ନୂଆଦିଲ୍ଲୀ,୨୯।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଘୋଷଣା କରିଛନ୍ତି ଯେ, ଆମେରିକା ବାହାରୁ ନିର୍ମିତ ସମସ୍ତ ଫିଲ୍ମ ଉପରେ ୧୦୦% ଟାରିଫ୍ ଲାଗୁ କରାଯିବ। ଟ୍ରମ୍ପ କହିଛନ୍ତି, “ଆମର ଫିଲ୍ମ ନିର୍ମାଣ ବ୍ୟବସାୟକୁ ଅନ୍ୟ ଦେଶଗୁଡ଼ିକ ଚୋରି ନେଇଛନ୍ତି, ଯେମିତି ଶିଶୁଙ୍କ ମୁହଁରୁ ମିଠାଇ ଚୋରାଇବା।” କାଲିଫୋର୍ନିଆର ‘ଦୁର୍ବଳ ଗଭର୍ଣ୍ଣର’କୁ ଦୋଷୀ କରି ଟ୍ରମ୍ପ ଏହି ‘ଦୀର୍ଘଦିନର ସମସ୍ୟା’ର ସମାଧାନ ହିଁ ଏହି ନିଷ୍ପତ୍ତି ବୋଲି କହିଛନ୍ତି। ପୋଷ୍ଟ୍ରେ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ ସ୍ଲୋଗାନ୍ ସମେତ ସାଇନ୍ ଅଫ୍ କରିଛନ୍ତି।


