ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ

ଭବାନୀପାଟଣା,୨୧ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ ହୋଇଛି। ପୂର୍ବାହ୍ନ ୧୦ଟା ୧୦ରେ ବାହାଦୁର ବଗିଚାପଡାର ଶରତ କୁମାର ବେହେରା (୪୨) ଓ ତାଙ୍କ ସାଙ୍ଗ ଏକ ସ୍କୁଟିରେ ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଉଥିବା ବେଳେ ମହାବୀରପଡା ପୁଷ୍ପା ଲଜ୍‌ ନିକଟରେ ୩ ଅଜଣା ଦୁର୍ବୃତ୍ତ ଏକ ପଲସରରେ ଆସି ଲଙ୍କା ଗୁଣ୍ଡ ପକାଇ ଟଙ୍କା ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ତେବେ ଧସ୍ତାଧସ୍ତି ବେଳେ ସ୍ଥାନୀୟ ଲୋକେ ଆସିଯିବାରୁ ଦୁର୍ବୃତ୍ତମାନେ ଭୟଭୀତ ହୋଇ ହାତ ତିଆରି ବୋମା ମାଡ଼ କରିଥିଲେ। ଘଟଣା ପରେ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ ଲୋକେ ମାଡି ବସିଥିଲେ। ପରେ ତାଙ୍କୁ ଲୋକେ ଥାନାରେ ଜିମା ଦେଇଥିଲା। ବୋମାମାଡରେ ଶରତ ଆହତ ହୋଇଥିବାବେଳେ ତାଙ୍କ ସ୍କୁଟି ଆଗପଟ ଭାଙ୍ଗି ଚୁର୍‌ମାର ହୋଇଯାଇଛି। ପୋଲିସ ଅଟକ ଯୁବକଙ୍କୁ ପଚରାଉଚରା କରି ଘଟଣାରେ ସାମିଲ ଥିବା ଆଉ ୪ ଜଣଙ୍କୁ ଗିରଫ କରିଥିଲା। ଗିରଫ ୫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲା ସୋରଡା ହରିଜନ ସାହିର ଇଶାନ ନାଏକ (୨୧), କାଠଗଡାର ବିରଞ୍ଚି ନାଏକ (୨୪), ବ୍ରହ୍ମପୁରର ମନୁ ନାଏକ (୨୧), ଭବାନୀପାଟଣା ଶମ୍ଭୁ ନଗରପଡାର ରିଙ୍କୁ ଓରଫ ତ୍ରିଲୋଚନ ପ୍ରଧାନ (୩୫) ଓ ଗୋଦାମପଡାର ଅବଦୁଲ ସରଫୋଜ ଖାଁ ଓରଫ ବାବୁ ଖାଁ। ଅଭିଯୁକ୍ତ ମାନଙ୍କଠାରୁ ପୋଲିସ ପଲସର ବାଇକ୍‌, ଗୋଟିଏ ପିସ୍ତଲ (ୟୁଏସ୍‌ ମେଡ) ଓ ୫ଟି ମୋବାଇଲ ଜବତ କରିଛି। ଏହାକୁ ନେଇ ଭବାନୀପାଟଣା ଟାଉନ ଥାନାରେ ୨ଟି ମାମଲା (ନଂ.୧୩୯,୧୪୦/୨୫) ରୁଜୁ ହୋଇଛି। ଏ ନେଇ ସାରେ ଭବାନୀପାଟଣାସ୍ଥିତ ଜିଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ କଳାହାଣ୍ଡି ଏସ୍‌ପି ନାଗରାଜ ଦେବରକୋଣ୍ଡା ଏକ ଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri