିଲେ ଅବାଳ ବୃଦ୍ଧ ବନିତା। ଜୟ ଜଗନ୍ନାଥ ଧ୍ୱନିରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। ଶ୍ରୀ ଜଗନ୍ନାଥ ସଂସ୍କୃତି ସମିତିର ଚନ୍ଦ୍ରଶେଖର ଓତା, ଗଦାଧର ବାରିକ, ପୂର୍ଣ୍ଣଚନ୍ଦ୍ର ପାଢୀ, ଶ୍ରୀବତ୍ସ ମଲ୍ଳିକ, ସଞ୍ଜୟ କୁମାର ମହାପାତ୍ର, ବେଣୀମାଧବ ବେଦବାକ୍‌, ଶ୍ରଦ୍ଧାଞ୍ଜଳି ମିଶ୍ର, ପ୍ରସାଦୁ ପଧାନ, ମନୋଜ ଅଗ୍ରଓ୍ବାଲ, ଜୟବ୍ରତ ଜଗଦଲା, ଶ୍ୟାମାଓଁ ପ୍ରସାଦ ମିଶ୍ର, ରାଜେଶ ସିଂ, ଦିଲୀପ ତ୍ରିପାଠୀ, ପ୍ଲାବନ ମହାପାତ୍ର, ସୁରେଶ ମିଶ୍ର, ରଘୁନାଥ ମହାପାତ୍ର, ପଦ୍ମଲୋଚନ ମିଶ୍ର, ନନ୍ଦ କିଶୋର କମାଣୀ ଓ ଚନ୍ଦ୍ରକାନ୍ତି ପାଣ୍ଡେ ପ୍ରମୁଖ ଏହି ଯାତ୍ରାର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri