ପୁଣି କଟିଲା ଟ୍ରମ୍ପଙ୍କ ନାକ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଲେ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୫ା୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତିକୁ ୧୮ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଇଶାକ ଡାର ଗୁରୁବାର (୧୫ ମେ) ଏହି ଘୋଷଣାର ପୁଷ୍ଟି କରିଛନ୍ତି। ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଇଶାକ ଡାରଙ୍କ ପାଖରେ ବୈଦେଶିକ ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ରହିଛି।

ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଇଶାକ ଡାର ପାକିସ୍ତାନୀ ସଂସଦକୁ ସମ୍ବୋଧିତ କରି କହିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ଏହି ନିଷ୍ପତ୍ତି ଡିଜିଏମଓ ସ୍ତରରେ ବୁଧବାର (୧୪ ମେ) ହଟଲାଇନରେ ଆଲୋଚନା ସମୟରେ ନିଆଯାଇଥିଲା। ଏହି ଯୁଦ୍ଧବିରତିକୁ ୧୮ ମଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଅନ୍ୟପକ୍ଷରେ, ଇଶାକ ଡାର ଅଲ ଜଜିରାକୁ ଦେଇଥିବା ଏକ ସାକ୍ଷାତକାରରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା କରାଯାଇଥିବା ଦାବିକୁ ମଧ୍ୟ ଖାରଜ କରିଛନ୍ତି। ତାଙ୍କୁ ଯେତେବେଳେ ପଚରାଯାଇଥିଲା, “ଯୁଦ୍ଧବିରତି ପାଇଁ ଆମେରିକାକୁ ସମ୍ପର୍କ କରାଯାଇଥିଲା କି?” ଏହି ପ୍ରଶ୍ନର ଉତ୍ତରରେ ଇଶାକ ଡାର କହିଛନ୍ତି ଯେ ଆମେ ଯୁଦ୍ଧବିରତି ସମ୍ପର୍କରେ ଆମେରିକା ସହ କୌଣସି ଆଲୋଚନା କରି ନାହୁଁ।

ଦ୍ୱିତୀୟ ପ୍ରଶ୍ନ ପଚରାଯିବା ପରେ ଯେ ଆମେରିକା ପକ୍ଷରୁ ପାକିସ୍ତାନ ଉପରେ ଯୁଦ୍ଧବିରତି ଲଦାଯାଇଥିଲା କି? ଇଶାକ ଡାର କହିଛନ୍ତି ଯେ ଯୁଦ୍ଧବିରତି ଲଦାଯିବାର ପ୍ରଶ୍ନ ହିଁ ଉଠୁ ନାହିଁ। ସେ ଦାବି କରି କହିଛନ୍ତି, “ଏହା ଅହଂକାର ନୁହେଁ, ବରଂ ବାସ୍ତବବାଦୀ ହେବାର ପ୍ରଶ୍ନ। ଯଦି ଆମେ ଆମର ପଡ଼ୋଶୀ ଦେଶ ପରି ବ୍ୟବହାର କରିଥାନ୍ତୁ, ତେବେ ଏହି ସମଗ୍ର ଅଞ୍ଚଳରେ ବିନାଶକାରୀ ପରିଣାମ ହୋଇଥାନ୍ତା।”

ସେ କହିଛନ୍ତି ଯେ ପାକିସ୍ତାନ ସହ ଆମେରିକା, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ସମେତ ଅନେକ ଦେଶ ଆଲୋଚନା କରୁଥିଲେ। ଏହି ସମସ୍ତ ଦେଶ ଉଭୟ ପକ୍ଷ ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଉଦ୍ୟମ କରୁଥିଲେ। ଆମେ ଏହି ନିଷ୍ପତ୍ତି ନେବା ପାଇଁ ସ୍ୱାଧୀନ ଥିଲୁ। ଭାରତର ସୈନ୍ୟ ଅଡ଼ୁଆଳି ଏବଂ ନାଗରିକମାନଙ୍କ ଉପରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଆକ୍ରମଣ ସମ୍ପର୍କରେ ସେ ମିଛ କହି ଦାବି କରିଛନ୍ତି ଯେ ଆମେ ବହୁତ ଧୈର୍ଯ୍ୟ ଦେଖାଇଛୁ। ଭାରତ ପକ୍ଷରୁ କରାଯାଇଥିବା କାର୍ଯ୍ୟର ଏକ ମାପଚୁପ ଉତ୍ତର ଦେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri