ଟ୍ରମ୍ପଙ୍କୁ ଲାଗିବ ଜବରଦସ୍ତ ଝଟକା! ଟାରିଫ ବମ ଭିତରେ ଭାରତ ଗସ୍ତ କରିବେ ପୁଟିନ, NSA ଅଜିତ ଡୋଭାଲ କହିଲେ…

ନୂଆଦିଲ୍ଲୀ,୭।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗୁରୁବାର କହିଛନ୍ତି ଯେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ। ମସ୍କୋରେ ଥିବା ଡୋଭାଲ ତାରିଖ ଉଲ୍ଲେଖ କରି ନାହାଁନ୍ତି, କିନ୍ତୁ ଇଣ୍ଟରଫ୍ୟାକ୍ସ ନ୍ୟୁଜ ଏଜେନ୍ସି ଅନୁଯାୟୀ, ପୁଟିନଙ୍କ ଗସ୍ତ ଅଗଷ୍ଟ ଶେଷ ଭାଗରେ ହେବାର ସମ୍ଭାବନା ଅଛି।
ଏନଏସଏ ଅଜିତ ଡୋଭାଲ କହିଛନ୍ତି, ‘ଭାରତ ଏବଂ ରୁଷିଆ ମଧ୍ୟରେ ଏକ ବିଶେଷ ସମ୍ପର୍କ ଅଛି, ଯାହାକୁ ଆମେ ବହୁତ ଗୁରୁତ୍ୱ ଦେଉଛୁ। ଆମର ଉଚ୍ଚସ୍ତରୀୟ ଯୋଗାଯୋଗ ହୋଇଛି। ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ବିଷୟରେ ଜାଣି ଆମେ ବହୁତ ଉତ୍ସାହିତ ଏବଂ ଖୁସି। ମୁଁ ଭାବୁଛି ଏବେ ତାରିଖ ମଧ୍ୟ ଶୀଘ୍ର ସ୍ଥିର କରାଯିବ।’
ପୁଟିନଙ୍କ ଭାରତ ଗସ୍ତ ଏପରି ଏକ ସମୟରେ ହେବ ଯେତେବେଳେ ଆମେରିକା ରୁଷିଆ ତୈଳ କ୍ରୟ ବନ୍ଦ କରିବା ପାଇଁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଅଜିତ ଡୋଭାଲଙ୍କ ରୁଷିଆ ଗସ୍ତ ପୂର୍ବରୁ, ମସ୍କୋ ଭାରତର ବାଣିଜି୍ୟକ ଅଂଶୀଦାର ବାଛିବାର ଅଧିକାରକୁ ସମର୍ଥନ କରି ଟ୍ରମ୍ପଙ୍କୁ ଟାର୍ଗେଟ କରିଥିଲା। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସକୋଭ କହିଥିଲେ ଯେ ଦେଶଗୁଡ଼ିକୁ ରୁଷ ିଆସହିତ ବାଣିଜ୍ୟ ସମ୍ପର୍କ ଭାଙ୍ଗିବାକୁ ବାଧ୍ୟ କରିବା ବେଆଇନ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର (ଅଗଷ୍ଟ ୬, ୨୦୨୫) ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ଏକ ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି। ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ମସ୍କୋ ଶୁକ୍ରବାର (୮ ଅଗଷ୍ଟ, ୨୦୨୫) ସୁଦ୍ଧା ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାକୁ ରାଜି ନ ହୁଏ, ତେବେ ସେ ରୁଷୀୟ ତୈଳ କ୍ରେତାଙ୍କ ଉପରେ ଦ୍ୱିତୀୟ ଶୁଳ୍କ ଲାଗୁ କରିବେ।
କ୍ରେମଲିନ ଗୁରୁବାର (୭ ଅଗଷ୍ଟ, ୨୦୨୫) କହିଛି ଯେ ପୁଟିନ ଆଗାମୀ ଦିନରେ ଟ୍ରମ୍ପଙ୍କୁ ମଧ୍ୟ ଭେଟିବେ। ରୁଷୀୟ ରାଷ୍ଟ୍ରପତିଙ୍କ ବୈଦେଶିକ ବ୍ୟାପାର ପରାମର୍ଶଦାତା ୟୁରି ଉଶାକୋଭ କହିଛନ୍ତି ଯେ ଉଭୟ ଦେଶ ଏକ ବୈଠକ ପାଇଁ ପ୍ରସ୍ତୁତି କରୁଛନ୍ତି। ସେ କହିଛନ୍ତି ଯେ ଟ୍ରମ୍ପ ଏବଂ ପୁଟିନ କେଉଁ ସ୍ଥାନରେ ସାକ୍ଷାତ କରିବେ ତାହା ସହମତ ହୋଇଛି, ଯାହା ପରେ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri