Posted inଫୁରସତ

ଈଶ୍ୱରଙ୍କ ଉପରେ ଆସ୍ଥା ରଖ

ସର୍ବବ୍ୟାପୀ ପରମାତ୍ମା ସବୁଆଡ଼େ ଅଛନ୍ତି ସତ୍ୟ କିନ୍ତୁ ସେ ମଧ୍ୟ ଆମ ଭିତରେ, ଆମ ହୃଦୟରେ ଅଛନ୍ତି l ସେଥିପାଇଁ ପଞ୍ଚସଖା ସନ୍ଥ ଅଚ୍ୟୁତାନନ୍ଦ କହିଲେ, ଆତ୍ମାରେ ଆତ୍ମାକୁ ଦେଖ, ଦେଖିଲେ ପାଇବୁ ସୁଖ, ତୋର ଦେହେ ତୁହି ଦେଖ ଦିଶୁଅଛି ଜକ ଜକ l ପ୍ରଭୁ, ତାଙ୍କୁ ଆପଣ ରାମ କୁହନ୍ତୁ, ହରି, ଗୋବିନ୍ଦ ଗୋପାଳ କୃଷ୍ଣ ବା ଜଗନ୍ନାଥ କୁହନ୍ତୁ, ସେ ବାହାରେ ଅଛନ୍ତି l ଭିତରେ ବି ଅଛନ୍ତି l ଭିତରେ ଯେ ଲୁଚିକି ଅଛନ୍ତି ତା’ ନୁହେଁ, ଅଚ୍ୟୁତାନନ୍ଦ ପରା କହିଲେ, ସେ ଜକ ଜକ ହୋଇ ଦେଖା ଯାଉଛନ୍ତି l ତାଙ୍କୁ ଦୃଷ୍ଟି ନେଇ କେବଳ ଦେଖିବାର ଅଭିପ୍ସା ରହିବା ଦରକାର l ଆକୁଳତା ବା ବ୍ୟାକୁଳତା ରହିବା ଦରକାର l ଦୃଢ଼ ବିଶ୍ୱାସ ଟିକକ ରହିବା ଦରକାର l ଈଶ୍ୱରଙ୍କ ଉପରେ ବିଶ୍ୱାସ ବା ଭରସା ଟିକକ ହରାଇ ବସିଲେ ତାଙ୍କୁ ପାଇବା ମୁସ୍କିଲ l ସେ ଭରସା, ସେ ବିଶ୍ୱାସର ସ୍ବରୂପ କ’ଣ? – ସେ ବାବଦରେ ଛୋଟିଆ ଏକ କାହାଣୀ l

ଗ୍ରୀକ ଦେଶର କଥା l ସ୍ବାମୀ -ସ୍ତ୍ରୀ ଦୁହେଁ ଖୁବ୍‌ ଆଧ୍ୟାତ୍ମିକ ପରାୟଣ ଥିଲେ l ସ୍ବାମୀଙ୍କର ବୃତ୍ତି ହେଲା ବ୍ୟବସାୟ l ନୂଆ ନୂଆ ବିବାହ କରିବା ସମୟର ଘଟଣା l ବିବାହର କିଛିଦିନ ପରେ ବ୍ୟବସାୟ କରିବା ପାଇଁ ଦୂର ବିଦେଶକୁ ଯାତ୍ରା ନିମନ୍ତେ ସେ ପ୍ରସ୍ତୁତ ହେଲେ l କିନ୍ତୁ ଏତିକି ବେଳେ ତାଙ୍କୁ ତାଙ୍କ ସ୍ତ୍ରୀଙ୍କ କଥା ଘାରିଲା – ସେ ଏକୁଟିଆ ରହିବେ କେମିତି? ସେ ଖାଇବେ କ’ଣ? ତାଙ୍କ ଭୋଜନ ନିମନ୍ତେ କେତେଦିନ ପାଇଁ ଖାଦ୍ୟସାମଗ୍ରୀ ବନ୍ଦୋବସ୍ତ କରି ମୋତେ ରଖିବାକୁ ପଡ଼ିବ ଯେମିତି ସେ ମୋର ଅନୁପସ୍ଥିତିକୁ ଆଦୌ ଅନୁଭବ କରି ନ ପାରିବେ? ଇତ୍ୟାଦି ଇତ୍ୟାଦି l

ଯାତ୍ରା ଆରମ୍ଭ କରିବାର କିଛିଘଣ୍ଟା ପୂର୍ବରୁ ସେ ସ୍ତ୍ରୀଙ୍କ ପାଖକୁ ଯାଇ ପଚାରିଲେ – କୁହ, ତୁମ ପାଇଁ କେତେ ଦିନର ସଉଦାପତ୍ର ତଥା ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ରଖିଦେଇ ଯିବି? ପ୍ରବଳ ଈଶ୍ୱର ବିଶ୍ୱାସୀ ସ୍ତ୍ରୀ ତତ୍‌କ୍ଷଣାତ ଉତ୍ତର ଦେଲେ – ଆଚ୍ଛା କହିଲ, ମୋର ଆୟୁ କେତେ? ମୁଁ ଆଉ କେତେ ବର୍ଷ ବଞ୍ଚିବି?

ତୁମର କେତେ ଆୟୁ ଅଛି ସେ କଥା ମୁଁ କେମିତି କହିବି? ମୁଁ କ’ଣ ତ୍ରିକାଳଦର୍ଶୀ ନା କ’ଣ? -ସ୍ବାମୀଙ୍କର ଏପରି ଉତ୍ତର ଶୁଣି ସ୍ତ୍ରୀ କହିଲେ, ଯାହାଙ୍କୁ ମୋ ଆୟୁ ବିଷୟରେ ଜଣା ନାହିଁ ସେ ମୋ ପାଇଁ ଖାଦ୍ୟଦ୍ରବ୍ୟ ବାବଦରେ ଚିନ୍ତା କରିବା ବୃଥା। ଆପଣଙ୍କର ବା ବିଶ୍ୱର ପ୍ରତିଟି ପ୍ରାଣୀଙ୍କର ରହିବା ଓ ଖାଇବା ବିଷୟରେ ଯେ ଅତି ନିର୍ଭୁଲ ଭାବରେ ଗଣନା କରି ଭରଣ ପୋଷଣ କରୁଛନ୍ତି, ସେ ମୋ ବିଷୟରେ ନିଶ୍ଚୟ ଚିନ୍ତା କରିବେ l ଆପଣ ସେ ବାବଦରେ କିଛି ଚିନ୍ତା ନ କରି ଭଲରେ ଯାଇ ଭଲରେ ଫେରି ଆସନ୍ତୁ – ଏତିକି ମୋର ଶୁଭେଚ୍ଛା l

ପତ୍ନୀଙ୍କ କଥାର ମର୍ମକୁ ସ୍ବାମୀ ଭଲ ଭାବରେ ବୁଝି ଦୂର ରାଇଜକୁ ଯାତ୍ରା କଲେ l ପରଦିନ ଜଣେ ପଡ଼ୋଶୀ ବୃଦ୍ଧା ମାଉସୀ ବ୍ୟବସାୟୀଙ୍କ ପତ୍ନୀକୁ ପଚାରିଲେ – ଝିଅ, ସ୍ବାମୀ ତୁମ ପାଇଁ କ’ଣ ସବୁ ବ୍ୟବସ୍ଥା କରି ଯାଇଛନ୍ତି? ହସି ହସି ପତ୍ନୀ ଉତ୍ତର ଦେଲେ – ମା’, ସ୍ବାମୀ କ’ଣ ବ୍ୟବସ୍ଥା କରିବେ l ମୋ ପାଇଁ ଜନ୍ମରୁ ଆଜି ପର୍ଯ୍ୟନ୍ତ ବ୍ୟବସ୍ଥା କରି ଆସୁଥିବା ଲୋକ ଜଣକ ଆଜି ବି ମୋ ପାଖରେ ଅଛନ୍ତି l ମରିବା ପର୍ଯ୍ୟନ୍ତ ବି ପାଖେ ପାଖେ ରହି ସବୁକଥା ବୁଝୁଥିବେ l

ପାକୁଆ ପାଟି ମେଲାଇ ମାଉସୀ କହିଲେ – ସେ ଲୋକଟା କିଏ ବା?

ସେ ମୋ ଇଷ୍ଟ l ଏକ ଅଦୃଶ୍ୟ ସତ୍ତା l

ସୁଖରେ ହେଉ ବା ଦୁଃଖରେ, ମଣିଷ ସବୁବେଳେ ଈଶ୍ୱରଙ୍କ ଉପରେ ଏମିତି ଆସ୍ଥା ରଖି ବାଟ ଚାଲିବା ଉଚିତ l ସୁଖ ବେଳେ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖିଲେ ତାଙ୍କ ପ୍ରତି ଥିବା ପ୍ରେମର ଧାରାଟି ବୃଦ୍ଧିପ୍ରାପ୍ତ ହୁଏ l ଦୁଃଖ ବେଳେ ଈଶ୍ୱରଙ୍କ କଥା ଚିନ୍ତା କଲେ ତାଙ୍କ ପ୍ରତି ଥିବା ପ୍ରେମର ଧାରାଟି ପ୍ରଗାଢ଼ ହୁଏ l ଅନେକ ଲୋକ ସୁଖ ବେଳେ ଈଶ୍ୱରଙ୍କୁ ପୂରା ଭୁଲିଯାଆନ୍ତି କିନ୍ତୁ ଦୁଃଖ ପଡିଲେ ହେ ଠାକୁର ! ହେ ପ୍ରଭୁ ହୋଇ ମୁଣ୍ଡ ପିଟନ୍ତି l ହେଲେ ଈଶ୍ୱର ସେ ସବୁର ଊର୍ଦ୍ଧ୍ୱରେ ଥା’ନ୍ତି l ସୁଖ ବା ଦୁଃଖ ବେଳେ ଆପଣ ତାଙ୍କୁ ଡାକନ୍ତୁ ବା ନ ଡାକନ୍ତୁ, ସେଥିରେ ତାଙ୍କର କିଛି ଯା’ ଆସ ନ ଥାଏ l କାରଣ ଈଶ୍ୱରଙ୍କୁ ସ୍ମରଣ କଲେ ଈଶ୍ୱରଙ୍କ ଅପେକ୍ଷା ବେଶି ଲାଭ ହୁଏ ମଣିଷର l ସୁଖ ବେଳେ ଈଶ୍ୱରଙ୍କୁ ସ୍ମରଣ କଲେ ମଣିଷ ସଂଯମୀ ହୁଏ l ଧନ ସମ୍ପତ୍ତି ବା କ୍ଷମତା ପାଇ ସେ ଅହଂକାରୀ ହୁଏନା l ଉଦ୍ଧତ ହୁଏନା l କାରଣ ଈଶ୍ୱର ସ୍ମରଣ ତାକୁ ସବୁବେଳେ କାନେ କାନେ ଚେତାଇ ଦେଇ କହି ଦେଉଥାଏ – ବାବୁରେ! ତୋର ଏ ଧନ ସମ୍ପତ୍ତିକୁ ଈଶ୍ୱର ନିମିଷକରେ ହରଣ କରିନେଇ ପାରନ୍ତି l ତେଣୁ ଅହଂକାରୀ ହୁଅନା l ଉଦ୍ଧତ ହୁଅନା l ଲୋକଙ୍କୁ ପୋକ ମାଛି ପରି ମଣନା l ଯଦି ଅହଂକାରୀ ହେଲ, ତେବେ ଲୋକେ ଛିଃ ଛାକର କରିବେ l ତେଣୁ ସୁଖବେଳେ ଈଶ୍ୱର ସ୍ମରଣ କଲେ ଏତିକି ଲାଭ ମିଳେ l

ଦୁଃଖରେ ଈଶ୍ୱର ସ୍ମରଣ କଲେ ଆହୁରି ଲାଭ l ଦୁଃଖ କ’ଣ ଈଶ୍ୱର ଦିଅନ୍ତି? ଶହେରୁ ଅନେଶତ ଲୋକଙ୍କ ଧାରଣା ଯେ ଦୁଃଖକୁ କୁଆଡ଼େ ଈଶ୍ୱର ହିଁ ଦିଅନ୍ତି l ତେଣୁ କିଛି ମଣିଷ ବାହୁନା ପକାଇ କାନ୍ଦି କୁହନ୍ତି – ହେ ପ୍ରଭୁ ! ତୁମେ ଏତେ ନିଷ୍ଠୁର କାହିଁକି ହେଲ l ଏଡ଼େ ବଡ଼ ଦଣ୍ଡ ତାକୁ କାହିଁକି ଦେଲ ଇତ୍ୟାଦି ଇତ୍ୟାଦି l

ମଣିଷ ନିଜ କର୍ମର ଫଳକୁ ହିଁ ଭୋଗେ l ଈଶ୍ୱର କର୍ମଫଳକୁ ଭୋଗାଇବାର ଏକ ମାଧ୍ୟମ ମାତ୍ର l ଆପଣ ଆଜି ଯେଉଁ ଦୁଃଖ ଭୋଗୁଛନ୍ତି ସେଥିପାଇଁ ଈଶ୍ୱର ନୁହେଁ, ଆପଣ ନିଜେ ହିଁ ଦାୟୀ l ଦୁଃଖରେ ଈଶ୍ୱରଙ୍କୁ ଡାକିଲେ ସେ ଦୁଃଖ ହରଣ କରନ୍ତି ନାହିଁ ବରଂ ଦୁଃଖକୁ ସହିବାର ସାମର୍ଥ୍ୟ ପ୍ରଦାନ କରନ୍ତି l

-ଦିବ୍ୟାଲୋକ ସନ୍ଧାନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ
ମୋ: ୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri