ଟ୍ରମ୍ପ ବୁଢ଼ା ହୋଇଗଲେଣି, ରାଷ୍ଟ୍ରପତି ପଦ ପାଇଁ ମାନସିକ ରୂପେ ଅଯୋଗ୍ୟ: ନିକ୍କି ହେଲି…

ଓ୍ବାଶିଂଟନ,୨୧।୧ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଚଳିତ ବର୍ଷ ଶେଷରେ ଅନ୍ତିମ ରାଉଣ୍ଡ ଭୋଟ ପରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହେବେ। ଏଭଳି ପରିସ୍ଥିତିରେ ବିଭିନ୍ନ ରାଜନେତିକ ଦଳଙ୍କ ମଧ୍ୟରେ ଆରୋପ ଏବଂ ପ୍ରତ୍ୟାରୋପ ଜାରି ରହିଛି। ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଭାରତୀୟ-ଆମେରିକୀୟ ରିପବ୍ଲିକାନ ନେତା ନିକ୍କି ହେଲି ମଧ୍ୟ ଅଛନ୍ତି। ସେ କ୍ରମାଗତ ଭାବରେ ତାଙ୍କ ପ୍ରତିଦ୍ୱନ୍ଦୀଙ୍କୁ ଟାର୍ଗେଟ କରୁଛନ୍ତି। ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବୁଢ଼ା ବୋଲି କହିଛନ୍ତି।

ବାସ୍ତବରେ, ୭୭ ବର୍ଷୀୟ ଟ୍ରମ୍ପ ହେଲିଙ୍କୁ ୨୦୨୧ ମସିହାରେ ଆମେରିକାର ରାଜଧାନୀରେ ଜାନୁଆରୀ ୬ ବିଦ୍ରୋହକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଥିବା ହେଲି ଦାବି କରିଛନ୍ତି ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଟ୍ରମ୍ପ ମାନସିକ ଭାବେ ଯୋଗ୍ୟ ନୁହନ୍ତି।

ନିକ୍କି କହିଛନ୍ତି, ଏକ ରାଲିରେ ଟ୍ରମ୍ପ ମୋ ବିଷୟରେ ଅନେକ କଥା ହୋଇଥିଲେ। ସେ ପ୍ରଶ୍ନ କରିଛନ୍ତି କ୍ୟାପିଟାଲ ଦଙ୍ଗା ସମୟରେ ମୁଁ କାହିଁକି ସୁରକ୍ଷା ନେଇ ନ ଥିଲି ? ଜାନୁୟାରୀ ୬ରେ ଖରାପ ଅବସ୍ଥାକୁ ମୁଁ କାହିଁକି ଭଲ ଭାବରେ ପରିଚାଳନା କରି ନାହିଁ? ଏହାର ଉତ୍ତରରେ କହିବି ମୁଁ ଜାନୁଆରୀ ୬ ରେ ୱାଶିଂଟନରେ ନ ଥିଲି। ମୁଁ ସେତେବେଳେ ଅଫିସରେ ମଧ୍ୟ ନ ଥିଲି ।

ପୂର୍ବତନ ରାଷ୍ଟ୍ରପତି କହିଥିଲେ ହେଲିଙ୍କର ରାଷ୍ଟ୍ରପତି ହେବାର ସାମର୍ଥ୍ୟ ନାହିଁ। ଯେତେବେଳେ ସେ ଏହା କହୁଛନ୍ତି, ଏହାର ଅର୍ଥ ହେଉଛି ସେ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇପାରିବେ ନାହିଁ।

ଟ୍ରମ୍ପ ମଧ୍ୟ ନିକ୍କିଙ୍କ ନାମକୁ ନେଇ ପରିହାସ କରିଥିଲେ। ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଥିବା ନିକ୍କିଙ୍କ ନାମକୁ ପୂର୍ବତନ ରାଷ୍ଟ୍ରପତି ବାରମ୍ବାର ‘ନିମ୍ବ୍ରା’ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri