ଅତିରଞ୍ଜିତ କରି ଏମିତି କଥା କହିଲେ ଟ୍ରମ୍ପ, ମୁଣ୍ଡରେ ହାତ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି, ତାଙ୍କର ନିଷ୍ପତ୍ତି ଏବଂ ନୀତି ବିଶ୍ୱରେ ଅନେକ ବଡ଼ ବିବାଦର ଅନ୍ତ ଘଟାଇଛି। ସେ ମାତ୍ର ଦଶ ମାସରେ ୮ଟି ଯୁଦ୍ଧ ଶେଷ କରିଛନ୍ତି, ଏବଂ ତାଙ୍କ ଶୁଳ୍କ ନୀତି ଏହା ପଛରେ ପ୍ରେରଣାଦାୟକ ଶକ୍ତି ଥିଲା।

୭୯ ବର୍ଷୀୟ ଟ୍ରମ୍ପ କହିଛନ୍ତି, ଶୁଳ୍କ କେବଳ ଆମେରିକାର ଆର୍ଥିକ ଶକ୍ତି ପ୍ରଦର୍ଶନ କରେ ନାହିଁ ବରଂ ବିଶ୍ୱ ଚାପ ସୃଷ୍ଟି କରିବାରେ ମଧ୍ୟ ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ‘ଶୁଳ୍କ’ ଶବ୍ଦଟି ତାଙ୍କର ପ୍ରିୟ ଏବଂ ଏହା ତାଙ୍କ ରାଜନୈତିକ କ୍ୟାରିୟରର ଏକ ପ୍ରମୁଖ ପରିଚୟ ପାଲଟିଛି।

ତାଙ୍କ ୨୦୨୬ ଏଜେଣ୍ଡା ଭାଷଣରେ ଟ୍ରମ୍ପ କହିଛନ୍ତି, ସେ ଆମେରିକାର ଶକ୍ତିକୁ ପୁନଃଉଜ୍ଜ୍ୱଳ କରିଛନ୍ତି। ଇରାନର ପରମାଣୁ ବିପଦ ଦୂର ହୋଇଛି, ଗାଜାରେ ସଂଘର୍ଷ ବନ୍ଦ ହୋଇଛି ଏବଂ ସେଠାରେ ଏକ ଦୀର୍ଘ ପ୍ରତୀକ୍ଷିତ ଶାନ୍ତି ପ୍ରତିଷ୍ଠା ହୋଇଛି। ଜୀବିତ କିମ୍ବା ମୃତ ବନ୍ଧକଙ୍କ ମୁକ୍ତି ସୁନିଶ୍ଚିତ ହୋଇଛି। ଏହି ଦାବିଗୁଡ଼ିକ ନୂତନ ଅନ୍ତର୍ଜାତୀୟ ବିତର୍କ ସୃଷ୍ଟି କରିଛି, ଅନେକ ବିଶେଷଜ୍ଞ ଏହାକୁ ଅତିରଞ୍ଜିତ ବୋଲି ବିଚାର କରୁଛନ୍ତି।

ଆମେରିକାରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ଆମଦାନୀ ହୋଇଥିବା ସାମଗ୍ରୀର ମୂଲ୍ୟ ବୃଦ୍ଧି ସତ୍ତ୍ୱେ, ଟ୍ରମ୍ପ ତାଙ୍କ ଭାଷଣରେ ଏହି ପ୍ରସଙ୍ଗଗୁଡ଼ିକୁ ଅଧିକ ଆଲୋଚନା କରି ନ ଥିଲେ। ଶୁଳ୍କ ଆମେରିକା ପାଇଁ ଆଶାଠାରୁ ଅଧିକ ରାଜସ୍ବ ସୃଷ୍ଟି କରିଛି, ଯାହା ଅର୍ଥନୀତିକୁ ଲାଭ ଦେଇଛି। ଶୁଳ୍କ ନୀତି ଦେଶକୁ ଆର୍ଥିକ ଦୃଷ୍ଟିରୁ ମଜଭୁତ କରିଛି। ରିପବ୍ଲିକାନ ପାର୍ଟି ଦ୍ୱାରା ଗୃହୀତ ଟିକସ ହ୍ରାସ ଆମେରିକୀୟ ନାଗରିକ ଏବଂ ବ୍ୟବସାୟଗୁଡ଼ିକୁ ଆଶ୍ୱସ୍ତି ପ୍ରଦାନ କରିଛି।
ଟ୍ରମ୍ଫ ପ୍ରଶାସନ ସମୟରେ, କାନାଡା, ମେକ୍ସିକୋ, ବ୍ରାଜିଲ ଏବଂ ଭାରତ ସମେତ ଅନେକ ଦେଶ ଉପରେ ଶୁଳ୍କ ଲାଗୁ କରାଯାଇଥିଲା। ଏହି ନିଷ୍ପତ୍ତିଗୁଡ଼ିକ ଆମେରିକୀୟ ଶିଳ୍ପଗୁଡ଼ିକୁ ସୁରକ୍ଷା ଦେଇଥିଲା ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି କରିଥିଲା। କିନ୍ତୁ ସମାଲୋଚକମାନେ କହିଛନ୍ତି, ଏହି ନୀତିଗୁଡ଼ିକ ବିଶ୍ୱ ବାଣିଜ୍ୟ ଉତ୍ତେଜନା ବୃଦ୍ଧି କରିଥିଲା ଏବଂ ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତିର ବୋଝ ଦେଇଥିଲା।
ଏହି ଦାବି ମଧ୍ୟରେ, ଟ୍ରମ୍ପଙ୍କ ଲୋକପ୍ରିୟତା ବିଷୟରେ ପ୍ରଶ୍ନ ଉଠାଯାଉଛି। ସାମ୍ପ୍ରତିକ ସର୍ଭେରୁ ଜଣାପଡିଛି, ବହୁତ କମ ଆମେରିକୀୟ ତାଙ୍କ ଅର୍ଥନୈତିକ ପରିଚାଳନାରେ ସନ୍ତୁଷ୍ଟ।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri