ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ସମ୍ପର୍କ ‘ଏବେ ନାହିଁ’, ବିଶ୍ୱ ନେତାଙ୍କୁ ଚେତାବନୀ

ନ୍ୟୁୟର୍କ/ୱାଶିଂଟନ,୫।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବ୍ୟକ୍ତିଗତ ସମ୍ପର୍କ ବହୁତ ଭଲ ଥିଲା, କିନ୍ତୁ “ଏବେ ତାହା ନାହିଁ,” ବୋଲି ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ଉପଦେଷ୍ଟା ଜନ ବୋଲ୍ଟନ କହିଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି ଯେ ଆମେରିକୀୟ ନେତାଙ୍କ ସହ ଘନିଷ୍ଠ ସମ୍ପର୍କ ବିଶ୍ୱ ନେତାମାନଙ୍କୁ “ସବୁଠାରୁ ଖରାପ” ପରିସ୍ଥିତିରୁ ରକ୍ଷା କରିପାରିବ ନାହିଁ।

ଗତ ଦୁଇ ଦଶନ୍ଧିରେ ଭାରତ-ଆମେରିକା ସମ୍ପର୍କର ସବୁଠାରୁ ଖରାପ ପର୍ଯ୍ୟାୟ ମଧ୍ୟରେ ବୋଲ୍ଟନଙ୍କ ଏହି ମନ୍ତବ୍ୟ ଆସିଛି, ଯେଉଁଥିରେ ଟ୍ରମ୍ପଙ୍କ ଶୁଳ୍କ ନୀତି ଏବଂ ତାଙ୍କ ପ୍ରଶାସନ ଦ୍ୱାରା ନୂଆଦିଲ୍ଲୀର ନିରନ୍ତର ସମାଲୋଚନା ଯୋଗୁଁ ସମ୍ପର୍କରେ ଅସୁବିଧା ବଢ଼ିଛି।

ବୋଲ୍ଟନ ଏକ ସାକ୍ଷାତକାରରେ କହିଛନ୍ତି, “ଟ୍ରମ୍ପ ଆନ୍ତର୍ଜାତୀୟ ସମ୍ପର୍କକୁ ନେତାମାନଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ମାଧ୍ୟମରେ ଦେଖନ୍ତି। ତେଣୁ ଯଦି ତାଙ୍କର ଭ୍ଲାଦିମିର ପୁଟିନଙ୍କ ସହ ଭଲ ସମ୍ପର୍କ ଥାଏ, ତେବେ ଆମେରିକାର ରୁଷିଆ ସହ ଭଲ ସମ୍ପର୍କ ରହିଛି ବୋଲି ସେ ଭାବନ୍ତି। କିନ୍ତୁ ତାହା ସତ୍ୟ ନୁହେ।”

ପ୍ରଥମ ଟ୍ରମ୍ପ ପ୍ରଶାସନରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିବା ବୋଲ୍ଟନ ତାଙ୍କ ପୂର୍ବତନ ମୁଖ୍ୟଙ୍କ ସମାଲୋଚନାରେ ବେଶ ଚର୍ଚ୍ଚାରେ ରହିଛନ୍ତି। ସେ କହିଛନ୍ତି, “ଟ୍ରମ୍ପଙ୍କର ମୋଦିଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ବହୁତ ଭଲ ଥିଲା। ମୋ ମନେ ହୁଏ ଏବେ ତାହା ନାହିଁ। ଏହା ସମସ୍ତଙ୍କ ପାଇଁ ଏକ ଶିକ୍ଷା, ଉଦାହରଣ ସ୍ୱରୂପ ବ୍ରିଟେନର ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମରଙ୍କ ପାଇଁ, ଯେ ଭଲ ବ୍ୟକ୍ତିଗତ ସମ୍ପର୍କ କିଛି ସମୟ ସାହାଯ୍ୟ କରିପାରେ, କିନ୍ତୁ ଏହା ଆପଣଙ୍କୁ ସବୁଠାରୁ ଖରାପ ପରିସ୍ଥିତିରୁ ରକ୍ଷା କରିପାରିବ ନାହିଁ।”

ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୋଲ୍ଟନ କହିଛନ୍ତି, ଟ୍ରମ୍ପଙ୍କ ପ୍ରଶାସନ ଭାରତ-ଆମେରିକା ସମ୍ପର୍କକୁ ଦଶନ୍ଧି ପଛକୁ ଠେଲି ଦେଇଛି, ଯାହା ମୋଦୀଙ୍କୁ ରୁଷିଆ ଓ ଚାଇନା ଆଡ଼କୁ ଅଧିକ ଘନିଷ୍ଠ କରିଛି। ସେ କହିଛନ୍ତି, ଟ୍ରମ୍ପଙ୍କ ନୀତି ଯୋଗୁଁ ଭାରତରୁ ରୁଷିଆ ସହ ଶୀତଳ ଯୁଦ୍ଧ ସମୟର ସଂପର୍କ ଦୂର କରିବା ଏବଂ ଚାଇନାକୁ ମୁଖ୍ୟ ସୁରକ୍ଷା ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିବା ପାଇଁ ଆମେରିକାର ଦୀର୍ଘଦିନର ଉଭୟପାକ୍ଷିକ ପ୍ରୟାସ ବିଫଳ ହୋଇଛି।“

ଏହା ଏକ ଅତ୍ୟନ୍ତ ଖରାପ ମୁହୂର୍ତ୍ତ, କିନ୍ତୁ ଏହାକୁ ପୁନର୍ବାର ବିପରୀତ କରାଯାଇପାରିବ,” ବୋଲି ବୋଲ୍ଟନ କହିଛନ୍ତି। ସେ ପୂର୍ବରୁ ମଧ୍ୟ କହିଥିଲେ ଯେ ରୁଷିଆରୁ ତୈଳ କ୍ରୟ କରିବା ପାଇଁ ଭାରତ ଉପରେ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲଗାଯାଇଥିବା ଶୁଳ୍କ ନୂଆଦିଲ୍ଲୀକୁ ବେଜିଂ-ମସ୍କୋ ଅକ୍ଷ ଆଡ଼କୁ ଠେଲି ଦେଇଛି, ଯାହାକୁ ସେ ଏକ “ଅନାବଶ୍ୟକ ଭୁଲ” ବୋଲି ବର୍ଣ୍ଣନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri