ଭାରତକୁ ନୂଆ ଝଟକା ଦେବାକୁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ, କୃଷି ଉତ୍ପାଦନ ଉପରେ ୧୦୦ ପ୍ରତିଶତ ଶୁଳ୍କ ଧମକ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ସାରା ବିଶ୍ୱରେ ଏକ ଶୁଳ୍କ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ଟ୍ରମ୍ପ ଚାଇନା, କାନାଡା ଏବଂ ଭାରତ ସମେତ ଅନେକ ଦେଶ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏବେ ଟ୍ରମ୍ପ ଆଉ ଏକ ନୂଆ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି।
ଟ୍ରମ୍ପ କହିଛନ୍ତି ଯେ ଭାରତ ଆମେରିକୀୟ କୃଷି ଉତ୍ପାଦ ଉପରେ ୧୦୦ପ୍ରତିଶତ ଶୁଳ୍କ ଲାଗୁ କରେ ଏବଂ ଅନ୍ୟ ଦେଶଗୁଡ଼ିକ ଦ୍ୱାରା ଲାଗୁ ହୋଇଥିବା ଉଚ୍ଚ ଶୁଳ୍କ ଯୋଗୁଁ ସେହି ଦେଶଗୁଡ଼ିକୁ ଆମେରିକୀୟ ଉତ୍ପାଦ ରପ୍ତାନି କରିବା ‘ବସ୍ତୁତଃ ଅସମ୍ଭବ’ ହୋଇଯାଏ।
ଆମେରିକୀୟ ସାମଗ୍ରୀ ଉପରେ ଭାରତ ଏବଂ ଅନ୍ୟାନ୍ୟ ଦେଶ ଦ୍ୱାରା ଲଗାଯାଇଥିବା ଉଚ୍ଚ ଶୁଳ୍କକୁ ଆମେରିକା ରାଷ୍ଟ୍ରପତି ବାରମ୍ବାର ସମାଲୋଚନା କରିଛନ୍ତି। ଟ୍ରମ୍ପ ଏପ୍ରିଲ ୨ରେ ‘ଆମେରିକା ପାଇଁ ମୁକ୍ତି ଦିବସ’ ବୋଲି କହି ‘ଯେସାକୁ ତେସା ଶୁଳ୍କ’ ଲାଗୁ କରିବାକୁ ଯୋଜନା କରୁଛନ୍ତି।
ସୋମବାର ହ୍ବାଇଟ ହାଉସ ପ୍ରେସ ସଚିବ କାରୋଲିନ ଲେଭିଟ କହିଛନ୍ତି,
ଦୁର୍ଭାଗ୍ୟବଶତଃ ଏହି ଦେଶଗୁଡ଼ିକ ବହୁତ ଦିନ ଧରି ଆମ ଦେଶକୁ ଲୁଟୁଛନ୍ତି, ଏବଂ ମୁଁ ଭାବୁଛି ସେମାନେ ଆମେରିକୀୟ ଶ୍ରମିକମାନଙ୍କ ପ୍ରତି ସେମାନଙ୍କର ଘୃଣା ସ୍ପଷ୍ଟ ଭାବରେ ପ୍ରଦର୍ଶନ କରିଛନ୍ତି।
କାରୋଲିନ ଲେଭିଟ କହିଛନ୍ତି ଯେ ଅନେକ ଦେଶ ଆମ ଉପରେ ଅନ୍ୟାୟ ଟିକସ ଲଗାନ୍ତି। ଆମେରିକାର କ୍ଷୀର ଉପରେ EU ରୁ ୫୦% (ଶୁଳ୍କ) ଏବଂ ଆମେରିକାର ଚାଉଳ ଉପରେ ଜାପାନରୁ ୭୦୦% ଶୁଳ୍କ ଲାଗୁଛି। ଭାରତରୁ ଆମେରିକୀୟ କୃଷି ଉତ୍ପାଦ ଉପରେ ୧୦୦% ଶୁଳ୍କ ଏବଂ କାନାଡାରୁ ଆମେରିକୀୟ ବଟର ଏବଂ ପନିର ଉପରେ ପ୍ରାୟ ୩୦୦% ଶୁଳ୍କ ଅଛି।
ସେ କହିଛନ୍ତି ଯେ ଏହା ଏହି ବଜାରଗୁଡ଼ିକୁ ଆମେରିକୀୟ ଉତ୍ପାଦ ଆମଦାନୀ କରିବା ପ୍ରାୟ ଅସମ୍ଭବ କରିଦେଇଛି ଏବଂ ଗତ କିଛି ଦଶନ୍ଧି ଧରି ଅନେକ ଆମେରିକୀୟଙ୍କୁ ବ୍ୟବସାୟରୁ ବାହାର ଏବଂ ବେକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

WPL: ଫାଇନାଲରେ ପହଞ୍ଚିଲା ଆର୍‌ସିବି

ଭଦୋଦରା,୨୯ା୧- ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ ଗୁରୁବାର ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଅତି ସହଜରେ ୮ ଉଇକେଟରେ ୟୁପି ଓ୍ବାରିଅର୍ସକୁ…

ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ: ଯୁବତୀ ଏବେ ୪ ମାସର ଗର୍ଭବତୀ

ଜୟପୁର, ୨୯।୧(ପବନ ପାଣିଗ୍ରାହୀ): ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ଗର୍ଭବତୀ ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଜୟପୁର ମହିଳା ପୋଲିସ ଜଣେ ଯୁବକଙ୍କୁ ଗିରଫ…

ଅସଲି ଟ୍ରେଡିଂ କମ୍ପାନୀର ଫେକ୍‌ ଆପ୍‌, ହ୍ବାଟ୍ସଆପ୍‌ ଗ୍ରୁପ କରି ଲୁଟିଥିଲେ ୯୪.୬୨ ଲକ୍ଷ ଟଙ୍କା; ୩ ଯୁବକଙ୍କୁ ବାନ୍ଧିଲା…

ଦେବଗଡ, ୨୯ା୧ (ଶଶାଙ୍କ ଶେଖର ଝାଙ୍କର): ଅବସର ପ୍ରାପ୍ତ ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୯୪ ଲକ୍ଷ ୬୨ ହଜାର ୪୬୧ ଟଙ୍କା ସାଇବର ଠକେଇ ଅଭିଯୋଗରେ…

ମୋରମ ପାଇଁ ପାହାଡ଼ କାଟିଦେଲା ପୂର୍ତ୍ତ ବିଭାଗ, ବାରିଝୋଲା ଗ୍ରାମବାସୀ…

ରାୟଗଡ଼ା,୨୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ ଅନ୍ତର୍ଗତ ବାରିଝୋଲା ଗ୍ରାମସ୍ଥିତ ପଦ୍ମାବତୀ ହରିକୁପା ପାହାଡ଼ରୁ ଚାଲିଛି ମୋରମ ଖନନ। ତେବେ ମୋରମ ଖନନ ଯୋଗୁ…

ଶାନ୍ତି ଆଲୋଚନା ପାଇଁ ଜେଲେନସ୍କିଙ୍କୁ ମସ୍କୋ ନିମନ୍ତ୍ରଣ କଲା ରୁଷିଆ

ନୂଆଦିଲ୍ଲୀ,୨୯।୧: ଚାରି ବର୍ଷ ଧରି ଲାଗି ରହିଥିବା ରୁଷ-ୟୁକ୍ରେନ ଯୁଦ୍ଧର ଘଟିବ ଅନ୍ତ। ଏହି କ୍ରେମଲିନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର…

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଟଳିପଡ଼ିଲେ ଭକ୍ତ: ମହାପ୍ରଭୁଙ୍କ ଦର୍ଶନ ହେଲା…

ପୁରୀ,୨୯ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କର ଉତ୍ତରଦ୍ୱାର ନିକଟ ପରିକ୍ରମା…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ପୂର୍ବତନ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକଙ୍କୁ ୨ବର୍ଷ ଜେଲ

ସୁନ୍ଦରଗଡ,୨୯ା୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ର ଭିଜିଲାନ୍ସ କୋର୍ଟ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ କରିଛି। ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ଲାଞ୍ଚ ମାମଲାର ଶୁଣାଣି…

ଜିଲାସ୍ତରୀୟ କବାଡ଼ି: ଅନାମିକା କ୍ଲବ ଚାମ୍ପିୟନ

ସମ୍ବଲପୁର,୨୯ା୧(ବି.ଶଙ୍କର): ପ୍ରଗତୀ ସାମାଜିକ ଅନୁଷ୍ଠାନ ଆୟୋଜିତ ଜିଲାସ୍ତରୀୟ କବାଡି ପ୍ରତିଯୋଗିତା ଚେରୁଆପଡା ଫାର୍ମରୋଡଠାରେ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ଅନାମିକା କ୍ଲବ ଏବଂ ପାଟଣେଶ୍ୱରୀ(କ) ଦଳ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri