ଖାଇବା-ପିଇବା ଭୁଲିଯିବେ ଟ୍ରମ୍ପ-ପୁଟିନ୍‌, ହେଲେ ଏହି ବ୍ରିଫକେସ୍‌ ନୁହେଁ, ଜାଣି ତାଜୁବ ହେବେ…

ନୂଆଦିଲ୍ଲୀ,୧୯।୧୧: ଆପଣ ନିଶ୍ଚୟ ନଜର ରଖିଥିବେ ଯେ ଯେତେବେଳେ ଭାରତ ସମେତ ଅନ୍ୟ ବଡ ଦେଶର ମୁଖ୍ୟମାନେ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳ କିଛି ବିଶେଷ ବ୍ୟକ୍ତିଙ୍କ ଗ୍ରୁପ ସର୍ବଦା ସେମାନଙ୍କ ସହିତ ରହନ୍ତି। ଆଉ ସେମାନେ କିଛି ବ୍ରିଫକେସ ଧରିଥାନ୍ତି। ତେବେ ଏହି ବ୍ରିଫକେସକୁ ନେଇ ବିଭିନ୍ନ ଦାବି କରାଯାଉଛି। କୁହାଯାଉଛି ଯଦି ଏହା କେଉଁଠି ଚାପି ହୋଇଯାଏ ତେବେ କିଛି ମିନିଟ ମଧ୍ୟରେ ପରମାଣୁ ଆକ୍ରମଣ ହୋଇପାରେ। କିନ୍ତୁ ଏହା କ’ଣ ସତ? ଆସନ୍ତୁ ଜାଣିବା।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ କୁହାଯାଏ ଯେ ଉଭୟେ ଖାଇବା ପିଇବା ଭୁଲି ପାରିବେ, କିନ୍ତୁ ସେମାନେ ଗସ୍ତ ସମୟରେ ସେମାନଙ୍କ ବ୍ରିଫକେସ ନେବାକୁ ଭୁଲି ପାରିବେ ନାହିଁ। ଆମେରିକୀୟ ବ୍ୟବସ୍ଥାରେ କେବଳ ଦେଶର ରାଷ୍ଟ୍ରପତି ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇପାରିବେ। ଏହା ବ୍ୟତୀତ ଅନ୍ୟ କାହାର ଏହି ଅଧିକାର ନାହିଁ। ତେଣୁ, ଆମେରିକାର ରାଷ୍ଟ୍ରପତିଙ୍କ ସହ ଆସୁଥିବା ସ୍ବତନ୍ତ୍ର ଦଳରେ ସର୍ବଦା ପରମାଣୁ ବ୍ରଫକେସ ରହିଥାଏ। ଏହା ପରମାଣୁ ଫୁଟବଲ ଭାବରେ ମଧ୍ୟ ଜଣାଶୁଣା। ଏହି କଳା ଚମଡ଼ାର ବ୍ରିଫକେସ ବାହାରୁ ସୁନ୍ଦର ଦେଖାଯାଇପାରେ କିନ୍ତୁ ଏଥିରେ ସ୍ବତନ୍ତ୍ର ଉପକରଣ ରହିଛି। ରାଷ୍ଟ୍ରପତିଙ୍କ ଗୋଟିଏ ନିର୍ଦ୍ଦେଶରେ କେଇ ମିନିଟ ମଧ୍ୟରେ ପରମାଣୁ ମାଡ କରାଯାଇପାରିବ।

କହିରଖୁଛୁ କି, ଋଷିଆରେ ପରମାଣୁ ଅସ୍ତ୍ରଶସ୍ତ୍ରର ସର୍ବ ବୃହତ ଭଣ୍ଡାର ରହିଛି। ଫେଡେରେସନ ଅଫ ଆମେରିକୀୟ ସାଇଣ୍ଟିଷ୍ଟଙ୍କ ରିପୋର୍ଟ ଅନୁଯାୟୀ ଋଷିଆାର ୫୯୭୭ପରମାଣୁ ଅସ୍ତ୍ର ରହିଛି। ଯେତେବେଳେ କି ଆମେରିକା ପାଖରେ ୫୪୨୮ ପରମାଣୁ ଅସ୍ତ୍ର ଏବଂ ଚାଇନା ୩୫୦ ପରମାଣୁ ଅସ୍ତ୍ର ରଖିଛି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଶୋଇବା ସମୟରେ ମଧ୍ୟ ଏହି ବ୍ରିଫକେସ ଆମେରିକା-ଋଷିଆ ରାଷ୍ଟ୍ରପତିଙ୍କଠାରୁ ୧୦-୨୦ ମିଟର ବ୍ୟାସାର୍ଦ୍ଧରେ ରଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri