ଫଳାଫଳ ଆସିବାର ଦିନକ ପରେ ଟୁକୁନି ସାହୁଙ୍କ ପ୍ରତିକ୍ରିୟା, ଟିଟଲାଗଡ଼ବାସୀଙ୍କ ଉଦ୍ଦେଶ୍ୟରେ କହିଲେ…

ଭୁବନେଶ୍ୱର,୫।୬: ୨୦୨୪ ନିର୍ବାଚନରେ ବିଜେଡିର ଟାଣୁଆ ନେତ୍ରୀ ତଥା ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟିଟଲାଗଡ଼ ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି। ସେଠାରେ ତାଙ୍କୁ ଭାଜପାର ନବୀନ କୁମାର ଜୈନ ହରାଇଛନ୍ତି। ତେବେ ଫଳାଫଳ ଆସିବାର ଦିନକ ପରେ ଟୁକୁନି ନିଜର ପ୍ରତିକ୍ରିୟା ରଖିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଟୁକୁନି କହିଛନ୍ତି, ମୁଁ ଆପଣଙ୍କ ପାଖରେ କୃତଜ୍ଞ। ମୋ ସ୍ବାମୀଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପରେ, ମୋତେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଭାଇ ଭଉଣୀ ୧୦ ବର୍ଷ ସେବା କରିବାର ସୁଯୋଗ ଓ ସୁରକ୍ଷା ଦେଇଥିଲେ। ମୋର ସାଧ୍ୟ୍ୟମତେ ଆପଣ ମାନଙ୍କ ଦୁଃଖ ସୁଖରେ ଆପଣଙ୍କ ପାଖରେ ପହଞ୍ଚିଛି। ଅଞ୍ଚଳ ପାଇଁ ଅନେକ ଯୋଜନା ଆଣିଛି। ଆଶା କରୁଛି ଆଗାମୀ ଦିନରେ ଆମ ଟିଟିଲାଗଡ଼ ଏକ ଉନ୍ନତ ଅଞ୍ଚଳରେ ପରିଣତ ହେବ। ଆଗାମୀ ଦିନରେ ବି ମୁଁ ସେମିତି ଆପଣ ମାନଙ୍କର ବେହୂ, ଝିଅ ଓ ଭଉଣୀ ଭାବେ ଆପଣଙ୍କ ସହିତ ରହିଛି ରହିଥିବି। ଆଉ ଆପଣ ମାନଙ୍କର ସ୍ନେହ ଶ୍ରଦ୍ଧା ଆଶା କରୁଛ। ଭୋଟ ଦାନରେ ଭାଗ ନେଇଥିବା ସମସ୍ତ ଭାଇ ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ। ବିଜୟୀ ନୂଆ ବିଧାୟକଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri