ଭାରତକୁ ଜୋରଦାର ଝଟ୍‌କା ଦେଲେ ଟ୍ରମ୍ପ: ଏବେ ଆଉ ମିଳିବନି ଚାକିରି!

ଓ୍ବାଶିଂଟନ୍‌,୨୫।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତର ସ୍ବାର୍ଥ ବିରୋଧରେ ବୟାନବାଜି ଥମିବାର ନାଁ ନେଉନାହିଁ। ଆମେରିକୀୟ ଟେକ କମ୍ପାନୀଗୁଡ଼ିକରେ ଉଚ୍ଚ ପ୍ରଶିକ୍ଷିତ ଭାରତୀୟଙ୍କ ନିଯୁକ୍ତି ବିରୋଧରେ ଟ୍ରମ୍ପ ଆହ୍ବାନ ଦେଇଛନ୍ତି। ୱାଶିଂଟନରେ ଅନୁଷ୍ଠିତ ଏକ ଏଆଇ ସମ୍ମିଳନୀ ସମୟରେ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ଟେକ କମ୍ପାନୀଗୁଡ଼ିକୁ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ, ଏବେ ଭାରତ ଏବଂ ଚାଇନା ଭଳି ଦେଶରୁ ନିଯୁକ୍ତି ଦିଆଯିବ ନାହିଁ।

ଟ୍ରମ୍ପ କହିଛନ୍ତି, ଏହି କମ୍ପାନୀଗୁଡ଼ିକ ଆମେରିକୀୟ ଚାକିରିଗୁଡ଼ିକୁ ହଟାଇ ବିଦେଶୀ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିଛନ୍ତି, ଏବଂ ଏହି ପରିସ୍ଥିତି ଆଉ ଗ୍ରହଣୀୟ ନୁହେଁ। ସେ ବିଶେଷ କରି ଗୁଗଲ, ମାଇକ୍ରୋସଫ୍ଟ, ଆପଲ ଏବଂ ମେଟା ଭଳି ମହାନ କମ୍ପାନୀଗୁଡ଼ିକୁ ଚେତାବନୀ ଦେଇଥିଲେ, ଯଦି ସେମାନେ ଆମେରିକାରେ ନିଯୁକ୍ତି ନ ଦିଅନ୍ତି, ତେବେ କଠୋର ନୀତିଗତ ପଦକ୍ଷେପ ନିଆଯିବ। ଆଶ୍ଚର୍ଯ୍ୟର କଥା ହେଉଛି, ଗୁଗଲ ସିଇଓ ସୁନ୍ଦର ପିଚାଇ ସମେତ ଅନେକ ବଡ଼ ଟେକ କମ୍ପାନୀରେ ବରିଷ୍ଠ ପଦବୀରେ ଭାରତୀୟମାନେ ଉପସ୍ଥିତ ଅଛନ୍ତି ଏବଂ ଭାରତୀୟ ବିଶେଷଜ୍ଞମାନେ ଆମେରିକୀୟ କମ୍ପାନୀଗୁଡ଼ିକୁ ବିଶ୍ୱର ପ୍ରମୁଖ କମ୍ପାନୀମାନଙ୍କ ମଧ୍ୟରେ ରଖିଛନ୍ତି।

ଭାରତ ବିଶ୍ୱର ଏକ ପ୍ରମୁଖ ପ୍ରତିଭା କେନ୍ଦ୍ର, ବିଶେଷକରି ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ। ଟ୍ରମ୍ପଙ୍କ ବୟାନ ପରେ, H-1B ଭିଜା ମାଧ୍ୟମରେ ଆମେରିକାରେ କାମ କରୁଥିବା ଲକ୍ଷ ଲକ୍ଷ ଭାରତୀୟ ବୃତ୍ତିଗତଙ୍କ ଚାକିରି ଏବଂ ଭବିଷ୍ୟତ ପ୍ରଶ୍ନବାଚୀ ହୋଇପାରେ। ପ୍ରତିବର୍ଷ ଭାରତରୁ ହଜାର ହଜାର ଯୁବକ ଆମେରିକୀୟ କମ୍ପାନୀଗୁଡ଼ିକରେ ନିଯୁକ୍ତି ପାଆନ୍ତି। ଯଦି ଟ୍ରମ୍ପଙ୍କ ଏହି ମନମୁଖୀ ନୀତି କାର୍ଯ୍ୟକାରୀ ହୁଏ, ତେବେ ଏହାର ସିଧାସଳଖ ପ୍ରଭାବ କଲେଜ ପ୍ଲେସମେଣ୍ଟ ଠାରୁ ଆରମ୍ଭ କରି ଅଭିଜ୍ଞ ବୃତ୍ତିଗତ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ପଡ଼ିବ।

ଭାରତୀୟ ଟେକ୍ନୋଲୋଜି ଶିଳ୍ପ, ବିଶେଷକରି ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ପୁଣେ ଭଳି ସହରରେ ପ୍ରତିଷ୍ଠିତ ବଡ଼ କମ୍ପାନୀଗୁଡ଼ିକ ଆମେରିକୀୟ ଆଉଟସୋର୍ସିଂ ଉପରେ ବହୁତ ନିର୍ଭରଶୀଳ। ଯଦି ଆମେରିକୀୟ କମ୍ପାନୀଗୁଡ଼ିକ ଭାରତରେ ସେମାନଙ୍କର କାର୍ଯ୍ୟ ହ୍ରାସ କରନ୍ତି କିମ୍ବା ନୂତନ ନିଯୁକ୍ତି ବନ୍ଦ କରନ୍ତି, ତେବେ ଏହା ଭାରତର ଆଇଟି ଅର୍ଥନୀତିରେ ମନ୍ଥରତା ଆଣିପାରେ। ଏହା ଷ୍ଟାର୍ଟଅପ, ସେବା କ୍ଷେତ୍ର ଏବଂ ପ୍ରତିଭା ତାଲିମ କମ୍ପାନୀଗୁଡ଼ିକ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇବ।

ଟ୍ରମ୍ପ ଙ୍କ ଏହି ବକ୍ତବ୍ୟ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀଗୁଡ଼ିକୁ ଦ୍ୱନ୍ଦ୍ୱରେ ପକାଇଛି। ଗୋଟିଏ ପଟେ ସେମାନେ ଆମେରିକୀୟ ରାଜନୈତିକ ଚାପର ସମ୍ମୁଖୀନ ହେଉଛନ୍ତି, ଅନ୍ୟପଟେ ଭାରତୀୟ ପ୍ରତିଭା ଉପରେ ସେମାନଙ୍କର ନିର୍ଭରଶୀଳତା ଦଶନ୍ଧି ପୁରୁଣା। ଏହି କମ୍ପାନୀଗୁଡ଼ିକର ନବସୃଜନ ଏବଂ ବିସ୍ତାରରେ ଭାରତୀୟ ଇଞ୍ଜିନିୟର ଏବଂ ଡେଭଲପରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏପରି ପରିସ୍ଥିତିରେ, କମ୍ପାନୀଗୁଡ଼ିକ ସେମାନଙ୍କର ରଣନୀତି ପରିବର୍ତ୍ତନ କରିବେ କି ଟ୍ରମ୍ପଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇବେ – ଏହା ଆଗାମୀ ମାସଗୁଡ଼ିକରେ ସ୍ପଷ୍ଟ ହେବ। ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ରାଷ୍ଟ୍ରପତି ହେବା ପରେ ଏକ ଭିନ୍ନ ମନୋଭାବ ଗ୍ରହଣ କରିଛନ୍ତି। ଟ୍ରମ୍ପଙ୍କ ପ୍ରବାସ ନୀତି ହେଉ କିମ୍ବା ବାଣିଜ୍ୟ ଏବଂ ଟାରିଫ୍‌, ଏହି ସମସ୍ତ କ୍ଷେତ୍ରରେ ଟ୍ରମ୍ପଙ୍କ ନୀତିର ଭାରତ ଉପରେ ସିଧାସଳଖ ପ୍ରଭାବ ପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri