ଦମ୍ପତିଙ୍କୁ ଅଖାଦ୍ୟ ଖୁଆଇବା ଉଦ୍ୟମ

ପୁରୁଷୋତ୍ତମପୁର,୧୧ା୧୧ (ଡି.ଏନ.ଏ.):ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ ଜିନୂଆପଲ୍ଲୀ ଗ୍ରାମରେ ବୁଧବାର ରାତିରେ ଗୁଣି ଗାରେଡି ସନ୍ଦେହର ଜଣଙ୍କ ଘରେ ପଶି କେତେଜଣ ଲୋକ ସ୍ବାମୀ ସ୍ତ୍ରୀଙ୍କୁ ଆକ୍ରମଣ କରିିବା ସହ ତାଙ୍କ ଦାନ୍ତଭାଙ୍ଗି ଅଖାଦ୍ୟ ଖୁଆଇବାକୁ ଉଦ୍ୟମ କରିଥିଲେ। ମାତ୍ର ସେମାନଙ୍କ କବଳରୁ ସ୍ବାମୀ ସ୍ତ୍ରୀ ଖସିଆସି ପୁରୁଷୋତ୍ତମପୁର ପୋଲିସରେ ଅଭିଯୋଗ କରିଥିଲେ। ଏସ୍‌ଡିପିଓ ରଜନୀକାନ୍ତ ସାମଲ ଓ ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ରାତାରାତି ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝାଶୁଝା କରିବା ସହ ଆକ୍ରମଣକାରୀଙ୍କୁ ଥାନାକୁ ଆଣିଥିଲେ। ଗୁରବାର ସକାଳୁ ପୁଣି ପୋଲିସ ଘଟଣାସ୍ଥଳକୁ ଯାଇ ଜନସାଧାରଣଙ୍କୁ ସଚେତନ କରି ଥାନାକୁ ଡକାଇ ବୁଝାଶୁଝା କରି ଏଭଳି ଅନ୍ଧବିଶ୍ୱାସରୁ ଦୂରେଇ ରହିବା ଲାଗି ପରାମର୍ଶ ଦେଇଥିଲେ।
ଆଇଆଇସି ଛୋଟରାୟ କହିଛନ୍ତି, ନଂ ୬୭୪/୨୨ରେ ମାମଲା ରୁଜୁ ହୋଇଛି। ରାଜୁ ଦାସ ନାମକ ବ୍ୟକ୍ତି ଅଭିଯୋଗ କରିଛନ୍ତି, ସେ ଓ ତାଙ୍କ ସ୍ତ୍ରୀ ବନିତା ଗ୍ରାମ କୋଠିଶାଳ ଠାକୁରାଣୀଙ୍କ ପୂଜା କରନ୍ତି। ଏହି ଠାକୁରାଣୀଙ୍କ କୁମ୍ଭଯାତ୍ରା ଚାଲିଥିବା ବେଳେ ସେହି ଗ୍ରାମର ବଜାରି ଦାସଙ୍କ ସ୍ତ୍ରୀ ମମତାଙ୍କୁ ଠାକୁରାଣୀ ଲାଗିଥିଲେ। ମୁଁ ଓ ମୋ ସ୍ତ୍ରୀ ଗୁଣିଗାରେଡି କରିଥିବା ସନ୍ଦେହକରି ବଜାରି, ତାଙ୍କ ଭାଇ ହଜାରି ଓ ମୁନା ଦାସ ସଂଘବଦ୍ଧ ଭାବେ ଆମ ଘରେ ପଶି ଆମକୁ ଆକ୍ରମଣ କରିଥିଲେ। ଏହା ସହ ଆମ ଦାନ୍ତଭାଙ୍ଗି ଅଖାଦ୍ୟ ଖୁଆଇବାକୁ ଉଦ୍ୟମ କରିଥିଲେ।
ଏହି ଅଭିଯୋଗରେ ୩ଭାଇଙ୍କୁ ଅଟକ ରଖାଯାଇ ଗ୍ରାମରେ ଶାନ୍ତି ବଜାୟ ରଖିବାକୁ ସରପଞ୍ଚ, ଭଦ୍ରଲୋକଙ୍କୁ ନେଇ ଆଲୋଚନା କରାଯାଇଥିବା ବେଳେ ଏହାର ତଦନ୍ତ ଲାଗି ଏସ୍‌ଆଇ ଆଦିତ୍ୟ ନାରାୟଣ ପାତ୍ରଙ୍କୁ କୁହାଯାଇଥିବା ଆଇଆଇସି ଛୋଟରାୟ କହିଛନ୍ତି। ମାତ୍ର ଏଥିନେଇ ଆକ୍ରମଣକାରୀମାନେ କହିଛନ୍ତି, ରାଜୁ ନିଶା ସେବନ କରୁଥିବାରୁ ତାଙ୍କୁ ତାଗିଦ କରିବାରୁ ସେ ଏଭଳି ମିଥ୍ୟା ଅଭିଯୋଗ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri