ତ୍ରୁଟି ଘୋଡ଼ାଉଛନ୍ତି

ଭାରତର ନିର୍ବାଚନ କମିଶନ (ଇସି) ଏକ ସାମ୍ବିଧାନିକ ସଂସ୍ଥା। ୧୯୫୧ ସାଧାରଣ ନିର୍ବାଚନ ବେଳୁ ନିର୍ବାଚନଗୁଡ଼ିକୁ ପରିଚାଳନା କରିଆସୁଥିବା ଏହି ସଂସ୍ଥାର ଗୁରୁତ୍ୱ ଟି.ଏନ୍‌. ଶେଷାନ ମୁଖ୍ୟ ନିର୍ବାଚନ କମିଶନର ହେବା ପରେ ବଢ଼ିଥିଲା। ଭାରତୀୟଙ୍କୁ ୧୯୯୬ରେ ଭୋଟର ପରିଚୟପତ୍ର ଦିଆଯିବା ପରେ ଆଶା କରାଯାଇଥିଲା ଯେ ନିର୍ବାଚନ ପ୍ରକ୍ରିୟାରେ ଜାଲିଆତି ହ୍ରାସ କରାଯାଇପାରିବ। କିନ୍ତୁ ଆଜିଯାଏ ନିର୍ବାଚନ ପରିଚାଳନାକୁ ନେଇ ଅସରନ୍ତି ପ୍ରଶ୍ନ ଉତ୍ଥାପନ ହୋଇଚାଲିଛି। ଏବେ ସମଗ୍ର ଦେଶରେ ଯେଉଁ ବିଷୟଟି ବିତର୍କର ଶୀର୍ଷରେ ରହିଛି ତାହା ସେହି ଇସିଙ୍କ ଭୂମିକାକୁ ଇଙ୍ଗିତ କରୁଛି। ୭ ଅଗଷ୍ଟରେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ଖବରଦାତା ସମ୍ମିଳନୀରେ କର୍ନାଟକର ମହାଦେବପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟର ତାଲିକାରେ ବ୍ୟାପକ ହେରଫେର ହୋଇଥିବା ନେଇ ଅଭିଯୋଗ କରିଥିଲେ। ପୂର୍ବରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟ ଜାଲିଆତି ଓ ଆସନ୍ତା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଇସିଙ୍କ ଦ୍ୱାରା କରାଯାଇଥିବା ସ୍ପେଶାଲ ଇଣ୍ଟେନସିଭ୍‌ ରିଭିଜନ ବା ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌)କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅଣ-ଭାଜପା ଦଳଗୁଡ଼ିକର ପ୍ରମୁଖ ନେତାମାନେ ଇସି ଓ ଭାଜପାକୁ ବିଭିନ୍ନ ପ୍ରଶ୍ନମାନ ପଚାରି ଚାଲିଛନ୍ତି। ବିରୋଧୀଙ୍କ ଅଭିଯୋଗ ହେଉଛି ଯେ, ଭାଜପାକୁ ସୁହାଇଲା ଭଳି ଇସି କାର୍ଯ୍ୟ କରୁଛି। ଏହା ପଛରେ କାରଣ ହେଉଛି ଯେ ମୁଖ୍ୟ ନିର୍ବାଚନ କମିଶନର ଓ ୨ ନିର୍ବାଚନ କମିଶନର ମୋଟ ୩ ଜଣ ଅବସରପ୍ରାପ୍ତ ସରକାରୀ ଅଫିସର, ଯେଉଁମାନେ ଏକ ସାମ୍ବିଧାନିକ ପଦବୀ ପାଇଯାଇ ଶାସକ ଦଳ ପାଖରେ କୃତକୃତ୍ୟ ହେଉଛନ୍ତି। ଏହି ଦୋଷାରୋପ ବିଶ୍ୱାସଯୋଗ୍ୟ ମଧ୍ୟ ହେଉଛି। କାରଣ ମୁଖ୍ୟ ନିର୍ବାଚନ କମିଶନର ଓ ୨ କମିଶନର ଯେଉଁଭଳି ଭାବରେ ଗଣମାଧ୍ୟମରେ ମତ ପ୍ରକାଶ କରୁଛନ୍ତି, ସେଥିରୁ ସେମାନଙ୍କର ଏକତରଫା ଚିନ୍ତାଧାରା ସ୍ପଷ୍ଟ ବୁଝାପଡ଼ୁଛି। ଆଶା କରାଯାଇଥାଏ ଯେ ଏଭଳି ପଦବୀ ପାଉଥିବା ବ୍ୟକ୍ତି କେବଳ ସମ୍ବିଧାନକୁ ନିଜର କୃତଜ୍ଞତା ଜ୍ଞାପନ କରିବା କଥା, କିନ୍ତୁ ଆଜିର ଭାରତରେ ତାହା ସମ୍ଭବପର ନୁହେଁ।
ଭୋଟ ଜାଲିଆତି ପ୍ରସଙ୍ଗ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଓ ନିର୍ଦ୍ଦେଶ ପର୍ଯ୍ୟନ୍ତ ଯାଇଛି। ଏବର ଘଟଣାକ୍ରମକୁ ଦେଖିଲେ ୧୭ ଅଗଷ୍ଟରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଏକ ଖବରଦାତା ସମ୍ମିଳନୀରେ ଲୋକ ସଭା ବିରୋଧୀ ଦଳ ନେତା ଆଣିଥିବା ‘ଭୋଟ ଚୋରି’ ଅଭିଯୋଗ ସପକ୍ଷରେ ୭ ଦିନ ମଧ୍ୟରେ ସେ ସତ୍ୟପାଠ ସମ୍ବଳିତ ଘୋଷଣାନାମା ଦାଖଲ କରନ୍ତୁ ବୋଲି କହିଛନ୍ତି। ଜ୍ଞାନେଶ କହିଛନ୍ତି, ଯଦି କୌଣସି ବ୍ୟକ୍ତି ଏକ ନିର୍ବାଚନମଣ୍ଡଳୀର ଭୋଟର ନ ଥାଇ ସମ୍ପୃକ୍ତ ଆସନ ଉପରେ ଅଭିଯୋଗ ଦାଖଲ କରନ୍ତି, ତେବେ ସେ କେବଳ ଜଣେ ସାକ୍ଷୀ ହିସାବରେ ଏପରି କରିପାରିବେ। ସେଥିପାଇଁ ତାଙ୍କୁ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ଯଦି ସତ୍ୟପାଠ ଜରିଆରେ ୭ ଦିନ ମଧ୍ୟରେ ଘୋଷଣାନାମା ଦାଖଲ କରା ନ ଯାଏ, ତେବେ ଅଭିଯୋଗକୁ ଭିତ୍ତିହୀନ ବୋଲି ଧରାଯିବ। ଏପରି ଅଭିଯୋଗ ଆଣୁଥିବା ବ୍ୟକ୍ତିମାନେ ଦେଶକୁ କ୍ଷମା ମାଗିବା ଉଚିତ ବୋଲି ସିଇସି କହିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି, ଏ କଥାକୁ ଅସ୍ବୀକାର କରିଦେଲେ ସୂର୍ଯ୍ୟୋଦୟର ଦିଗ ପରିବର୍ତ୍ତନ ହୋଇ ନ ଥାଏ। ତେବେ ଭୋଟ ଜାଲିଆତି ଅଭିଯୋଗକୁ ନେଇ ଜ୍ଞାନେଶଙ୍କ ମନ୍ତବ୍ୟକୁ ବିରୋଧୀ ଇଣ୍ଡିଆ ବ୍ଲକ୍‌ ସମାଲୋଚନା କରିଛି। ତାଙ୍କୁ ବିଦା କରିବା ପାଇଁ ପାର୍ଲାମେଣ୍ଟରେ ମହାଭିଯୋଗ ପ୍ରସ୍ତାବ ଆଣିବା ନିମନ୍ତେ ବିରୋଧୀ ବିଚାର କରୁଥିବା ବିଷୟ ଚର୍ଚ୍ଚାର ବିଷୟ ପାଲଟିଲାଣି।
ସିଇସି ଯେଉଁଭଳି ଢଙ୍ଗରେ ନିର୍ବାଚନ କମିଶନକୁ ପ୍ରଦର୍ଶନ କରିଛନ୍ତି, ଲାଗୁଛି ଯେମିତି ଭୋଟିଂ ପ୍ରକ୍ରିୟାରେ କେବେ କେଉଁଠାରେ ଗଡ଼ବଡ଼ ହୋଇ ନାହିଁ। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଇସି ଏସ୍‌ଆଇଆର୍‌ କରିବାର ସମୟକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ସ୍ବାଭାବିକ। ତେଣୁ ଇସି ନିଜର ସ୍ବଚ୍ଛତା ଦର୍ଶାଇବାକୁ ଯାଇ ଅଭିଯୋଗ ହେଉଥିବା ସ୍ଥାନଗୁଡ଼ିକ ଉପରେ ସ୍ବତନ୍ତ୍ର ଧ୍ୟାନ କେନ୍ଦ୍ରିତ କରିବା କଥା। ହେଲେ ଅଭିଯୋଗକାରୀଙ୍କ ମୁହଁ ବନ୍ଦ କରିଦେବାକୁ ଯାଇ ସତ୍ୟପାଠ କରିବା ଲାଗି କହୁଛନ୍ତି। ଜଣେ ବ୍ୟକ୍ତି ନିର୍ବାଚନମଣ୍ଡଳୀର ଭୋଟର ହୋଇ ନ ଥିଲେ ମଧ୍ୟ ଦେଶର ଯେଉଁଠାରେ ପାରିବେ ନିର୍ବାଚନ ଲଢ଼ିପାରୁଛନ୍ତି। ସେହି କ୍ରମରେ ଦେଖିଲେ ଅନ୍ୟ ନିର୍ବାଚନମଣ୍ଡଳୀରେ ହୋଇଥିବା ନିର୍ବାଚନ ସଂକ୍ରାନ୍ତରେ ଜଣେ ଯଦି କିଛି ଅସଙ୍ଗତି ଥିବା ଅନୁଭବ କରନ୍ତି, ସେହି ବିଷୟରେ ସ୍ବର ଉଠାଇବାରେ କେଉଁଠାରେ ଅସ୍ବାଭାବିକତା ରହିଲା ବୋଲି କୁହାଯାଇପାରେ। ପ୍ରତିକଥାରେ ସତ୍ୟପାଠ ଭଳି ଆଇନଗତ ଦିଗକୁ ଛନ୍ଦି ଦେଇ ଇସି ନିଜ ଦାୟିତ୍ୱରୁ ଦୂରେଇଯିବା ଅନେକଙ୍କ ମନରେ ଭିନ୍ନ ଆଶଙ୍କା ସୃଷ୍ଟି କରିବା ସ୍ବାଭାବିକ। ସିଧାସଳଖ ସମ୍ପୃକ୍ତି ନ ଥିଲେ ମଧ୍ୟ ଏକ ଦୃଷ୍ଟାନ୍ତକୁ ଏଠାରେ ଉପସ୍ଥାପନ କରାଯାଇପାରେ। ନିଅଁା ଲାଗିଲା ବେଳେ ଯେଉଁ ବ୍ୟକ୍ତି ଦମକଳକୁ ଖବର ଦେବ ସିଏ ନିଜେ ସେହି ବସ୍ତିର ବାସିନ୍ଦା ବୋଲି ପ୍ରଥମେ ଦମକଳ କର୍ତ୍ତୃପକ୍ଷଙ୍କ ସାମ୍ନାରେ ନିଜର ବାସସ୍ଥାନ ପ୍ରମାଣ ଦେବା ନିହାତି ଆବଶ୍ୟକ ବୋଲି କହିବା ଭଳି ଜ୍ଞାନେଶ କୁମାରଙ୍କ ଯୁକ୍ତି ଶୁଣାଯାଉଛି। ଅବାସ୍ତବ କଥା କହିବା ମାତ୍ରକେ ଜଣାପଡ଼ୁଛି ଯେ, ସେଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସତ୍ୟତା ରହିଛି, ଯାହାକୁ ଘୋଡ଼ାଇବା ପାଇଁ ଅଯୁକ୍ତିକର ବିଷୟର ଆଶ୍ରା ନିଆଯାଉଛି। ଜ୍ଞାନେଶଙ୍କ କଥାକୁ ଆହୁରି ତର୍ଜମା କଲେ ଅନ୍ୟ ଏକ ଦିଗ ଦେଖାଯାଇପାରେ। ଯିଏ ଯେଉଁ ନିର୍ବାଚନମଣ୍ଡଳୀର ହୋଇ ନ ଥିଲେ ଯେଭଳି ପ୍ରଶ୍ନ ପଚାରିବାକୁ ଅଛୁଆଁ ଭାବେ ଦର୍ଶାଯାଉଛି, ତେବେ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ସମ୍ପୃକ୍ତ ଅଞ୍ଚଳର ହୋଇ ନ ଥିଲେ ମଧ୍ୟ ସେମାନଙ୍କୁ ପରିଚାଳନା ଦାୟିତ୍ୱ ସଅଁପି ଦେବା କେତେ ଯୁକ୍ତିଯୁକ୍ତ ତାହାକୁ ମଧ୍ୟ ଗଭୀର ଭାବେ ଅନୁଶୀଳନ କରାଯିବା ଦରକାର। କୁହାଯାଇପାରେ ସେମାନେ ସରକାରୀ ଅଧିକାରୀ ହୋଇଥିବାରୁ ନିଜ କାର୍ଯ୍ୟ ତୁଲାଇଥାଆନ୍ତି। ମୋଟାମୋଟି ଦେଖିଲେ ସେମାନେ ତ ଜଣେ ଜଣେ ବ୍ୟକ୍ତି ଓ କୌଣସି ନା କୌଣସି ରାଜନୈତିକ ଦଳ ପ୍ରତି ଶ୍ରଦ୍ଧା ରଖିଥାଆନ୍ତି। ଏଠାରେ ଇସିଙ୍କ ନିର୍ଦ୍ଦେଶକୁ ସମାଲୋଚନା କରାଯାଉ ନାହିଁ, ବରଂ ପ୍ରସ୍ତାବ ଦିଆଯାଇପାରେ ଯେ, ଗୋଟେ ସଂସ୍ଥା ବା ବ୍ୟବସ୍ଥାରେ ସ୍ବଚ୍ଛତା ବଜାୟ ରଖିବାକୁ ହେଲେ ଅଭିଯୋଗଗୁଡ଼ିକୁ ସକାରାତ୍ମକ ଦୃଷ୍ଟିରେ ଦେଖାଯିବା ଦରକାର। ଏବଂ ଅଭିଯୋଗକାରୀଙ୍କଠାରୁ ପ୍ରମାଣ ମାଗିବାର କ୍ଷମତା ଇସିଙ୍କ ପାଖରେ ରହିବା କଥା ନୁହେଁ। ଯଦି ମଗାଯାଉଛି, ତେବେ ତାହାର ସ୍ପଷ୍ଟ ଅର୍ଥ ହେଲା ସମସ୍ୟାର ସମାଧାନ ପରିବର୍ତ୍ତେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟକୁ ଜାଣିଶୁଣି ଘୋଡ଼ାଇବାର ଉଦ୍ୟମ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?