ପୁଣି କଟିଲା ଟ୍ରମ୍ପଙ୍କ ନାକ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଲେ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୫ା୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତିକୁ ୧୮ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଇଶାକ ଡାର ଗୁରୁବାର (୧୫ ମେ) ଏହି ଘୋଷଣାର ପୁଷ୍ଟି କରିଛନ୍ତି। ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଇଶାକ ଡାରଙ୍କ ପାଖରେ ବୈଦେଶିକ ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ରହିଛି।

ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଇଶାକ ଡାର ପାକିସ୍ତାନୀ ସଂସଦକୁ ସମ୍ବୋଧିତ କରି କହିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ଏହି ନିଷ୍ପତ୍ତି ଡିଜିଏମଓ ସ୍ତରରେ ବୁଧବାର (୧୪ ମେ) ହଟଲାଇନରେ ଆଲୋଚନା ସମୟରେ ନିଆଯାଇଥିଲା। ଏହି ଯୁଦ୍ଧବିରତିକୁ ୧୮ ମଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଅନ୍ୟପକ୍ଷରେ, ଇଶାକ ଡାର ଅଲ ଜଜିରାକୁ ଦେଇଥିବା ଏକ ସାକ୍ଷାତକାରରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା କରାଯାଇଥିବା ଦାବିକୁ ମଧ୍ୟ ଖାରଜ କରିଛନ୍ତି। ତାଙ୍କୁ ଯେତେବେଳେ ପଚରାଯାଇଥିଲା, “ଯୁଦ୍ଧବିରତି ପାଇଁ ଆମେରିକାକୁ ସମ୍ପର୍କ କରାଯାଇଥିଲା କି?” ଏହି ପ୍ରଶ୍ନର ଉତ୍ତରରେ ଇଶାକ ଡାର କହିଛନ୍ତି ଯେ ଆମେ ଯୁଦ୍ଧବିରତି ସମ୍ପର୍କରେ ଆମେରିକା ସହ କୌଣସି ଆଲୋଚନା କରି ନାହୁଁ।

ଦ୍ୱିତୀୟ ପ୍ରଶ୍ନ ପଚରାଯିବା ପରେ ଯେ ଆମେରିକା ପକ୍ଷରୁ ପାକିସ୍ତାନ ଉପରେ ଯୁଦ୍ଧବିରତି ଲଦାଯାଇଥିଲା କି? ଇଶାକ ଡାର କହିଛନ୍ତି ଯେ ଯୁଦ୍ଧବିରତି ଲଦାଯିବାର ପ୍ରଶ୍ନ ହିଁ ଉଠୁ ନାହିଁ। ସେ ଦାବି କରି କହିଛନ୍ତି, “ଏହା ଅହଂକାର ନୁହେଁ, ବରଂ ବାସ୍ତବବାଦୀ ହେବାର ପ୍ରଶ୍ନ। ଯଦି ଆମେ ଆମର ପଡ଼ୋଶୀ ଦେଶ ପରି ବ୍ୟବହାର କରିଥାନ୍ତୁ, ତେବେ ଏହି ସମଗ୍ର ଅଞ୍ଚଳରେ ବିନାଶକାରୀ ପରିଣାମ ହୋଇଥାନ୍ତା।”

ସେ କହିଛନ୍ତି ଯେ ପାକିସ୍ତାନ ସହ ଆମେରିକା, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ସମେତ ଅନେକ ଦେଶ ଆଲୋଚନା କରୁଥିଲେ। ଏହି ସମସ୍ତ ଦେଶ ଉଭୟ ପକ୍ଷ ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଉଦ୍ୟମ କରୁଥିଲେ। ଆମେ ଏହି ନିଷ୍ପତ୍ତି ନେବା ପାଇଁ ସ୍ୱାଧୀନ ଥିଲୁ। ଭାରତର ସୈନ୍ୟ ଅଡ଼ୁଆଳି ଏବଂ ନାଗରିକମାନଙ୍କ ଉପରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଆକ୍ରମଣ ସମ୍ପର୍କରେ ସେ ମିଛ କହି ଦାବି କରିଛନ୍ତି ଯେ ଆମେ ବହୁତ ଧୈର୍ଯ୍ୟ ଦେଖାଇଛୁ। ଭାରତ ପକ୍ଷରୁ କରାଯାଇଥିବା କାର୍ଯ୍ୟର ଏକ ମାପଚୁପ ଉତ୍ତର ଦେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

Valentine Day: ଭାଲେଣ୍ଟାଇନ୍ସ ଡେ’ରେ ଏହି ୩ ରାଶିର ଭାଙ୍ଗିବ ହୃଦୟ! ରୋମାଣ୍ଟିକ ଡିନର୍‌ରେ ଯିବେ ମୀନ ସହ ଏହି ୨ରାଶି…

ଆଜି ଭାଲେଣ୍ଟାଇନ୍ସ ଡେ। ପ୍ରେମର ଏହି ଦିନରେ, ଆଜି ପ୍ରେମ ରାଶିଙ୍କ ବିଷୟରେ ଆସନ୍ତୁ ଜାଣିବା। ମେଷ, ସିଂହ, କନ୍ୟା, ବିଛା ଏବଂ ମୀନ ରାଶିର ଲୋକମାନେ…

ରାତିରେ ଧୂମ୍‌ଧାମରେ ପାଳିଲେ ବିବାହବାର୍ଷିକୀ, ସକାଳୁ ପାଲଟିଗଲେ ଶବ

ବଣାଇଁ,୧୪ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ପର୍ଯ୍ୟଟନସ୍ଥଳ ଖଣ୍ଡାଧାରକୁ ୩୦ତମ ବିବାହ ବାର୍ଷିକୀ ପାଳନ ପାଇଁ ଆସି ଦମ୍ପତିଙ୍କ ମଧ୍ୟରୁ ଜଣେ ଶବ ହୋଇ ଫେରିବା…

ମହାଶିବରାତ୍ରିରୁ ଉତ୍ତର ଦିଗକୁ ଗତି କରିବେ ବୁଧ ଗ୍ରହ: ଏହି ୩ ରାଶିର ଭଲ ହେବ ନା ଖରାପ, ଜାଣନ୍ତୁ…

ବୈଦିକ ଜ୍ୟୋତିଷରେ, ବୁଧ ଗ୍ରହ ହେଉଛି ବୁଦ୍ଧି, ବାଣୀ, ତର୍କ, ଗଣିତ, ବ୍ୟବସାୟ ଏବଂ ଯୋଗାଯୋଗ ପାଇଁ ଦାୟୀ। ଏହା ଜଣେ ବ୍ୟକ୍ତିଙ୍କ ବିଶ୍ଳେଷଣାତ୍ମକ କ୍ଷମତା, ନିଷ୍ପତ୍ତି…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

କଟକ ଜିଲାପାଳଙ୍କୁ ନୋଟିସ୍‌, ଦେବାଶିଷ ସାମନ୍ତରାୟଙ୍କ ଏହି ଅଭିଯୋଗ ନେଇ…

କଟକ,୧୪ା୨: କଟକ ଜିଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ନୋଟିସ୍‌ ଜାରି ହୋଇଛି। ରାଜ୍ୟ ସଭା ସଚିବାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ୍‌ ହୋଇଛି। ଦେବାଶିଷ ସାମନ୍ତରାୟଙ୍କ ଲିଖିତ ଅଭିଯୋଗକୁ…

ଦାଦନ ଶ୍ରମିକ ଗଣେଶଙ୍କ ୨ କିଡ଼ନୀ ନଷ୍ଟ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୃଷ୍ଣପ୍ରସାଦ,୧୪।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଗିଲିନାସି ଗ୍ରାମର ଗଣେଶ ଚନ୍ଦ୍ର ପ୍ରଧାନ (୪୦ ବର୍ଷ)ଙ୍କର ଦୁଇଟି କିଡ଼ନୀ ନଷ୍ଟ ହୋଇଛି। ଓଳିଏ ଖାଇଲେ…

ନବଜାତ ଶିଶୁପୁତ୍ରଙ୍କୁ ବିଲରେ ଫିଙ୍ଗିଦେଲେ, କୁକୁର ଟାଣି ଟାଣି ନେବାବେଳେ…

ଜେନାପୁର,୧୪।୨(ଅଶୋକ ଦାସ): ଯାଜପୁର ଜିଲାରେ ଏକ ଅମାନୁଷିକ ଘଟଣା ଘଟିଛି। ଏଠାରେ ଏକ ବିଲରୁ ମୃତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri