ଓ୍ବାଶିଂଟନ,୧୯।୮: ଆଲାସ୍କାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ୟୁରୋପୀୟ ନେତାମାନଙ୍କ ସହ କଥା ହୋଇଥିଲେ। କିନ୍ତୁ, ବୈଠକ ଆରମ୍ଭ ହେବା ପୂର୍ବରୁ, ଟ୍ରମ୍ପଙ୍କ ମାଇକ ଭୁଲବଶତଃ ଅନ୍ ରହିଯାଇଥିଲା ଏବଂ ସେ ପୁଟିନଙ୍କ ବିଷୟରେ କିଛି କହିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ସୂଚନାଯୋଗ୍ୟ, ବୈଠକ ଆରମ୍ଭ ହେବା ପୂର୍ବରୁ ଟ୍ରମ୍ପ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ କାନରେ କିଛି ଫୁସପୁସ କରି କହିଥିଲେ। କିନ୍ତୁ ମାଇକ ଚାଲୁ ଥିବାରୁ ସମସ୍ତେ ଟ୍ରମ୍ପଙ୍କ କଥା ଶୁଣିଥିଲେ। ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।
ସୋମବାର ୟୁକ୍ରେନିଆର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ସମେତ ୭ ୟୁରୋପୀୟ ଦେଶର ନେତା ହ୍ବାଇଟ ହାଉସରେ ପହଞ୍ଚିଥିଲେ। ଏହି ସମୟରେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରିଟିଶ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମର, ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ ମର୍ଜ, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି, ଫିନଲ୍ୟାଣ୍ଡ ରାଷ୍ଟ୍ରପତି ଆଲେକଜାଣ୍ଡର ଷ୍ଟବ, ୟୁରୋପୀୟ ୟୁନିଅନ ମୁଖ୍ୟ ଉର୍ସୁଲା ଭନ ଡେର ଲେଏନ ଏବଂ ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟ ଉପସ୍ଥିତ ଥିଲେ।
ୟୁରୋପୀୟ ନେତାମାନଙ୍କ ସହିତ ବୈଠକ ଆରମ୍ଭ ହେବା ପୂର୍ବରୁ ଟ୍ରମ୍ପ ଏବଂ ମାକ୍ରନ ଏକାଠି ଠିଆ ହୋଇଥିଲେ। ତା’ପରେ ଟ୍ରମ୍ପ ପୁଟିନଙ୍କ ବିଷୟରେ କଥାବାର୍ତ୍ତା କରିବା ସମୟରେ ମାକ୍ରୋନଙ୍କ କାନରେ ଫୁସଫୁସ କରି କହିଲେ-
ମୁଁ ଭାବୁଛି ସେ (ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ) ଏକ ଚୁକ୍ତି କରିବାକୁ ଚାହୁଁଛନ୍ତି। ସେ ମୋ ପାଇଁ ଏହି ଚୁକ୍ତି କରିବାକୁ ଚାହୁଁଛନ୍ତି। ଆପଣ ଏହାର ଅର୍ଥ ବୁଝିପାରୁଛନ୍ତି କି? ଏହା ଅଦ୍ଭୁତ ଶୁଭୁଛି, ଠିକ ନା?
ଟ୍ରମ୍ପଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଛି। ସେଠାରେ ଉପସ୍ଥିତ ସମସ୍ତେ ଟ୍ରମ୍ପ ଏବଂ ମାକ୍ରୋନଙ୍କ ମଧ୍ୟରେ ଏହି ଆଲୋଚନା ଶୁଣିଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଟ୍ରମ୍ପ ଶୀଘ୍ର ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ୟୁରୋପୀୟ ନେତାମାନଙ୍କ ସହ ସାକ୍ଷାତ କରିବା ପରେ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଏହି ସୂଚନା ଦେଇଥିଲେ ଏବଂ କହିଥିଲେ, ‘ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଚୁକ୍ତି ହେବାର ସମ୍ଭାବନା ବିଷୟରେ ସମସ୍ତେ ବହୁତ ଖୁସି।’
'I think he wants to make a deal, you understand? As crazy as it sounds'
Trump caught talking on hot mic BEFORE 'official' meeting with European leaders pic.twitter.com/rA3AoiMz8V
— RT (@RT_com) August 18, 2025


