ଟ୍ରମ୍ପ୍‌ଙ୍କ ଟାରିଫ୍‌ ଓ ବାଣିଜି୍ୟକ ବିପର୍ଯ୍ୟୟ

ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ୍‌ ହାଉସ୍‌କୁ ଫେରିବା ପରେ ଆର୍ଥିକ ନୀତିରେ ନାଟକୀୟ ପରିବର୍ତ୍ତନ ହୋଇଚାଲିଛି, ଯାହାଦ୍ୱାରା ବିଶ୍ୱର ଦେଶଗୁଡ଼ିକରେ ଅଶାନ୍ତ ସ୍ଥିତି ସୃଷ୍ଟି ହେଉଛି। ନୂଆ ପ୍ରଶାସନ ଚାଇନା, ମେକ୍ସିକୋ ଓ କାନାଡା ଉପରେ ଅତ୍ୟଧିକ ଟାରିଫ୍‌ ବା ଆମଦାନୀ ଶୁଳ୍କ ଲଗାଇଛି। ପ୍ରତିକ୍ରିୟା ସ୍ବରୂପ, ଉଭୟ ମେକ୍ସିକୋ ଓ କାନାଡା ପ୍ରତିଶୋଧାତ୍ମକ ଭାବେ ପ୍ରମୁଖ ଆମେରିକୀୟ ଶିଳ୍ପଗୁଡ଼ିକ ଉପରେ ଟାରିଫ୍‌ ଲାଗୁ କରିଥିବାବେଳେ ଟ୍ରମ୍ପ୍‌ ମଧ୍ୟ ଆମେରିକା ସହ ବ୍ୟବସାୟରେ ଜଡ଼ିତ ସମସ୍ତ ଦେଶ ଉପରେ ରେସିପ୍ରୋକାଲ ବା ପାରସ୍ପରିକ ଟାରିଫ୍‌ ଲାଗୁକରିବାକୁ ପ୍ରତିଜ୍ଞା କରିଛନ୍ତି। ଦେଖିବାକୁ ଗଲେ, ଆମେରିକା ତା’କ୍ଷମତା ପ୍ରୟୋଗକରି ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ଯେତିକି ପ୍ରଭାବିତ କରୁଛି ବିଶ୍ୱର ଅନ୍ୟ କୌଣସି ଦେଶ ସେତିକି କରୁନାହାନ୍ତି। ନୀତିରେ ଏଭଳି ଆକସ୍ମିକ ତଥା ଅପ୍ରତ୍ୟାଶିତ ପରିବର୍ତ୍ତନ ଯୋଗୁ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ମନ୍ଦାବସ୍ଥା ସୃଷ୍ଟିହେବା ଆଶଙ୍କା ଦେଖାଦେଇଛି ଏବଂ ଆମେରିକାରୁ ଆରମ୍ଭକରି ଅନ୍ୟତ୍ର ବି ଶେୟାର ବଜାରରେ ମୂଲ୍ୟ ହ୍ରାସ ଆରମ୍ଭ ହୋଇଯାଇଛି। ଟ୍ରମ୍ପ୍‌ଙ୍କ ବାଣିଜ୍ୟ ନୀତି କେବଳ ବିଶ୍ୱସ୍ତରରେ ନୁହେଁ, ବରଂ ନିଜ ଦେଶରେ ମଧ୍ୟ ଅଧିକ କ୍ଷତି ଘଟାଇବାର ସମ୍ଭାବନା ରହିଛି। ତେବେ ଆମେରିକାରେ ସେମିକଣ୍ଡକ୍ଟର ଉତ୍ପାଦନ ବଢ଼ାଇବା ଭଳି ତାଙ୍କର କେତେକ ପଦକ୍ଷେପ ଲାଭଜନକ ହୋଇପାରେ। କିନ୍ତୁ ତାଙ୍କର ଅନିୟମିତ ନୀତି ପରିବର୍ତ୍ତନ ଆମେରିକା ଆର୍ଥିକ ସ୍ଥିରତାରେ କ୍ଷତି ଆଣିପାରେ ଏବଂ ଏହା ପ୍ରତିଯୋଗିତାମୂଳକ ଓ ଦୀର୍ଘମିଆଦୀ ଅଭିବୃଦ୍ଧିକୁ ମଧ୍ୟ ଦୁର୍ବଳ କରିବାରେ।
ଆମେରିକା ଅନ୍ୟ ଦେଶଗୁଡ଼ିକର ସାମଗ୍ରୀ ଆମଦାନୀକରି ବାଣିଜ୍ୟ ନିଅଣ୍ଟିଆ ସ୍ଥିତିର ସମ୍ମୁଖୀନ ହେଉଛି ବୋଲି ଦୀର୍ଘଦିନରୁ ଟ୍ରମ୍ପ୍‌ଙ୍କ ମନରେ ନିରାଶା ଭାବ ରହିଛି। ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକରେ ଭାରତ ସହ ଆମେରିକାର ୪୫.୬ ବିଲିୟନ ଡଲାର ବାଣିଜ୍ୟ ନିଅଣ୍ଟକୁ ନେଇ ସେ ଚିନ୍ତା ପ୍ରକଟ କରିଥିଲେ। ଏହାର ପ୍ରତିକ୍ରିୟା ସ୍ବରୂପ, ଆମେରିକାରୁ ଅଧିକ ଶକ୍ତି ସଂସାଧନ ଭାରତ ଆମଦାନୀ କରିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସବୁ ବାଣିଜି୍ୟକ ସମ୍ପର୍କ ସମ୍ପୂର୍ଣ୍ଣ ଭାବେ ସନ୍ତୁଳିତ ହେବା ଜରୁରୀ ନୁହେଁ। ବାଣିଜି୍ୟକ ଅସନ୍ତୁଳନ ବିଶ୍ୱ ବାଣିଜ୍ୟର ଏକ ସ୍ବାଭାବିକ ବିଷୟ, ଯାହା ପ୍ରତିଯୋଗିତା ଭାବେ କମ୍ପାନୀଗୁଡ଼ିକୁ ଉତ୍ତମ ଉତ୍ପାଦନ ବୃଦ୍ଧିକରି ଲାଭ କରିବାରେ ସକ୍ଷମ କରାଏ ଏବଂ ଏହାଦ୍ୱାରା ଦେଶଗୁଡ଼ିକ ମଧ୍ୟ ଲାଭବାନ୍‌ ହୋଇଥାନ୍ତି। ପ୍ରତିଦିନ ବ୍ୟକ୍ତିଙ୍କ ମଧ୍ୟରେ ହେଉଥିବା ଦେଣନେଣ କଥା ଦେଖନ୍ତୁ। ଆଦାମ୍‌ ତାଙ୍କ ଘର ନିକଟରେ ଥିବା ଇଭ୍‌ଙ୍କ ଷ୍ଟୋରରୁ ଗ୍ରୋସରି କିଣେ, ଯିଏ କି ଅନ୍ୟ ଷ୍ଟୋର ଓ ଅନ୍‌ଲାଇନ ପ୍ଲାଟ୍‌ଫର୍ମଗୁଡ଼ିକରୁ ଜିନିଷ କିଣିବାରେ ଟଙ୍କା ଖର୍ଚ୍ଚକରେ। ଦିନେ ଆଦାମ୍‌ ରାଗିଯାଇ ଇଭ୍‌ଙ୍କ ଷ୍ଟୋରରେ ଜବରଦସ୍ତ ପଶିଯାଇ କହିଲା, ମୁଁ ତୁମଠାରୁ ସବୁ କିଣିଆସୁଛି, କିନ୍ତୁ ତୁମେ ମୋଠାରୁ କିଛି ବି କିଣୁନାହଁ। ତା’ପରେ ସେମାନଙ୍କ ବାଣିଜି୍ୟକ ସମ୍ପର୍କରେ ସନ୍ତୁଳନ ରଖିବାକୁ ସେ ଦାବିକଲେ। ଯଦି ସମସ୍ତେ ସମାନ ପ୍ରକାର କରିବାକୁ ବାଧ୍ୟ କରନ୍ତି, ତେବେ ବାଣିଜ୍ୟ ଧୀରେ ଧୀରେ ମାନ୍ଦା ହୋଇଯିବ ଓ ଗତିଶୀଳତା ହରାଇବ। ଏହା ସହ ଏଭଳି ନୀତି ସମାଜକୁ ପଛକୁ ନେଇଯିବ, ଯେଉଁଠି ଟଙ୍କା ବଦଳରେ କେବଳ ଜିନିଷ ବିନିମୟ ପଦ୍ଧତି ଉପରେ ନିର୍ଭର କରିବ।
ସବୁ ଦେଶ ସହ ବାଣିଜ୍ୟରେ ସନ୍ତୁଳନ (କୌଣସି ଦେଶର ଆମଦାନୀ ଓ ରପ୍ତାନି ମୂଲ୍ୟ ସମାନ ରହେ) ପାଇଁ ଯଦିଓ ସଂଘର୍ଷ କରିବା ଆବଶ୍ୟକ ନୁହେଁ, ତଥାପି ଆମେରିକାର ମୋଟ ବାଣିଜ୍ୟ ନିଅଣ୍ଟକୁ ନେଇ ଚିନ୍ତିତ ହେବା ଉଚିତ ମନେହୁଏ। ଚଳିତ ବର୍ଷ ପ୍ରାରମ୍ଭରେ ଏହି ନିଅଣ୍ଟ ସବୁଠୁ ଅଧିକ ୧୩୧.୪ ବିଲିୟନ ଡଲାରରେ ପହଞ୍ଚିଥିଲା। ଏଥିରୁ ବୁଝାପଡ଼ୁଛି , ଅନ୍ୟ ଦେଶଗୁଡ଼ିକ ଆମେରିକାକୁ ସେମାନଙ୍କ ସାମଗ୍ରୀ ବିକ୍ରିକରି ଅର୍ଜିତ ଡଲାରକୁ ପାଖରେ ରଖୁଛନ୍ତି ଓ ତାହାକୁ ଭବିଷ୍ୟତରେ ବ୍ୟବହାର କରିବା ଲାଗି ଯୋଜନା କରୁଛନ୍ତି। କିନ୍ତୁ ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ, ଏହି ମୁଦ୍ରାର ମୂଲ୍ୟ ଉପରେ ବିଶ୍ୱ ବିଶ୍ୱାସ ରଖେ ଓ ନିର୍ଭରକରେ। ଆମେରିକୀୟ ଡଲାର ବିଶ୍ୱ ସ୍ତରରେ ରିଜର୍ଭ କରେନି୍ସ ବା ମୁଦ୍ରା ଭାବେ ବ୍ୟବହାର ହୁଏ। ତେବେ ଟ୍ରମ୍ପ୍‌ଙ୍କ ଟାରିଫ୍‌ ଧମକ ବିଶ୍ୱସ୍ତରରେ ଡଲାରକୁ ଦୁର୍ବଳ କରିଦେବ। ଟ୍ରମ୍ପ୍‌ଙ୍କ ଅଧିକ ଟାରିଫ୍‌କୁ ଲକ୍ଷ୍ୟକରି କେତେକ ଦେଶ ଆମେରିକା ସାମଗ୍ରୀ ଉପରେ ମଧ୍ୟ ଟାରିଫ୍‌ ଲଗାଇଛନ୍ତି। ଏହା ଜବାବରେ ଟ୍ରମ୍ପ୍‌ ଲଗାତର ଭାବେ ରେସିପ୍ରୋକାଲ ଟାରିଫ୍‌ ଲଗାଇବାକୁ ଧମକ ଦେଇଛନ୍ତି। ଏହି ପଦକ୍ଷେପ ଟ୍ରମ୍ପଙ୍କୁ ଏବଂ ତାଙ୍କ ସହ ଏହି ଅଭିଯାନରେ ସାମିଲ ବ୍ୟକ୍ତିଙ୍କୁ ସନ୍ତୁଷ୍ଟ କରିପାରେ, କିନ୍ତୁ ଏହାର ପ୍ରଭାବ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବାଣିଜ୍ୟ ମୁଖ୍ୟତଃ ତୁଳନାତ୍ମକ ଲାଭ ଦ୍ୱାରା ପରିଚାଳିତ ହୋଇଥାଏ। ଅର୍ଥାତ୍‌, ଏକ ବାଣିଜି୍ୟକ ଭାଗୀଦାରିକୁ ଗୋଟିଏ ଦେଶ ସାମଗ୍ରୀ ରପ୍ତାନି କରିବା ଏବଂ ସେହି ଅଂଶୀଦାରଠାରୁ ଆମଦାନୀ କରିବା ସମ୍ପୂର୍ଣ୍ଣ ଭାବେ ଭିନ୍ନ। ଉଦାହରଣ ସ୍ବରୂପ, ଗୋଟିଏ ଦେଶ ଫାର୍ମାସ୍ୟୁଟିକଲ୍ସ ରପ୍ତାନି କରୁଥିବାବେଳେ ଏରୋପ୍ଲେନ୍‌ ଆମଦାନୀ କରିପାରେ। ଏଣୁ ଏକ ନିର୍ଦ୍ଦିଷ୍ଟ ସାମଗ୍ରୀକୁ ନେଇ ଅନ୍ୟ ଦେଶର ଆମଦାନୀ ଶୁଳ୍କ ସହ ତୁଳନା କରିବା ବ୍ୟର୍ଥ ହେବ। ଆମେରିକା ଯଦି ଏହି ନୀତି ପ୍ରୟୋଗକରେ ତେବେ ବାଣିଜି୍ୟକ ଗୋଷ୍ଠୀରେ ଥିବା ସମସ୍ତ ଦେଶ ପ୍ରଭାବିତ ହେବେ ବୋଲି ଟ୍ରମ୍ପ ଯାହା କହିଛନ୍ତି ସେଥିରେ ବାସ୍ତବରେ କ’ଣ ଘଟିବ ତାହା ଆମେ ଜାଣୁ। କାନାଡା ଓ ମେକ୍ସିକୋ ଆମେରିକାର ସାମଗ୍ରୀ ଉପରେ ଟାରିଫ୍‌ ବୃଦ୍ଧି କରିବେ। ଏହାର ପ୍ରତିକାର ପାଇଁ ଆମେରିକା ମଧ୍ୟ ପଦକ୍ଷେପ ନେବ, ଯାହାଦ୍ୱାରା ଏକ ନକାରାତ୍ମକ ପ୍ରକ୍ରିୟା ବା ସମସ୍ୟା ଲାଗିରହିବ। ତେବେ ଏହି ଗତିଶୀଳତା ଆମେରିକା ଓ କାନାଡା ମଧ୍ୟରେ ଆରମ୍ଭ ହୋଇଗଲାଣି। ଫେବୃଆରୀରେ, ଟ୍ରମ୍ପ କାନାଡାର ଷ୍ଟିଲ୍‌ ଓ ଆଲୁମିନିୟମ ଉପରେ ୨୫% ଟାରିଫ୍‌ ଘୋଷଣା କରିଥିଲେ। ପ୍ରତିକ୍ରିୟା ସ୍ବରୂପ, କାନାଡାର ଏକ ରାଜ୍ୟ ଅଣ୍ଟାରିଓ ଆମେରିକାକୁ ହେଉଥିବା ବିଦ୍ୟୁତ୍‌ ରପ୍ତାନି ଉପରେ ୨୫% ଟ୍ୟାକ୍ସ ଲାଗୁ କରିଦେଲା, ଯାହା ଫଳରେ ଟ୍ରମ୍ପଙ୍କୁ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରିବାକୁ ପଡ଼ିଲା ଏବଂ ତାଙ୍କ ଷ୍ଟିଲ୍‌ ଓ ଆଲୁମିନିୟମ ଟାରିଫ୍‌କୁ ୨ଗଣା ଅର୍ଥାତ୍‌ ୫୦%କୁ ବୃଦ୍ଧି କରିଦେଲେ। ମାତ୍ର କେଇଘଣ୍ଟା ମଧ୍ୟରେ ଆମେରିକା ଟାରିଫ୍‌ ବୃଦ୍ଧିକୁ ଫେରାଇନେଇ ବୁଝାମଣା କରିବା ପାଇଁ ରାଜିହେବା ପରେ ଅଣ୍ଟାରିଓ ପ୍ରିମିୟର ଡୋଉଗ୍‌ ଫର୍ଡ ବର୍ଦ୍ଧିତ ଶୁଳ୍କକୁ ରଦ୍ଦ କରିଥିଲେ।
ଏହିଭଳି ପ୍ରତିରୋଧାତ୍ମକ ପ୍ରକ୍ରିୟା ୟୁରୋପୀୟ ସଂଘ, ଚାଇନା, ବ୍ରାଜିଲ ଏବଂ ଅନେକ ବାଣିଜି୍ୟକ ଅଂଶୀଦାରଙ୍କ ପକ୍ଷରୁ ସାମ୍ନାକୁ ଆସିବା ସମ୍ଭାବନା ରହିଛି। ଅନେକ ବିକାଶଶୀଳ ଦେଶ ଏହିଭଳି ରଣନୀତିକୁ ସମର୍ଥନକଲେ ଆମଦାନୀ ଉପରେ ଅତ୍ୟଧିକ ନିର୍ଭର କରୁଥିବା ଆମେରିକା ଟାରିଫ୍‌ ଯୁଦ୍ଧରେ ପରାସ୍ତ ହେବା ସହ ଭୟଙ୍କର ପରିଣାମର ସମ୍ମୁଖୀନ ହେବ। ଟ୍ରମ୍ପଙ୍କ ଅଧିକ ଟାରିଫ୍‌ ନିଜ ଦେଶରେ ମୁଦ୍ରାସ୍ଫୀତି ଓ ଉତ୍ପାଦନ ମୂଲ୍ୟ ମଧ୍ୟ ବୃଦ୍ଧି କରିବ। ଫଳରେ ଆମେରିକୀୟ ସାମଗ୍ରୀଗୁଡ଼ିକର ଚାହିଦା କମିବ ଏବଂ ୟୁରୋପ ଓ ଚାଇନା ପ୍ରମୁଖ ମାର୍କେଟରୁ ଆମେରିକାକୁ ତଡ଼ିଦେବାରେ ସକ୍ଷମ ହେବେ। ଉଲ୍ଲେଖନୀୟ, ଟ୍ରମ୍ପ୍‌ଙ୍କ ଟାରିଫ୍‌କୁ ନେଇ ଅନ୍ୟ ସବୁ ଦେଶ ମଧ୍ୟରେ ଆର୍ଥିକ ସହଭାଗିତା ମଜଭୁତ କରିବା ସମ୍ପର୍କିତ ଆଲୋଚନା ଜୋର ଧରିଲାଣି। ଉଦାହରଣ ସ୍ବରୂପ, ଭାରତ ଓ ୟୁରୋପୀୟ ସଂଘ ନୂତନ ବାଣିିଜ୍ୟ ବୁଝମଣା ଚୂଡ଼ାନ୍ତ କରିବା ପାଇଁ ନିକଟତର ହୋଇଛନ୍ତି। ଏହାସହ ମେକ୍ସିକୋ, କାନାଡା ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ଓ ବ୍ୟବସାୟ ଦୃଢ଼ କରିବା ପାଇଁ ଆଲୋଚନା ମଧ୍ୟ ଚାଲିଛି। ନିଃସନ୍ଦେହ ଯେ, ଆରମ୍ଭରୁ କିଛି ସମୟ ପାଇଁ ଟ୍ରମ୍ପ୍‌ଙ୍କ ବାଣିଜ୍ୟ ନୀତି ବିଶ୍ୱ ଆର୍ଥିକ ସମସ୍ୟାର କାରଣ ପାଲଟିବ। କିନ୍ତୁ ଦୀର୍ଘମିଆଦୀ ଭାବେ ଏହାର କ୍ଷତିକାରକ ପ୍ରଭାବ ଆମେରିକା ଉପରେ ପଡ଼ିପାରେ। ଏହା ନିଶ୍ଚିତ ଯେ, ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌ (ଏମ୍‌ଏଜିଏ)ଏଜେଣ୍ଡାକୁ ଉତ୍ସାହିତ କରିବାକୁ ଚେଷ୍ଟାକରି ଟ୍ରମ୍ପ୍‌ ବୈଶ୍ୱିକ ପରିବର୍ତ୍ତନର ନେତୃତ୍ୱକୁ ଶେଷ କରିଦେଇପାରନ୍ତି ।

କୌଶିକ ବସୁ
ପୂର୍ବତନ ଅର୍ଥନୀତିଜ୍ଞ, ବିଶ୍ୱବ୍ୟାଙ୍କ


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri