ଟ୍ରମ୍ପଙ୍କ ରିପୋର୍ଟ ଆସିଲା ନେଗେଟିଭ: କହିଲେ ସମସ୍ତଙ୍କୁ କିସ୍ କରିବାକୁ ଇଚ୍ଛା

ୱାଶିଂଟନ,୧୩ ।୧୦: କିଛିଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ପୀଡ଼ିତ ହୋଇଥିବା ବେଳେ ଗୋଟିଏ ସପ୍ତାହ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି । ଏବେ ସେ ପୁଣିଥରେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ବାହାରି ପଡିଛନ୍ତି । ସୋମବାର ସେ ଫ୍ଲୋରିଡାର ସୋନଫୋର୍ଡରେ ଏକ ନିର୍ବାଚନ ପ୍ରଚାରରେ ଯୋଗ ଦେବା ଅବସରରେ କହିଛନ୍ତି ଏବେ ସେ ଶକ୍ତିଶାଳୀ ଅନୁଭବ କରୁଛନ୍ତି । ଆଉ ତାଙ୍କ ସାମ୍ନାରେ ତାଙ୍କୁ ଶୁଣୁଥିବା ସମସ୍ତ ଦର୍ଶକଙ୍କୁ ସେ କିସ୍ କରିବାକୁ ଚାହୁଁଛନ୍ତି । ସୂଚନାଯୋଗ୍ୟ, ଔରଲ୍ୟାଡୋ ସୋନଫୋର୍ଡ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏୟାର ଫୋର୍ସ ୱାନରୁ ଓହ୍ଲାଇ ସିଧା ଟ୍ରମ୍ପ ମଞ୍ଚ ଉପରକୁ ଯାଇଥିଲେ । ସେଠାରେ ସେ କହିଥିଲେ ମୁଁ ପୁଣିଥରେ ହ୍ୱାଇଟ ହ୍ୱାଉସରେ ଆଉ ୪ ବର୍ଷ ରହିବାକୁ ଯାଉଛି । ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଏବେ ପ୍ରଚାର ଯୋର ଧରିଛି ।

Share