ଚାଇନାକୁ ଟାର୍ଗେଟ କରି ପୋଷ୍ଟ କଲେ ଟ୍ରମ୍ପ, ପ୍ରତି ଶବ୍ଦ ପିଛା ୪ ବିଲିୟନ ଡଲାର ହରାଇଲା ଆମେରିକା

ନୂଆଦିଲ୍ଲୀ,୧୨।୧୦: ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ସୋସିଆଲ୍ ମିଡିଆରେ ଚାଇନାକୁ ନିଶାନା କରି ଏକ ପୋଷ୍ଟରୁ ଅମେରିକୀୟ ଶେୟାର ବଜାରରେ ୨ ଟ୍ରିଲିୟନ୍ ଡଲାର (ପ୍ରାୟ ୧୬୮ ଲକ୍ଷ କୋଟି ଟଙ୍କା) ବୁଡ଼ିଯାଇଛି। ଶୁକ୍ରବାର ବଜାର ନୂତନ ରେକର୍ଡ୍ କରିବାରେ ଥିଲା, କିନ୍ତୁ ଟ୍ରମ୍ପଙ୍କ ପୋଷ୍ଟ୍‌ରୁ ବଡ଼ କ୍ଷତି ସହିଛନ୍ତି ନିବେଶକ।

ଟ୍ରମ୍ପ ତାଙ୍କ ପୋଷ୍ଟରେ ଚାଇନାରେ ‘ଅଜବ ଘଟଣା’ ହେଉଥିବା କହିଛନ୍ତି। ଚାଇନା ଦୁର୍ଲଭ ଧାତୁ ରପ୍ତାନି ଉପରେ ନିୟନ୍ତ୍ରଣ କଡ଼ା କରିଛି। ଏହି ଧାତୁ ସେମିକଣ୍ଡକ୍ଟର୍, ଇଲେକ୍ଟ୍ରିକ୍ ଗାଡ଼ି ଓ ମିସାଇଲ୍ ନିର୍ମାଣରେ ବ୍ୟବହୃତ ହୁଏ। ଚାଇନା ବିଶ୍ୱର ୭୦% ଦୁର୍ଲଭ୍ ଧାତୁ ନିୟନ୍ତ୍ରଣ କରେ।

ଏହାକୁ ଦୃଷ୍ଟିରେ ରଖି ଟ୍ରମ୍ପ ଚାଇନା ଉପରେ ୧୦୦% ଟାରିଫ୍ ଲଗାଇଛନ୍ତି, ଯାହାଦ୍ୱାରା ଚାଇନା-ଅମେରିକା ଟ୍ରେଡ୍ ୱାର୍ (ବାଣିଜ୍ୟ ଯୁଦ୍ଧ) ପୁନର୍ବାର ଆରମ୍ଭ ହୋଇଛି।

ଟ୍ରମ୍ପଙ୍କ ଏହି ଘୋଷଣା ପରେ ଏପ୍ରିଲ୍ ପରେ S&P ସର୍ବାଧିକ ୨.୭% ହ୍ରାସ ପାଇଛି। ଅନେକ ଟେକ୍ କମ୍ପାନି ଏବଂ ଛୋଟ କମ୍ପାନି ଗୁଡିକ ମୋଟ ୨ ଟ୍ରିଲିୟନ୍ ଡଲାର କ୍ଷତି ସହିଛନ୍ତି।

ତେବେ ଟ୍ରମ୍ପ ତାଙ୍କ ଏହି ପୋଷ୍ଟ ୫୦୪ଟି ଶବ୍ଦରେ କରିଥିଲେ। ଗଣନା କରିଲେ ଶବ୍ଦ ପ୍ରତି ୪ ବିଲିୟନ ଡଲାର ଆମେରିକା (ପ୍ରାୟ ୩.୯୭ ବିଲିୟନ୍) ହରାଇଛି। ପ୍ରତ୍ୟେକ ଅକ୍ଷର ୭୦୮ ମିଲିୟନ୍ ଡଲାରରୁ ଅଧିକ। ଏହା ଟ୍ରମ୍ପଙ୍କ ପୋଷ୍ଟ୍‌କୁ ବିଶ୍ୱର ସବୁଠାରୁ ମହଙ୍ଗା ପୋଷ୍ଟ୍ କରିଛି। ଏଥିରୁ ଏହା ପ୍ରତିଫଳିତ ହେଉଛି କି ଟ୍ରମ୍ପଙ୍କ ଏକ ପୋଷ୍ଟରୁ ବିଶ୍ୱ ବଜାର କିପରି ପ୍ରଭାବିତ ହୁଏ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟ୍ରେଟ ଅଫ ହର୍ମୁଜରେ ଜାହାଜଗୁଡ଼ିକୁ ସୁରକ୍ଷା ଦେବ ଆମେରିକା? ଘୋଷଣା କରିବେ ଟ୍ରମ୍ପ? ଚାଲିଛି ବଡ଼ ଯାଜନା…

ଓ୍ବାଶିଂଟନ,୧୬।୩: ଆମେରିକା ଖୁବ ଶୀଘ୍ର ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ରଖିବା ପାଇଁ ଏକ ଅନ୍ତର୍ଜାତୀୟ ମେଣ୍ଟ ଘୋଷଣା କରିପାରେ। ପ୍ରମୁଖ ବିଶ୍ୱ ରାଷ୍ଟ୍ରଗୁଡ଼ିକର ସହଯୋଗରେ ଗଠିତ, ଏହି…

ଟ୍ରମ୍ପଙ୍କ ଇସାରାରେ ନାଚିବ ଚାଇନା? ବଡ଼ ବିବୃତ୍ତି ଜାରି – ଷ୍ଟ୍ରେଟ ଅଫ ହର୍ମୁଜ ଦଖଲ କରିବାକୁ ଧମକ; ଘଟିବ କିଛି ବଡ଼ ଘଟଣା…

ଓ୍ବାଶିଂଟନ,୧୬।୩: ଫାଇନାନ୍ସିଆଲ ଟାଇମ୍ସ (FT) ସହିତ ଏକ ସାକ୍ଷାତକାରରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ସିଧାସଳଖ ଚାପ ପକାଇଛନ୍ତି। ସେ କହିଛନ୍ତି ଯେ ଷ୍ଟ୍ରେଟ…

ଅସ୍ବାଭାବିକ ଋତୁ ପରିବର୍ତ୍ତନ ଜୀବଜଗତର ଆଚରଣ ବଦଳାଉଛି

ଓ୍ବାଶିଂଟନ୍‌ ,୧୬ା୩: ଜଳବାୟୁ ପରିବର୍ତ୍ତନ ଏବେ ବିଶ୍ୱ ସମାଜ ପାଇଁ ସବୁଠୁ ଚିନ୍ତାଜନକ ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନର ଦୀର୍ଘସୂତ୍ରୀ ପ୍ରଭାବ ମାନବ ସମାଜ ପାଇଁ କେତେ ଅନିଷ୍ଟକର,…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Video: ଡ୍ରୋନ ଆକ୍ରମଣରେ ହୁତୁହୁତୁ ହୋଇ ଜଳିଲା ଦୁବାଇ ବିମାନ ବନ୍ଦର, ସମସ୍ତ ଉଡାଣ ବାତିଲ

ଦୁବାଇ,୧୬।୩: ସୋମବାର ସକାଳେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏକ ଜୋରଦାର ବିସ୍ଫୋରଣ ପରେ ଦୁବାଇରେ ଆତଙ୍କ ଖେଳିଗଲା, ଯାହା ଏକ ଡ୍ରୋନ ଦୁର୍ଘଟଣା ଯୋଗୁ ହୋଇଥିଲା…

ନେତାନ୍ୟାହୁଙ୍କୁ ହତ୍ୟା ଆଇଆର୍‌ଜିସିର ଲକ୍ଷ୍ୟ

ତେହରାନ୍‌,୧୬ା୩: ଇରାନ୍‌-ଆମେରିକା ଯୁଦ୍ଧ ରବିବାର ୧୬ ଦିନ ଅତିକ୍ରମ କରିଥିଲାବେଳେ ଆମେରିକାର ବିଭିନ୍ନ ଠିକଣା ସମେତ ଇସ୍ରାଏଲ ଉପରେ ଇରାନ୍‌ର ଆକ୍ରମଣ ଜାରି ରହିଛି। ଏହାମଧ୍ୟରେ ଇରାନ୍‌ର ଇସ୍‌ଲାମିକ୍‌…

SCB ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା କେୟାର ICUରେ…

SCBରେ ବଡ଼ଧରଣର ଅଗ୍ନିକାଣ୍ଡ: ୧୦ ମୃତ, ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ

କଟକ,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri