କିଛିଦିନ ପାଇଁ ହସ୍ପିଟାଲରେ ରହିବେ ଟ୍ରମ୍ପ

ୱାଶିଂଟନ,୩ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସହଧର୍ମିଣୀ ତଥା ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ନିକଟକୁ ଏବେ ଶୀଘ୍ର ସୁସ୍ଥ ହେବାର ବାର୍ତ୍ତା ପହଞ୍ଚୁଛି । ପ୍ରଥମେ କୁହାଯାଉଥିଲା କି ଟ୍ରମ୍ପଙ୍କର କରୋନା ଚିକିତ୍ସା ହ୍ୱାଇଟ ହାଉସ୍ ଭିତରେ ହେବ । ହେଲେ ତାଙ୍କ ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ ଟ୍ରମ୍ପ କିଛିଦିନ ପାଇଁ ଆମେରିକା ସ୍ଥିତ ୱାଲଟର ରିଡ ହସ୍ପିଟାଲରେ ରହିବେ । ସେହିଠାରୁ ହିଁ ସେ କାର୍ଯ୍ୟ କରିବେ ବୋଲି ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ନିଜେ ଟ୍ରମ୍ପ । ସେ କହିଛନ୍ତି ସମସ୍ତଙ୍କ ଶୁଭକାମନା ରହିଥିବାରୁ ସେ ଶୀଘ୍ର ସୁସ୍ଥ ହୋଇଯିବେ । ଫାଷ୍ଟ ଲେଡି ମଧ୍ୟ ଏବେ ଠିକ୍ ଅଛନ୍ତି । ଉଭୟଙ୍କ ନିକଟରେ ସାମାନ୍ୟ କରୋନା ଲକ୍ଷଣ ଦେଖା ଦେବାରୁ ସେମାନଙ୍କର ଟେଷ୍ଟ ପରେ ଜଣାପଡିଥିଲା ଯେ ସେମାନେ କରୋନାରେ ପୀଡ଼ିତ ଅଛନ୍ତି । ଏହାପୂର୍ବରୁ ହ୍ୱାଇଟ ହାଉସ ପକ୍ଷରୁ ଟ୍ରମ୍ପ ହସ୍ପିଟାଲରେ ରହିବା କଥା କୁହାଯାଇଥିଲା । ସୂଚନାଯୋଗ୍ୟ, ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ଟ୍ରମ୍ପଙ୍କ ଅସୁସ୍ଥତା ଏହା ଉପରେ ପ୍ରଭାବ ପକାଇପାରେ ବୋଲି ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

ମୋଦିଙ୍କ ଫର୍ମୁଲାରେ ବିଜୟୀ ହେଲେ ତାରିକ ରହମାନ

ଢାକା,୧୪।୨: ବାଂଲାଦେଶ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ମୋଡ଼ରେ ଅଛି। ତାରିକ ରହମାନଙ୍କ ନେତୃତ୍ୱରେ ଏହା ସ୍ଥିର ହେବ ଯେ ଢାକା କେଉଁ ପଥ ନେବ। ତାରିକ…

ବାଂଲାଦେଶ ନିର୍ବାଚନରେ ବିଜୟୀ ହୋଇ ୩ ହିନ୍ଦୁ ହେଲେ ସାଂସଦ

ଢାକା,୧୪।୨: ବାଂଲାଦେଶରେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ୨୯୭ ଆସନରୁ ୨୧୨ଟି ଜିତି ସମ୍ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ…

Bangladesh Election 2026: ତାରିକ ରହମାନଙ୍କ ବିଜୟ ପରେ ବିଦାୟ ନେବେ କେୟାର ଟେକର ‘ୟୁନୁସ’, ଏବେ କ’ଣ ରହିଛି ଯୋଜନ? ଜାଣନ୍ତୁ…

ଢାକା,୧୪।୨: ବାଂଲାଦେଶ ବର୍ତ୍ତମାନ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଅଛି। ଆୱାମୀ ଲିଗର ପତନ ପରେ, ନୋବେଲ ଶାନ୍ତି ପୁରସ୍କାର ବିଜେତା ଡକ୍ଟର ମହମ୍ମଦ ୟୁନୁସ କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri