ଟ୍ରମ୍ପ୍‌ଙ୍କ ଟାରିଫ୍‌: ଯେସାକୁ ତେସା

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ(ରଏଟର୍ସ/ଏଜେନ୍ସି),୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର ଠିକ୍‌ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଏକ ନୂଆ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ଏହା ହେଉଛି ରେସିପ୍ରୋକାଲ୍‌ ଟାରିଫ୍‌ ବା ପାରସ୍ପରିକ ଶୁଳ୍କ। ଅର୍ଥାତ୍‌ ଯେଉଁ ଦେଶଗୁଡ଼ିକ ଆମେରିକାଠାରୁ ଆମଦାନୀ କରୁଥିବା ସାମଗ୍ରୀଗୁଡ଼ିକ ଉପରେ ଯେତେ ଟିକସ କଷୁଛନ୍ତି, ଏଣିକି ସେହି ଦେଶରୁ ଆମେରିକାକୁ ରପ୍ତନୀ ହେଉଥିବା ସାମଗ୍ରୀ ଉପରେ ମଧ୍ୟ ସମପରିମାଣର ଶୁଳ୍କ ଲାଗୁହେବ। ଅର୍ଡରରେ ସ୍ବାକ୍ଷର କରିବା ପରେ ଟ୍ରମ୍ପ୍‌ କହିଛନ୍ତି, ଯେଉଁ ରାଷ୍ଟ୍ର ଆମେରିକାରେ ଫ୍ୟାକ୍ଟ୍ରି, ପ୍ଲାଣ୍ଟ ଆଦି ପ୍ରତିଷ୍ଠା କରି ସାମଗ୍ରୀ ଉତ୍ପାଦନ କରିବେ, ସେମାନଙ୍କ ମେଡିକାଲ, କାର୍‌, ଚିପ୍ସ, ସେମିକଣ୍ଡକ୍ଟର ଆଦି ଉତ୍ପାଦିତ ସାମଗ୍ରୀ ଉପରେ ଟିକସ ଲାଗିବ ନାହିଁ। କାରଣ ଏହାଦ୍ୱାରା ଆମେରିକାରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଟ୍ରମ୍ପ୍‌ଙ୍କ ଏହି ନିଷ୍ପତ୍ତି ଭାରତ ପାଇଁ ବିଶେଷ ଗୁରୁତ୍ୱ ବହନ କରେ। କାରଣ ଟିକସ କ୍ଷେତ୍ରରେ ସେ ଆପଣାଇଥିବା ‘ଯେସାକୁ ତେସା’ ନୀତିରେ ଭାରତୀୟ ବଜାର ବହୁଳ ଭାବେ କ୍ଷତିଗ୍ରସ୍ତ ହେବ। ଆମେରିକୀୟ ସାମଗ୍ରୀଗୁଡ଼ିକ ଉପରେ ଭାରତ କଷୁଥିବା ହାରାହାରି ଟିକସ ହେଉଛି ୯.୫%। ଅନ୍ୟପକ୍ଷେ ଆମେରିକା ଭାରତୀୟ ସାମଗ୍ରୀ ଉପରେ ୩% ଟିକସ କଷିଥାଏ। ପ୍ରତିଷୋଧମୂଳକ ଟିକସ ଲାଗୁ ହେଲେ ଭାରତୀୟ ସାମଗ୍ରୀଗୁଡ଼ିକୁ ଆମେରିକା ବଜାରରେ ପ୍ରବେଶ ପାଇଁ କଷ୍ଟକର ହୋଇଯିବ। ଏଥିଯୋଗୁ ଭାରତର ରପ୍ତାନି ବାଧାପ୍ରାପ୍ତ ହେବ ବୋଲି ନୋମୁରା ରେଟିଂ ଏଜେନ୍ସିର ବିଷେଜ୍ଞମାନେ ମତ ଦେଇଛନ୍ତି।
ମୋଦିଙ୍କୁ ଭେଟିବା ପୂର୍ବରୁ ଟ୍ରମ୍ପ୍‌ ଆହୁରି କହିଥିଲେ, ଭାରତ ହେଉଛି ‘ବ୍ୟବସାୟ ପାଇଁ କଷ୍ଟକର ସ୍ଥାନ’। କାରଣ ଏହାର ଟାରିଫ୍‌ ଅତ୍ୟନ୍ତ ଉଚ୍ଚ ରହିଛି। କିନ୍ତୁ ସେମାନେ ଆମ ପାଇଁ ଟିକସରେ ଯେଉଁ ପରିବର୍ତ୍ତନ ଆଣିବେ, ଆମେ ମଧ୍ୟ ଅନୁରୂପ ଆଭିମୁଖ୍ୟ ଗ୍ରହଣ କରିବୁ। ଏପରି ହେଲେ ଉତ୍ତମ କାରବାର ଚାଲିବ। ଏଭଳି ସ୍ଥଳେ ଟ୍ରମ୍ପ୍‌ଙ୍କ ପାରସ୍ପରିକ ଶୁଳ୍କର ପ୍ରଭାବ ସୁଦୂରପ୍ରସାରୀ ହୋଇପାରେ। ଭାରତର ଖାଦ୍ୟ ସାମଗ୍ରୀ, ପନିପରିବା, ଟେକ୍ସାଇଲ୍ସ ଓ କପଡ଼ା ସେକ୍ଟର ବିଶେଷ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଇଲେକ୍ଟ୍ରିକାଲ ସାମଗ୍ରୀ, ରନତ୍,
ଫାର୍ମା ଉତ୍ପାଦ, ଲୌହ, ଷ୍ଟିଲ୍‌ ଆଦି ମଧ୍ୟ ଭାରତ ଆମେରିକାକୁ ପଠାଇଥାଏ, ଯାହାକି ରପ୍ତାନି କରିବାରେ ଅସୁବିଧା ହେବ। ରପ୍ତାନିରେ ବାଧା ଉପୁଜିଲେ ଏହି ସାମଗ୍ରୀଗୁଡ଼ିକର ଦରଦାମ୍‌ ଭାରତରେ ବଢ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି।
ପ୍ରକାଶ ଯେ, ୟୁଏସ୍‌ ରେସିପ୍ରୋକାଲ୍‌ ଟ୍ରେଡ୍‌ ଏଗ୍ରିମେଣ୍ଟ୍‌ସ ଆକ୍ଟ, ୧୯୩୪କୁ ସମ୍ପ୍ରତି ଆମେରିକାର ଜାତୀୟ ସ୍ବାର୍ଥ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ଏହାଦ୍ୱାରା ଆମେରିକା ଓ ବାଣିଜି୍ୟକ ସହଯୋଗୀ ପରସ୍ପରର ଉତ୍ପାଦ ଉପରେ ନିମ୍ନ ଟିକସ ଲଗାଇବା ପାଇଁ ମୂଲଚାଲ କ୍ଷମତା ପାଇଛନ୍ତି। ବିଶେଷକରି ଟ୍ରମ୍ପ୍‌ ୨.୦ ପ୍ରଶାସନ ଏହାକୁ ଆମେରିକାର ନାଗରିକମାନଙ୍କ ଉନ୍ନତି ପାଇଁ ଉପଯୋଗ କରୁଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...

IPL 2026 Auction: ଅକ୍ସନର ଫାଇନାଲ ଲିଷ୍ଟରେ ବାଜିଲା ମୋହର, ୧୦୦୦ ଖେଳାଳି ଆଉଟ, ଷ୍ଟାର ଖେଳାଳିଙ୍କ ସରପ୍ରାଇଜ ଏଣ୍ଟ୍ରି

ନୂଆଦିଲ୍ଲୀ,୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଡିସେମ୍ବର ୧୬ରେ ଆବୁଧାବିରେ ଏକ ମିନି-ନିଲାମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।...

ୟୁଟ୍ୟୁବରୁ ଶିଖି ୫ ଏକର ଜମି କଲେ ଚାଷ: ଦୁଇମାସରେ…

ଭବାନୀପାଟଣା,୯ା୧୨(ଉତ୍ତମ କୁମାର ଦାଶ):ନେପିଆର୍‌ ଘାସ ଚାଷ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସିକେରଗୁଡା ଗାଁର ଅଜିତ ପ୍ରଧାନଙ୍କୁ ସ୍ବାବଲମ୍ବୀ କରିଛି। ଏଥିରେ ସେ ଆତ୍ମ...

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

୪୨ବର୍ଷ ପରେ ମନ୍ଦିରକୁ ଫେରିବ ବିରଳ ପ୍ରାଚୀନ ମୂର୍ତ୍ତି: ଉଦ୍ଧାର ପରେ ସିବିଆଇ ମାଲଖାନାରେ…

ସୋନପୁର,୯ା୧୨(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ସହର ଗୋପାଳଜୀ ମନ୍ଦିରରୁ ଚୋରି ହୋଇ ଦୀର୍ଘ ୪୨ବର୍ଷ ସିବିଆଇ ମାଲଖାନାରେ ଥିବା ୧୨ ବିରଳ ପ୍ରାଚୀନ ମୂର୍ତ୍ତି ପୁଣି ମନ୍ଦିରକୁ ଫେରିବ।...

ପୁଟିନଙ୍କ ଭାରତ ଗସ୍ତକୁ ନେଇ ଚାଇନା ଦେଲା ଏମିତି ପ୍ରତିକ୍ରିୟା ଆମେରିକାକୁ ଲାଗିବ ବଡ଼ ଝଟକା

ବେଜିଂ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାମ୍ପ୍ରତିକ ଭାରତ ଗସ୍ତ ପ୍ରତି ଚାଇନା ଏକ ସକାରାତ୍ମକ ମନୋଭାବ ପ୍ରକାଶ କରିଛି, କହିଛି ଯେ ଭାରତ, ଚାଇନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri