ପୁଟିନ୍‌ ଅମାନିଆ, ଟ୍ରମ୍ପ୍‌ଙ୍କ ଧୈର୍ଯ୍ୟଚ୍ୟୁତି

ମସ୍କୋ/ଓ୍ବାଶିଂଟନ୍‌,୧୩ା୯: ସାଢ଼େ ୩ ବର୍ଷ ଧରି ଚାଲିଥିବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ଅବସାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉଦ୍ୟମରୁ କୌଣସି ସୁଫଳ ନ ମିଳିବାରୁ ଶାନ୍ତି ଆଲୋଚନା ବନ୍ଦ କରିବାକୁ ଶୁକ୍ରବାର କ୍ରେମ୍‌ଲିନ ନିଷ୍ପତ୍ତି ନେଇଛି। ଅଚଳାବସ୍ଥା ଦୂରକରିବା ପାଇଁ ସାମ୍ନାସାମ୍ନି ଆଲୋଚନା ଜରୁରୀ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହୁଥିବାବେଳେ ରୁଷୀୟ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ ତାଙ୍କ ସହ କୌଣସି ବୈଠକ କରିବାକୁ ମନା କରିଦେଇଛନ୍ତି। ଫଳରେ ପୁଟିନ୍‌ଙ୍କୁ ଆଲାସ୍କାକୁ ଡକାଇ ସମାଧାନ ପାଇଁ କୂଟନୈତିକ ପ୍ରୟାସ କରିଥିବା ଟ୍ରମ୍ପ୍‌ଙ୍କର ଏବେ ଧୈର୍ଯ୍ୟଚ୍ୟୁତି ଘଟିଛି। ପୁଟିନ୍‌ଙ୍କ ସହ ତାଙ୍କର ଦୀର୍ଘଦିନର ସୁସମ୍ପର୍କ ରହିଛି, କିନ୍ତୁ ରୁଷୀୟ ରାଷ୍ଟ୍ରପତିଙ୍କୁ ନେଇ ଯୁଦ୍ଧ ବନ୍ଦ କରିବା ଉପରେ ନିଜେ ଧୈର୍ଯ୍ୟହରା ହୋଇପଡ଼ିଥିବା ଟ୍ରମ୍ପ୍‌ ଏକ ସାକ୍ଷାତ୍‌କାରରେ କହିଛନ୍ତି। ତେବେ ୟୁକ୍ରେନ୍‌ରେ ୧,୨୯୬ ଦିନ ହେଲା ଲାଗି ରହିଥିବା ଯୁଦ୍ଧକୁ ନେଇ ଟ୍ରମ୍ପ୍‌ ରୁଷିଆ ଉପରେ କୌଣସି ନୂଆ କଟକଣା ଜାରି କରିନାହାନ୍ତି।
ଫେବୃଆରୀରେ ପୁଟିନ୍‌ଙ୍କ ନିର୍ଦ୍ଦେଶକ୍ରମେ ରୁଷୀୟ ସେନା ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିଲା। ଏଥିରେ ଉଭୟ ପକ୍ଷର ବହୁସଂଖ୍ୟକ ସୈନ୍ୟ ନିହତ ହୋଇଥିବାବେଳେ ୟୁକ୍ରେନ୍‌ର ନିରୀହ ଜନତା ପ୍ରାଣ ହରାଇଛନ୍ତି। ଯୁଦ୍ଧର ପ୍ରଭାବ କେବଳ ୟୁକ୍ରେନ୍‌ ଓ ରୁଷିଆରେ ସୀମିତ ନ ରହି ବିଶ୍ୱର ଅନେକ ଭାଗରେ ଏହା ଅନୁଭୂତ ହୋଇଛି। ବୈଶ୍ୱିକ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିବାରୁ ବହୁ ରାଷ୍ଟ୍ରର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ରିପବ୍ଲିକାନ୍‌ ଟ୍ରମ୍ପ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ୟୁକ୍ରେନ୍‌ ଯୁଦ୍ଧ ବନ୍ଦ କରାଇବେ ବୋଲି ପୂର୍ବରୁ ପ୍ରଚାରବେଳେ ଘୋଷଣା କରିଥିଲେ। ଏଥିସହ ୟୁକ୍ରେନ୍‌ରୁ ଆମେରିକାର ସାମରିକ ସହାୟତା ମଧ୍ୟ ବନ୍ଦ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୨୦୨୫ ଜାନୁଆରୀ ୨୦ରେ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ୍‌ ଏହି ଦିଗରେ କିଛି ପଦକ୍ଷେପ ମଧ୍ୟ ନେଇଛନ୍ତି। ଏହା ସତ୍ତ୍ୱେ ଯୁଦ୍ଧ ବନ୍ଦ ହୋଇପାରି ନାହିଁ। ଏନେଇ ଟ୍ରମ୍ପ୍‌ କହିଛନ୍ତି, ଜେଲେନ୍‌ସ୍କି ଆଲୋଚନା ପାଇ ପ୍ରସ୍ତୁତ। କିନ୍ତୁ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ ବନ୍ଦ କରୁନାହିଁ। ଶାନ୍ତି ଚୁକ୍ତି ଆଲୋଚନା ଚାଲିଥିବାବେଳେ ରୁଷିଆର ଘନ ଘନ ମିଶାଇଲ ମାଡ଼କୁ ନେଇ ଟ୍ରମ୍ପ୍‌ ନୈରାଶ୍ୟ ପ୍ରକାଶ କରିଛନ୍ତି।
ପୂର୍ବରୁ ତୁର୍କୀ ମଧ୍ୟସ୍ଥତାରେ ଇସ୍ତାନବୁଲରେ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ୩ଟି ପର୍ଯ୍ୟାୟରେ ଶାନ୍ତି ଆଲୋଚନା ହୋଇଥିଲା। ସେଥିରୁ କେବଳ ବନ୍ଦୀ ବିନିମୟକୁ ଛାଡ଼ିଦେଲେ ଅନ୍ୟ କୌଣସି ନିଷ୍କର୍ଷ ବାହାରିପାରି ନ ଥିଲା। ୟୁକ୍ରେନ୍‌ ପୂର୍ବ ଡୋନ୍‌ବାସ୍‌ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ିଦେଉ ବୋଲି ରୁଷିଆ ଦାବି କରୁଥିବାବେଳେ କିଭ୍‌ ନିଜ ଭୂଖଣ୍ଡକୁ ମସ୍କୋକୁ ଟେକିଦେବ ନାହିଁ ବୋଲି ସ୍ପଷ୍ଟ କରିସାରିଛି। କିଭ୍‌ ୟୁକ୍ରେନ୍‌ରେ ୟୁରୋପୀୟ ସୈନ୍ୟ ମୁତୟନ ଚାହୁଁଥିବାବେଳେ ମସ୍କୋ ଏହାକୁ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭେଙ୍କଟପଲମ ମେଗା ପାନୀୟ ଜଳ ପ୍ରକଳ୍ପ: ପରିଦର୍ଶନ କଲେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ

କାଲିମେଳା,୩୧।୧(ଜୀବନକୃଷ୍ଣ ଦାସ ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଭେଙ୍କଟପଲମ ପଞ୍ଚାୟତରେ ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ।…

କ’ଣ ଏମିତି କହିଲା ତୁର୍କୀ? ଖପ୍ପା ହୋଇଗଲା Pakistan, ଜାଣନ୍ତୁ ପୂରା ଘଟଣା

ଇସଲାମାବାଦ,୩୧।୧: ଇସଲାମିକ ନାଟୋ ଗଠନ କରିବାକୁ ଚେଷ୍ଟା କରୁଥିବା Pakistanକୁ ତୁର୍କୀ ଏକ ଗୁରୁତ୍ୱପୂର୍ଣ୍ଣ ଧକ୍କା ଦେଇଛି। ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସ୍ପଷ୍ଟ କରିଛନ୍ତି…

ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ…

ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା। ଏହି…

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ ଅତ୍ୟନ୍ତ…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri