ଟ୍ରମ୍ପ୍‌ଙ୍କ ଶ୍ୱେନଦୃଷ୍ଟି ଅନ୍ତରାଳେ

ବିଶ୍ୱ ରାଜନୈତିକ ଆକାଶରେ ଏବେ ଯେଉଁ ଝଡ଼ ସୃଷ୍ଟି ହୋଇଛି ତା’ର ଅନ୍ତରାଳେ ବହୁ ଅକୁହା କାରଣ ରହିଛି। ଆମେରିକା ତା’ର ପୂର୍ବ ରାଜନୈତିକ ଓ ଅର୍ଥନୈତିକ ସ୍ଥିତି ହରାଇ ବସିଲାଣି। ଏବେ ଟ୍ରମ୍ପ ଆମେରିକୀୟମାନଙ୍କ କିପରି ଆସ୍ଥାଭାଜନ ହୋଇ ପାରିବେ ସେଥିପାଇଁ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି। ରୁଷିଆରୁ ତୈଳ ଆମଦାନୀ ଜାରି ରଖିବା ଉପରେ ଭାରତୀୟ ସାମଗ୍ରୀରେ ଅଯଥା ଶୁଳ୍କ ବୃଦ୍ଧି କରିବା, ଭାରତୀୟ ଅର୍ଥନୀତିକୁ ମୃତ ଅର୍ଥନୀତି ଘୋଷଣା କରି ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ଅର୍ଥନୀତିକୁ ଆକ୍ରମଣ କରିବା ଆଦି କାର୍ଯ୍ୟକ୍ରମ ଟ୍ରମ୍ପ ଗ୍ରହଣ କରିଛନ୍ତି। ଆମେରିକା ଜାଣି ପାରୁନାହିଁ ଯେ ତା’ର ଦୋମୁହଁା ନୀତିକୁ ଏସିଆ ମହାଦେଶର ଅଧିକାଂଶ ରାଷ୍ଟ୍ର ଘୃଣା କରନ୍ତି । ଦୁଇମାସ ପୂର୍ବରୁ ଭାରତ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଭାଗିତା ବୃଦ୍ଧି ପାଇଁ ଏକ ରୋଡ୍‌ ମ୍ୟାପ ତିଆରି ହୋଇଥିଲା। ଭାରତ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ରକ୍ଷା ପାଇଁ ଦୁଇଦେଶ ମଧ୍ୟ ବିଚାର ଆଲୋଚନା କରିଛନ୍ତି। ଏହା ବ୍ୟତୀତ ଲଢୁଆ ବିମାନ ଇଞ୍ଜିନ, ସ୍ଥଳସେନାର ଲଢୁଆ ଯାନ, କମାଣ ଓ ଗୁଳିଗୋଳା ଦୁଇଦେଶ ମିଳିତ ଭାବେ ଉପତ୍ାଦନ କରିବା ନେଇ ଗତ ମାସରେ ଓ୍ବାଶିଂଟନଠାରେ ଆମେରିକା-ଭାରତ ଡିଫେନ୍ସ ପଲିସି ଗ୍ରୁପ୍‌ ବୈଠକରେ ଆଲୋଚନା ହୋଇଥିଲା। ସେ କଥାକୁ ଭୁଲି ଟ୍ରମ୍ପ ପୁଣି ଭାରତକୁ ନାଲିଆଖି ଦେଖାଇବା ମୂଳର କାରଣ କ’ଣ ହୋଇପାରେ?
ଭାରତ ପ୍ରତି ସତରେ ହେଉ କିମ୍ବା ଛଳନାତ୍ମକ ଭାବେ ହେଉ ଆମେରିକା ମିତ୍ରତାର ହାତ ବଢ଼ାଇ ପୁଣି ହାତ ଫେରାଇନେବା ବରାବର ଦେଖାଯାଉଛି। ୨୦୧୬ରେ ଭାରତକୁ ଆମେରିକା ତାହାର ପ୍ରତିରକ୍ଷା ସହଯୋଗୀ ଭାବେ ଘୋଷଣା କରିଥିଲା। କାହିଁ ସେ ଘୋଷଣାର ମୂଲ୍ୟବୋଧ? ହୁଏତ ତାହା ବାଣିଜ୍ୟ କ୍ଷେତ୍ରରେ ପ୍ରତିଫଳିତ ହୋଇଥାଆନ୍ତା। ଗୋଟିଏ ସହଯୋଗୀ ରାଷ୍ଟ୍ରକୁ ତା’ର ପ୍ରତିରକ୍ଷା ସହିତ ଅର୍ଥନୀତିକୁ ଦୃଷ୍ଟିଦେବା ପ୍ରଥମ କର୍ତ୍ତବ୍ୟ। କିନ୍ତୁ ସେଭଳି କର୍ତ୍ତବ୍ୟକୁ ଭୁଲିଯିବା ଯେଉଁ ରାଷ୍ଟ୍ରର ନୀତି ସେଭଳି ରାଷ୍ଟ୍ରକୁ କେବେ ଭାରତ ବିଶ୍ୱାସ କରେ ନାହିଁ। ୨୦୦୮ରେ ଭାରତ ଆମେରିକା ମଧ୍ୟରେ ପ୍ରତିରକ୍ଷା ବାଣିଜ୍ୟ ଅତି ନଗଣ୍ୟ ଥିବା ବେଳେ ୨୦୨୦ରେ ଏହା ୨୦ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା। ଦେଖିବାକୁ ଗଲେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକ୍‌ ଥିଲା। ଏହା ବ୍ୟତୀତ ଚାଇନାର ଶକ୍ତି ବୃଦ୍ଧି ଏବଂ ଭାରତ ସହ ସୀମା ବିବାଦ ବଢୁଥିବାରୁ ଗତ ୫ ବର୍ଷ ମଧ୍ୟରେ ଭାରତ ଆମେରିକା ସମ୍ପର୍କ ବୃଦ୍ଧି ପାଇଛି। କ୍ୱାଡ୍‌ ସୁରକ୍ଷା ଗ୍ରୁପର ଅଂଶବିଶେଷ ରୂପେ ଭାରତ ଓ ଆମେରିକା କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି କରିବା ସହ ସହଯୋଗର ହାତ ବଢ଼ାଇ ଆସିଛନ୍ତି। ଭାରତ ସହ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ରହିଛି। ଆମେରିକା ସହ ଭାରତର ସମ୍ପର୍କ ବୃଦ୍ଧି ଓ ଅନ୍ୟପକ୍ଷେ ରୁଷିଆ ସହିତ ଭାରତ ନିବିଡ଼ ସମ୍ପର୍କ ଉଭୟ ରାଷ୍ଟ୍ରକୁ ଯେ ଜଣା ନ ଥିଲା ତା’ ନୁହେଁ। ଆମେରିକା ଭଲଭାବେ ଜାଣିଥିଲା ଭାରତ ରୁଷିଆଠାରୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର କାରବାର କରୁଛି। ଏହା ଜାଣି ମଧ୍ୟ ଆମେରିକା ଏପରି କ୍ରୋଧାନ୍ବିତ ହେଉ ନ ଥିଲା। ରୁଷିଆ ଆଉ ୟୁକ୍ରେନ୍‌ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଲାଗି ରହିଥିଲା ବେଳେ ଆମେରିକା କେବେହେଲେ ଭାରତର ଭୂମିକାକୁ ନେଇ ସନ୍ଦେହ ପ୍ରକଟ କରି ନ ଥିଲା। କିନ୍ତୁ ଏବେ ୟୁକ୍ରେନ୍‌ ଭାରତର ଭୂମିକା ସମ୍ପର୍କରେ ଅଭିଯୋଗ କରି କହିଛି ଯେ ରୁଷିଆ ଡ୍ରୋନ୍‌ରେ ଭାରତୀୟ ଯନ୍ତ୍ରାଂଶ ମିଳିଛି। ତାହା ସମ୍ପୂର୍ଣ୍ଣ ରୂପେ ପ୍ରମାଣିତ ହୋଇ ନାହିଁ। ଏ କଥାକୁ ନେଇ ଆମେରିକା ଭାରତ ଉପରେ କ୍ରୁଧ ହେବା ଆଦୌ ଉଚିତ ନୁହେଁ। ଆମେରିକା ଯୁଦ୍ଧ ବିମାନ ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଚାଲିଥିବା ବେଳେ ରୁଷିଆ ବାରମ୍ବାର ପ୍ରତିବାଦ କରିବା ପରେ ବି ଆମେରିକା କୌଣସି ପ୍ରତିକ୍ରିୟା ନ ଦେବା କ’ଣ ଆମେରିକାର ଠିକ୍‌ ନିଷ୍ପତ୍ତିି ବୋଲି କୁହାଯିବ କି? ଉଭୟ ଦେଶ ମଧ୍ୟରେ ଶାନ୍ତି ଓ ସ୍ଥିରତା ଆଣିବା ପାଇଁ ଭାରତ କହିଥିବା ବେଳେ ଆମେରିକା କାହିଁକି ଉତ୍ତେଜନା ସୃଷ୍ଟି କରିଚାଲିଛି? ତାହା ହିଁ ଅନ୍ତର୍ଜାତୀୟ ସ୍ତରରେ ବଡ ପ୍ରଶ୍ନବାଚୀ। ଏହାକୁ ଏଡ଼ାଇବାକୁ ଯାଇ ଆମେରିକା ଭାରତ ସମେତ ୭୭ଟି ଦେଶକୁ ଯେଉଁ ବାଣିଜି୍ୟକ ଧମକ ଦେଇଛି । ସେଥିରେ କୌଣସି ପ୍ରାସଙ୍ଗିକତା ନ ଥିଲା ବେଳେ କେବଳ ଟ୍ରମ୍ପଙ୍କ ଅସୂୟା ମନୋଭାବକୁ ପ୍ରମାଣିତ କରୁଛି। ରୁଷିଆରୁ ଭାରତ ପ୍ରଚୁର ପରମାଣର ତୈଳ ଆମଦାନୀ କରୁଥିବା ଏବଂ ତାହାକୁ ବିଭିନ୍ନ ଦେଶକୁ ବିକ୍ରି କରୁଥିବା ଅଭିଯୋଗ କରୁଛି ଆମେରିକା। ଏଥି ପାଇଁ ସେ ଟାରିଫ୍‌ ଲଗାଇଥିବା କୁହାଯାଉଛି। ଏହି ଶୁଳ୍କ ବୃଦ୍ଧି ଯେ ସମଗ୍ର ଏସିଆ ମହାଦେଶକୁ ପ୍ରଭାବିତ କରିବ ଏପରିକି ବିଶ୍ୱକୁ ମଧ୍ୟ ପ୍ରଭାବିତ କରିବା କଥା ଟ୍ରମ୍ପଙ୍କୁ ଭଲଭାବେ ଜଣା।
ଚାଇନାର ଅଭିବୃଦ୍ଧିକୁ ରୋକିବାକୁ ଯାଇ ଭାରତ ସହ ହାତ ମିଳାଇଥିବା ଆମେରିକା ଏବେ ରଙ୍ଗ ବଦଳାଇ ଦେଇ ଭାରତକୁ ପ୍ରତିପକ୍ଷ କରିବା ତାଙ୍କର ବୋକାମି। ଆମେରିକା ପାଇଁ ତାହା ଅସଲ କଥା ନୁହେଁ। ଅସଲ କଥା ହେଉଛି ଆମେରିକା ତା’ର ନିଜ ଦେଶରୁ ରାଜନୈତିକ ଆସ୍ଥା ହରାଇବାକୁ ବସିଛି। ଆମେରିକୀୟ ନାଗରିକ ଟ୍ରମ୍ପଙ୍କ ପ୍ରତି ସନ୍ତୁଷ୍ଟ ନାହାନ୍ତି। ବୁଦ୍ଧି ବିଚାରି କାର୍ଯ୍ୟ ନ କରିବାର ପରିଣତି ଏବେ ଆମେରିକାକୁ ଭୋଗ କରିବାକୁ ପଡୁଛି। ମୋଟ ଉପରେ କହିବାକୁ ଗଲେ ଭାରତ ପ୍ରତିରକ୍ଷା ଏବଂ ବାଣିଜି୍ୟକ କ୍ଷେତ୍ରରେ ଯଥେଷ୍ଟ ଆଗକୁ ଯାଇଛି। ପାକିସ୍ତାନ ଉପରେ ଭାରତର ସିନ୍ଦୂର ଅପରେଶନ ପରେ ଭାରତର ଶକ୍ତିକୁ ଦେଖି ଆମେରିକା ଈର୍ଷାନ୍ବିତ ହୋଇଥିବା ସହଜରେ ଅନୁମେୟ। ଏହା ପରେ ଭାରତ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀ ସହିତ ମିଶି ଯେଉଁ ଅର୍ଥନୈତିକ ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛି ତାହା ହେଲା ମୂଳକାରଣ। ଏସୀୟ ସଂଗଠନ, ବ୍ରିକ୍ସ ଓ ସାର୍କ ସଂଗଠନ ସମ୍ପ୍ରତି ପାଶ୍ଚାତ୍ୟ ଅର୍ଥନୀତିକୁ ମୁକାବିଲା କରିବାକୁ ବସିଥିବା ବେଳେ ଏହାର ମୂଳ ସୂତ୍ରଧର ହେଉଛି ଭାରତ। ସେଥିପାଇଁ ଆମେରିକା ଖୁବ୍‌ କ୍ରୋଧିତ ହୋଇଛି। ଏ କଥା ମଧ୍ୟ ପ୍ରକାଶ୍ୟରେ କହିସାରିଛି। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ଡଲାର ବଦଳରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସାର୍କ ସମ୍ମିଳନୀରେ ପ୍ରସ୍ତାବ ଆଗତ କରିଥିଲେ। ଯାହର ଆବଶ୍ୟକତା ଏବେ ଅନୁଭୂତ ହୁଏ। ଏହା ବ୍ୟତୀତ ଏସୀୟ ଓ ଗରିବ ରାଷ୍ଟ୍ରଙ୍କ ପାଇଁ ଅନ୍ୟ ବିକଳ୍ପ ରାସ୍ତା ନାହିଁ। ଏହି ପ୍ରସ୍ତାବରେ ଯଦି ଚାଇନା ସମ୍ମତ ହୋଇଯାଏ ତେବେ ଆମେରିକାର ଡଲାରର ମୂଲ୍ୟ ବହୁତ ତଳକୁ ପଳାଇବା ସହିତ ଅର୍ଥନୀତିରେ ଘୋର ବିପର୍ଯ୍ୟୟ ସୃଷ୍ଟି ହେବ। ସମଗ୍ର ବିଶ୍ୱରେ ତୈଳ ବାଣିଜ୍ୟ ଯେପରି ଗୁରୁତ୍ୱ ବହନ କରିଛି, ସେହିପରି ଆଗକୁ ସମଗ୍ର ବିଶ୍ୱ ପାଇଁ ଖାଦ୍ୟଦ୍ରବ୍ୟର ଗୁରୁତ୍ୱ ବୃଦ୍ଧି ପାଇବା କଳନା କରାଯାଉଛି। ଏ କ୍ଷେତ୍ରରେ ଭାରତ ନିଶ୍ଚିତ ଗୁରୁତ୍ୱ ବହନ କରିବ। ଆମେରିକା ଭଳି ରାଷ୍ଟ୍ର ଯେଉଁ ରାଷ୍ଟ୍ର କେବଳ ସାମରିକ ସରଞ୍ଜାମକୁ ନେଇ ମୁଣ୍ଡ ଟେକିଛନ୍ତି ସେମାନେ ବିକାଶଶୀଳ ରାଷ୍ଟ୍ରଙ୍କ ଉପରେ ନିର୍ଭରଶୀଳ ହୋଇପଡ଼ିବେ। ଏଥିପାଇଁ ଟ୍ରମ୍ପଙ୍କ ଚାଲ୍‌ କେବଳ ତାଙ୍କ ଦେଶର ନାଗରିକଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଦ୍ଦିଷ୍ଟ। ଏହି ନୀତି ବେଶିଦିନ ନୁହେଁ। ଟ୍ରମ୍ପ ଜାଣିଶୁଣି ଭାରତ ପ୍ରତି ପ୍ରତିକ୍ରିୟାଶୀଳ ହୋଇ ଯାହା କରୁଛନ୍ତି ତାହା ପାଣିଫୋଟକାଭଳି ମିଳାଇଯିବା ସୁନିଶ୍ଚିତ। କିନ୍ତୁ ସେ ନିଜ ଗୋଡ଼କୁ ନିଜେ କୁରାଢ଼ିରେ ହାଣୁଛନ୍ତି ବୋଲି କେତେଜଣ ରାଷ୍ଟ୍ରନୀତିଜ୍ଞ ତାଙ୍କୁ ଚେତେଇ ଦେଇସାରିଲେଣି। ଭାରତଠାରୁ ଚାଇନା ଅଧିକ ପରିମାଣର ତୈଳ ରୁଷିଆରୁ ଆମଦାନୀ କରୁଥିବା ବେଳେ ପାଶ୍ଚାତ୍ୟ ରାଷ୍ଟ୍ର ତାକୁ କିଛି କହିପାରୁ ନାହାନ୍ତି। ଅଥଚ ଭାରତ ପ୍ରତି ଓ ଗରିବ ରାଷ୍ଟ୍ର ପ୍ରତି ଏପରି ପଦକ୍ଷେପ କାହିଁକି? ଭାରତର ଅର୍ଥନୀତି ସାମୟିକ ଭାବେ ପ୍ରଭାବିତ ହୋଇ ପାରେ। କିନ୍ତୁ ତାହା ଅଟକି ଯିବ ନାହିଁ। ଏହା ଟ୍ରମ୍ପ ଜାଣି ରଖିବା ଉଚିତ।

ହରେକୃଷ୍ଣ ପଣ୍ଡା
ସୟେଦପୁର, ଯାଜପୁର
ମୋ:୯୪୩୭୩୧୫୬୨୩

 


Enter your email to get our daily news in your inbox.

All Right Reserved By Dharitri.Com

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri