ମେଟ୍ରନ୍‌ ସହ ଟିଏସ୍‌ଏମ୍‌ଏଲ୍‌ର ସହଭାଗିତା

ଭୁବନେଶ୍ୱର,୩୧।୫: ଅନ୍ତଃରାଷ୍ଟ୍ରୀୟ ଘରୋଇ ସଂସ୍ଥା ମେଟ୍ରନ୍‌ ସହ ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌(ଟିଏସ୍‌ଏମ୍‌ଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଭାଗିତା ହୋଇଥିବା ଜଣାପଡ଼ିଛି। ବିଶେଷକରି କମ୍ପାନୀର କଟକ ଜିଲାସ୍ଥିତ ଆଠଗଡ଼ଠାରେ ଥିବା ଫେରୋ ଆଲଏଜ୍‌ କାରଖାନା ପାଇଁ ଏକ ଉନ୍ନତ ଶକ୍ତି ପରିଚାଳନା ଓ ଉନ୍ନତୀକରଣ ପ୍ଲାଟ୍‌ଫର୍ମ ପ୍ରସ୍ତୁତକରି ତାହାକୁ କାର୍ଯ୍ୟକାରୀ କରିବା ହେଉଛି ଏହି ସହଭାଗିତାର ମୁଖ୍ୟ ଉଦ୍ଦେଶ୍ୟ। ଏପରିକି ମେଟ୍ରନ୍‌ ପକ୍ଷରୁ ବିକଶିତ କରାଯାଇଥିବା ସଫ୍ଟୱେର ଟାଟା ଷ୍ଟିଲ୍‌ ମାଇନିଂର କାରଖାନା ୟୁଟିଲିଟିଗୁଡ଼ିକରେ କାର୍ବନ ଫୁଟ୍‌ପ୍ରିଣ୍ଟ୍‌କୁ ହ୍ରାସ କରିବା ସହ ଶକ୍ତି ଉପଯୋଗିତାର ରିୟଲ ଟାଇମ୍‌ ନିରୀକ୍ଷଣ, ଅନୁଧ୍ୟାନ ଓ ଉନ୍ନତୀକରଣ କରିବା ପାଇଁ କମ୍ପାନୀକୁ ସକ୍ଷମ କରିବ। ସେହିଭଳି ଶକ୍ତିର ଡିଜିଟାଲୀକରଣ ସହ ସମ୍ପୃକ୍ତ ଅଞ୍ଚଳଗୁଡ଼ିକର ଡିକାର୍ବନାଇଜେଶନ, ଶକ୍ତି ଉପଯୋଗିତାରେ ଉନ୍ନତି, ଖର୍ଚ୍ଚ ହ୍ରାସ ଓ ସାମଗ୍ରିକ ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବାରେ ଏହା କମ୍ପାନୀ ପାଇଁ ବେଶ୍‌ ସହାୟକ ହେବ। ସେହିପରି ଏହି କ୍ଲାଉଡ୍‌ ଭିତ୍ତିକ ଶକ୍ତି ପରିଚାଳନା ଓ ଉନ୍ନତୀକରଣ ପ୍ଲାଟ୍‌ଫର୍ମ କାରଖାନାରେ ବ୍ୟବହାର ହେଉଥିବା ଶକ୍ତିକୁ ରିୟଲ ଟାଇମ୍‌ ଭିଜିବିଲିଟି ସୁବିଧା ପ୍ରଦାନ କରିବ।
ଏ ସମ୍ପର୍କରେ ଟିଏସ୍‌ଏମ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି, ଶକ୍ତି ଦକ୍ଷତା ଓ ନିମ୍ନ କାର୍ବନ ଫୁଟ୍‌ପ୍ରିଣ୍ଟ୍‌ ପ୍ରତି ଆମ ପ୍ରତିବଦ୍ଧତାକୁ ମେଟ୍ରନ ସହ ଏହି ସହଭାଗିତା ପ୍ରତିଫଳିତ କରୁଛି। ଆଠଗଡ଼ରେ ଥିବା ଆମ ଫେରୋ ଆଲଏଜ୍‌ କାରଖାନାରେ ସେମାନଙ୍କ ଉନ୍ନତ ଶକ୍ତି ପରିଚାଳନା ଓ ଉନ୍ନତୀକରଣ ପ୍ଲାଟ୍‌ଫର୍ମକୁ ବ୍ୟବହାର କରିବା ପାଇଁ ଆମେ ବେଶ୍‌ ଉତ୍ସାହିତ। ଶକ୍ତି ଉପଯୋଗିତାରେ ହ୍ରାସ,ପରିଚାଳନା ଦକ୍ଷତା ଓ ଉପତ୍ାଦକତା ଉନ୍ନତିରେ ଏହି ପ୍ଲାଟ୍‌ଫର୍ମ ସହାୟକ ହେବ ବୋଲି ଆମେ ଆଶା କରୁଛୁ।
ସୂଚନାଯୋଗ୍ୟ, ଟାଟା ଷ୍ଟିଲ୍‌ ମାଇନିଂର ଫେରୋକ୍ରୋମ୍‌ ୟୁନିଟ୍‌ ଓ ଖଣି ଗୁଡ଼ିକରେ ଡିଜିଟାଲ ଡ୍ୟାସ୍‌ବୋର୍ଡ ଭାବେ କାର୍ଯ୍ୟ କରିବ। ଏପରିକି ଏହା ଜରିଆରେ ଟିଏସ୍‌ଏମ୍‌ଏଲ୍‌ର ଜଳ ଉପଯୋଗିତାର ଡିଜିଟାଲୀକରଣ ପାଇଁ ପୂର୍ବରୁ ଫ୍ଲକ୍ସଜେନ୍‌ ସଷ୍ଟେନେବଲ୍‌ ଟେକ୍ନୋଲୋଜିସ୍‌ ସହିତ ବୁଝାମଣା ସ୍ବାକ୍ଷର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri