ପାତାଳି ଶ୍ରୀକ୍ଷେତ୍ରରୁ ଶ୍ରୀଜୀଉଙ୍କ ପାଖକୁ ଗଲା ତୁଳସୀ

ସୋନପୁର,୧୦।୧୧(ମୃତ୍ୟୁଞ୍ଜୟ ଶତପଥୀ): ଆସନ୍ତା ୧୨ ତାରିଖ ମଙ୍ଗଳବାର କାର୍ତ୍ତିକ ଏକାଦଶୀ। ଜଗନ୍ନାଥଙ୍କ ଦୁର୍ଲଭ ବେଶ। ଏହି ଦିନ ପୁରୀ ଶ୍ରୀଜୀଉଙ୍କଠାରେ ଲାଗିହେବ ଫୁଲ ଓ ତୁଳସୀ। ଏଥିପାଇଁ ରବିବାର ସୁବର୍ଣ୍ଣପୁର ଜିଲାର ପୁଣ୍ୟପୀଠ ପାତାଳି ଶ୍ରୀକ୍ଷେତ୍ରରୁ ସକାଳ ସାଢେ ୫ଟାରେ ତୁଳସୀ ରଥର ଶୁଭାରମ୍ଭ ହୋଇଛି। ଦୁଇଟି ସୁସଜ୍ଜିତ ରଥ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରୁଛି। ଏହା ସୋମବାର ପୁରୀରେ ପହଞ୍ଚିବ।

ସୁବର୍ଣ୍ଣପୁର ଶ୍ରୀଜଗନ୍ନାଥ ସଂସ୍କୃତି ସମିତି ପକ୍ଷରୁ ଚଳିତ ଥର ପଞ୍ଚମବର୍ଷ ପାଇଁ ଏହି ଯାତ୍ରା ଆୟୋଜିତ ହୋଇଛି। ପାତାଳି ଶ୍ରୀକ୍ଷେତ୍ରଠାରୁ ଉଲୁଣ୍ଡା ଜଗନ୍ନାଥ ମନ୍ଦିର, ବିନିକା ଜଗନ୍ନାଥ ମନ୍ଦିର, ମହାଦେବପାଲି, ବିଶିମୁଣ୍ଡା ଜଗନ୍ନାଥ ମନ୍ଦିର, ସୋନପୁର, ମନମୁଣ୍ଡା, ବାଉଁୁଶୁଣି, ବୌଦ୍ଧ, ଚାରିଛକ, ଦଶପଲ୍ଲା, ନୟାଗଡ, ଖୋର୍ଦ୍ଧା ଓ ଭୁବନେଶ୍ୱର ରାସ୍ତା ଦେଇ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ତୁଳସୀ ରଥଯାତ୍ରାର କାର୍ଯ୍ୟକ୍ରମ ରହିଛି। ଜଗନ୍ନାଥଙ୍କ ପାଇଁ ତୁଳସୀ, ଗେଣ୍ଡୁଫୁଲ ଓ ପଦ୍ମଫୁଲ ପଠାଯାଉଥିବା ସୂଚନା ପାଇବା ପରେ ଭକ୍ତଙ୍କ ମଧ୍ୟରେ ଭକ୍ତି ଭାବ ସୃଷ୍ଟି ହୋଇଥିଲା। ଭାବର ଠାକୁରଙ୍କ ଶ୍ରୀଅଙ୍ଗରେ ତୁଳସୀ ଲାଗି କରିବାକୁ ଭକ୍ତଙ୍କ ମନ ବ୍ୟାକୁଳ ହୋଇ ଉଠିଥିଲା।

ରବିବାର ଅଁଳା ନବମୀ ଦିନ ତୁଳସୀର ଦିବ୍ୟ ସୁଗନ୍ଧରେ ମହକି ଯାଉଥିଲା ସାରା ସୁବର୍ଣ୍ଣପୁର। ନିଜେ ଜଗା ପାଖକୁ ଯାଇ ନପାରି ନିଜ ତୁଳସୀ ଓ ଫୁଲ ପଠାଇବା ପାଇଁ ବିଭିନ୍ନ ଛକ ଏବଂ ମନ୍ଦିର ସମ୍ମୁଖରେ ଅପେକ୍ଷା କରି ରହିଥିଲେ ଭକ୍ତମାନେ। କେଉଁଠି ରଙ୍ଗବେରଙ୍ଗର ମୁରୁଜ ସଜାଯାଇଥିଲା ତ କେଉଁଠି ପୂର୍ଣ୍ଣକୁମ୍ଭ ବସାଯାଇଥିଲା। ସୋନପୁର ବ୍ଲକ ଛକ, ଆମ୍ବେଡକର ଛକ, ପଶ୍ଚିମ ସୋମନାଥ ମନ୍ଦିର, ବଡ ଜଗନ୍ନାଥ ମନ୍ଦିର, ଗୁଣ୍ଡିଚା ମନ୍ଦିର ଓ ସତ୍ୟନାରାୟଣ ମନ୍ଦିର ଆଦି ସ୍ଥାନରୁ ଭକ୍ତଙ୍କ ତୁଳସୀ ସଂଗ୍ରହ କରାଯାଇଥିଲା।

ବିଭିନ୍ନ ସ୍ଥାନରେ ତୁଳସୀ ଧରି ଅପେକ୍ଷା କରି ରହିଥିଲେ ଭକ୍ତମାନେ। ଶ୍ରୀଅଙ୍ଗରେ ତୁଳସୀ ଲାଗି ପାଇଁ ପ୍ରଦାନ କରିଥିଲେ ଜଗାର ପ୍ରିୟ ଦ୍ରବ୍ୟ ତୁଳସୀ। ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ଥିଲେ ସହରବାସୀ। ରଥ ସମ୍ମୁଖରେ ଜଗନ୍ନାଥ ଭଜନ, କୀର୍ତ୍ତନ ଆଦି ପରିବେଷଣ କରା ଯାଉଥିଲା। ଏହି ତୁଳସୀ ଯାତ୍ରାରେ ସାମିଲ ହୋଇଥିଲେ ଅବାଳ ବୃଦ୍ଧ ବନିତା। ଜୟ ଜଗନ୍ନାଥ ଧ୍ୱନିରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। ଶ୍ରୀ ଜଗନ୍ନାଥ ସଂସ୍କୃତି ସମିତିର ଚନ୍ଦ୍ରଶେଖର ଓତା, ଗଦାଧର ବାରିକ, ପୂର୍ଣ୍ଣଚନ୍ଦ୍ର ପାଢୀ, ଶ୍ରୀବତ୍ସ ମଲ୍ଳିକ, ସଞ୍ଜୟ କୁମାର ମହାପାତ୍ର, ବେଣୀମାଧବ ବେଦବାକ୍‌, ଶ୍ରଦ୍ଧାଞ୍ଜଳି ମିଶ୍ର, ପ୍ରସାଦୁ ପଧାନ, ମନୋଜ ଅଗ୍ରଓ୍ବାଲ, ଜୟବ୍ରତ ଜଗଦଲା, ଶ୍ୟାମାଓଁ ପ୍ରସାଦ ମିଶ୍ର, ରାଜେଶ ସିଂ, ଦିଲୀପ ତ୍ରିପାଠୀ, ପ୍ଲାବନ ମହାପାତ୍ର, ସୁରେଶ ମିଶ୍ର, ରଘୁନାଥ ମହାପାତ୍ର, ପଦ୍ମଲୋଚନ ମିଶ୍ର, ନନ୍ଦ କିଶୋର କମାଣୀ ଓ ଚନ୍ଦ୍ରକାନ୍ତି ପାଣ୍ଡେ ପ୍ରମୁଖ ଏହି ଯାତ୍ରାର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri