ବଳାତ୍କାର ଅଭିଯୋଗ ଆଣିଥିବା ଲେଖିକାଙ୍କ ବିରୋଧରେ ସାକ୍ଷ୍ୟ ଦେଲେ ଟ୍ରମ୍ପ…

ଓ୍ବାଶିଂଟନ,୨୦।୧୦ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲେଖକ ଇ. ଜାନ କାରୋଲଙ୍କ ବିରୋଧରେ ସାକ୍ଷ୍ୟ ଦେଇଛନ୍ତି। ତାଙ୍କ ଦ୍ୱାରା ଅଣାଯାଇଥିବା ବଳାତ୍କାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କାରୋଲ ଅଭିଯୋଗ କରିଥିଲେ ଯେ ଟ୍ରମ୍ପ ୧୯୯୬ ମସିହାର ପ୍ରାରମ୍ଭରେ ତାଙ୍କୁ ବଳାତ୍କାର କରିଥିଲେ।

୭୮ ବର୍ଷିୟ କାରୋଲ ଅଭିଯୋଗ କରିଥିଲେ ଯେ ଟ୍ରମ୍ପ ତାଙ୍କୁ ନ୍ୟୁୟର୍କର ଏକ ଡିପାର୍ଟମେଣ୍ଟ ଷ୍ଟୋରରେ ବଳାତ୍କାର କରିଥିଲେ। କେବଳ ଏତିକି ନୁହେଁ, କାରୋଲ ମଧ୍ୟ ୨୦୧୯ରେ ଟ୍ରମ୍ପଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ। କାରୋଲର ପ୍ରତିନିଧିତ୍ୱ କରୁଥିବା ନ୍ୟୁୟର୍କ ଆଇନ ସଂସ୍ଥା ଏକ ବିବୃତ୍ତିରେ କହିଛି ଯେ, ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆମେ ବୟାନ ନେବାରେ ସଫଳ ହୋଇଛୁ। ଏନେଇ ଆମେ ଖୁସି। ଆମେ ଆଶା କରୁଛୁ ଶୀଘ୍ର ଏହି ମାମଲାରେ ନ୍ୟାୟ ପାଇବୁ। ତେବେ ସାକ୍ଷ୍ୟ ଗ୍ରହଣ ସମୟରେ ଟ୍ରମ୍ପ ଯାହା କହିଛନ୍ତି ତାହା ପ୍ରକାଶ ପାଇ ନାହିଁ।

ନ୍ୟୁୟର୍କର ଏକ ପତ୍ରିକାରେ ପ୍ରକାଶିତ ହୋଇଥିବା ତଥ୍ୟରେ କାରୋଲ କହିଥିଲେ ଯେ ସେ ୧୯୯୫ ଶେଷରେ ଏବଂ ୧୯୯୬ ପ୍ରାରମ୍ଭରେ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ବୈଠକ ବରଜଡର୍ଫ ଗୁଡମ୍ୟାନ ଡିପାର୍ଟମେଣ୍ଟ ଷ୍ଟୋରରେ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଟ୍ରମ୍ପ ତାଙ୍କୁ ବଳାତ୍କାର କରିଥିଲେ। ସୂଚନା ଅନୁଯାୟୀ, ସେହି ସମୟରେ ଟ୍ରମ୍ପ ଏବଂ କାରୋଲଙ୍କ ବୟସ ପ୍ରାୟ ୫୦ ବର୍ଷ ଥିଲା। କାରୋଲ କହିଛନ୍ତି ଯେ ସେ ତାଙ୍କର ଦୁଇ ବନ୍ଧୁଙ୍କୁ ଏହି ଘଟଣା ବିଷୟରେ କହିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ପୋଲିସ ଷ୍ଟେଶନକୁ ଯିବାକୁ କହିଥିଲେ। କିନ୍ତୁ ଅନ୍ୟ ଜଣେ ବନ୍ଧୁ କହିଥିଲେ ଯେ ଏହାକୁ ଭୁଲିଯାଅ! ଟ୍ରମ୍ପଙ୍କର ୨୦୦ ଓକିଲ ଅଛନ୍ତି। ସେ ତୁମକୁ କବର ଦେଇ ଦେବେ।

ତେବେ ଏହି ଅଭିଯୋଗ ପରେ ଟ୍ରମ୍ପ କହିଥିଲେ ଯେ ସେ କାରୋଲ ନାମକ ଏହି ମହିଳାଙ୍କୁ କେବେ ଭେଟି ନାହାଁନ୍ତି। ଆମେରିକାର ଏକ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଥିଲେ ଯେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri