ଯକ୍ଷ୍ମା ଦୂର କରିବ ଭେଜି ବାଇଗଣ

ଭୁବନେଶ୍ୱର,୧୯।୭(ଅନୁରାଧା ମହାରଣା): ଯକ୍ଷ୍ମାରୋଗ ନିରାକରଣରେ ଛୋଟି କଟେଲି ବା ଭେଜି ବାଇଗଣ ଉପଯୋଗୀ। ପତଞ୍ଜଳି ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏପରି ତଥ୍ୟ ପ୍ରକାଶ ପାଇଛି। ଏହି ଅଧ୍ୟୟନର ଉଦ୍ଦେଶ୍ୟ ଥିଲା ଯକ୍ଷ୍ମା ପାଇଁ ଆୟୁର୍ବେଦିକ ଚିକିତ୍ସା ବିକାଶ କରିବା ବୋଲି ପତଞ୍ଜଳି ପକ୍ଷରୁ ସୂଚନା ଦିଆଯାଇଛି; ଯାହା ଏକାକୀ କିମ୍ବା ବର୍ତ୍ତମାନର ପ୍ରଚଳିତ ଯକ୍ଷ୍ମା ଔଷଧ ସହ ବ୍ୟବହାର କରାଯାଇପାରିବ। ଅଧ୍ୟୟନ ଅନୁସାରେ ଏହାର ଛୋଟ କଣ୍ଟା ଯକ୍ଷ୍ମା ଜୀବାଣୁ ବୃଦ୍ଧି ହାରକୁ ହ୍ରାସ କରିଥାଏ ବୋଲି ଜଣାପଡ଼ିଛି। ଏସ୍‌ଇଏମ୍‌ ଏବଂ ଟିଏଲ୍‌ସି ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ,ଏସ୍‌ଭିଇ ଚିକିତ୍ସା ବ୍ୟାକ୍ଟେରିଆ କୋଷ ଗଠନକୁ ଦୁର୍ବଳ କରିଥାଏ।

ଏହି ଅବସରରେ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଛନ୍ତି, ପତଞ୍ଜଳି ପାଇଁ ଏହା ଅତ୍ୟନ୍ତ ଆନନ୍ଦଦାୟକ ବିଷୟ ଯେ ଏହି ଅଧ୍ୟୟନ ‘ଫ୍ରଣ୍ଟିଅର୍ସ ଇନ୍‌ ମାଇକ୍ରୋବିଓଲୋଜି’ ପତ୍ରିକାରେ ସ୍ଥାନ ପାଇଛି। ଏହି ଅନୁସନ୍ଧାନ ଯକ୍ଷ୍ମା ଉପରେ ଭବିଷ୍ୟତରେ ଅଧ୍ୟୟନର ମୂଳଦୁଆ ଭାବରେ କାର୍ଯ୍ୟ କରିବ, ଯାହା ଯକ୍ଷ୍ମାକୁ ରୋକିବା ପାଇଁ ଜନସାଧାରଣଙ୍କୁ ନୂତନ ସମ୍ଭାବନା ପ୍ରଦାନ କରିବ ବୋଲି ସେ କହିଛନ୍ତି। ଯକ୍ଷ୍ମା ଏକ ସଂକ୍ରାମକ ରୋଗ ହୋଇଥିବାବେଳେ ଏହା ମଣିଷର ଫୁସ୍‌ଫୁସ୍‌କୁ ପ୍ରଭାବିତ କରିଥାଏ।

ଏହା କାଶ, ଛିଙ୍କ ଏବଂ ସଂକ୍ରମିତ ବ୍ୟକ୍ତିଙ୍କ ଛେପ ଦ୍ୱାରା ବ୍ୟାପିଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ୨୦୨୨ ମସିହାରେ ବିଶ୍ୱରେ ୧ କୋଟିରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହି ରୋଗ ବିଶ୍ୱର ପ୍ରାୟ ସମସ୍ତ ଦେଶରେ ବ୍ୟାପିଛି ଏବଂ ଭାରତରେ ମଧ୍ୟ ୧୯୬୨ ମସିହାରୁ ଏହାର ନିରାକରଣ ପାଇଁ ସରକାରୀ ଯୋଜନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri