ଗେଲ୍‌ (ଇଣ୍ଡିଆ) ସହ ଟିଏସ୍‌ଏମ୍‌ଏଲ୍‌ର ବୁଝାମଣା ସ୍ବାକ୍ଷରିତ

ନୂଆଦିଲ୍ଲୀ,୩।୩:ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌) ଏବଂ ଗେଲ୍‌ (ଇଣ୍ଡିଆ) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଟିଏସ୍‌ଏମ୍‌ଏଲ୍‌ ପରିଚାଳନା କ୍ଷେତ୍ରରେ କାର୍ବନ ଫୁଟ୍‌ପ୍ରିଣ୍ଟ ହ୍ରାସ କରିବାର ପ୍ରତିବଦ୍ଧତାକୁ ଦୋହରାଇ କଟକର ଆଠଗଡ଼ ସ୍ଥିତ ଫେରୋ ଆଲଏଜ୍‌ କାରଖାନାକୁ ନାଚୁରାଲ୍‌ ଗ୍ୟାସ୍‌ ଯୋଗାଣ କରିବା ଲାଗି ଏହି ଏମ୍‌ଓୟୁ କରାଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି,ଏକ ଦାୟିତ୍ୱବାନ୍‌ ଖଣି କମ୍ପାନୀ ଭାବେ ସ୍ବଚ୍ଛ ଇନ୍ଧନ ବ୍ୟବହାରକରି ପରିବେଶର ସୁରକ୍ଷା ପାଇଁ ଆମେ ପ୍ରତିବଦ୍ଧ ରହିଛୁ। ଏପରିକି ଗେଲ୍‌ (ଇଣ୍ଡିଆ) ସହ ଉକ୍ତ ବୁଝାମଣା ଆମକୁ ଏ ଦିଗରେ ଆହୁରି ସହାୟକ ହୋଇପାରିବ। ବିଶେଷକରି ଆଠଗଡ଼ କାରଖାନାରେ ଫର୍ନେସ୍‌ ଅଏଲ୍‌ ବଦଳରେ ସ୍ବଚ୍ଛ ଇନ୍ଧନ ବ୍ୟବହାର କରିବା ଲାଗି ପାଇପ୍‌ଲାଇନ ଜରିଆରେ ନାଚୁରାଲ୍‌ ଗ୍ୟାସ୍‌ ଯୋଗାଇବା ପାଇଁ ପୂର୍ବରୁ ଟାଟା ଷ୍ଟିଲ୍‌ ମାଇନିଂ ପକ୍ଷରୁ ଗେଲ୍‌ ସହ ଯୋଗାଯୋଗ କରାଯାଇଥିଲା। ଉକ୍ତ ପଦକ୍ଷେପ ଫଳରେ କାର୍ବନ୍‌ ଫୁଟ୍‌ପ୍ରିଣ୍ଟକୁ ହ୍ରାସ କରିବା ଏବଂ ଏକ ଚିରସ୍ଥାୟୀ ଭବିଷ୍ୟତ ଦିଗରେ କମ୍ପାନୀର ଉଦ୍ୟମକୁ ଆହୁରି ସୁଦୃଢ଼ କରିବ। ସେହିଭଳି ନାଚୁରାଲ୍‌ ଗ୍ୟାସ୍‌ ତୁଳନାରେ ଫର୍ନେସ୍‌ ଅଏଲ୍‌ ଅଧିକ ସିଓ୨, ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ଓ ସଲ୍‌ଫର ଅକ୍ସାଇଡ୍‌ ନିର୍ଗମନ କରିଥାଏ। ନାଚୁରାଲ୍‌ ଗ୍ୟାସ୍‌ ୨୭% କମ୍‌ ସିଓ୨ ନିର୍ଗମନ କରିଥାଏ ଏବଂ ଏହାର ପ୍ରଦୂଷଣ ସ୍ତର ମଧ୍ୟ କମ୍‌। ଏହି ପ୍ରକଳ୍ପ ଦ୍ୱାରା ବର୍ଷକୁ ୯୬୮ ଟନ୍‌ ସିଓ୨ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନକୁ ହ୍ରାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri