କ୍ଷମତା ହସ୍ତାନ୍ତର ପାଇଁ ଟ୍ରମ୍ପ୍‌ ରାଜି

ଓ୍ବାଶିଂଟନ,୨୫ା୧୧(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶେଷରେ ପ୍ରେସିଡେଣ୍ଟ ଇଲେକ୍ଟ ଜୋ ବାଇଡେନ୍‌ଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ରାଜି ହୋଇଛନ୍ତି। ମିଶିଗାନ୍‌ ଷ୍ଟେଟ୍‌ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ବିଜୟୀ ଘୋଷଣା କରିବା ପରେ ଏହି ବରିଷ୍ଠ ଡେମୋକ୍ରାଟ୍‌ଙ୍କ ଶପଥ ଗ୍ରହଣ ପାଇଁ ପଥ ଉନ୍ମୁକ୍ତ ହୋଇଛି। ଟ୍ରାଞ୍ଜିଶନ ପାଇଁ ଟ୍ରମ୍ପ୍‌ ରାଜି ହେବା ନେଇ ଜେନେରାଲ ସର୍ଭିସେସ୍‌ ଆଡମିନିଷ୍ଟ୍ରେଶନ୍‌ (ଜିଏସ୍‌ଏ) ପକ୍ଷରୁ କରାଯାଇଥିବା ଘୋଷଣାର ଅର୍ଥ ହେଉଛି ବାଇଡେନ୍‌ଙ୍କୁ ଏବେ ସୁରକ୍ଷା ବ୍ରିଫିଙ୍ଗ୍‌ କରାଯିବ। ଜାନୁୟାରୀ ୨୦ରେ ବାଇଡେନ୍‌ ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ମଧ୍ୟ ସେ ପ୍ରୋଟୋକଲ ଅନୁସାରେ ସରକାରୀ କାର୍ଯ୍ୟ ସମ୍ପାଦନ କରିପାରିବେ। ଏହି ନିଷ୍ପତ୍ତିକୁ ବାଇଡେନ୍‌ ଟିମ୍‌ ସ୍ବାଗତ କରିଛି। ମହାମାରୀ ନିୟନ୍ତ୍ରଣ ଓ ଦେଶର ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବାରେ ଏହା ସହାୟକ ହେବ ବୋଲି ଏକ ବିବୃତିରେ କୁହାଯାଇଛି।
ନଭେମ୍ବର ୩ରେ ଆମେରିକାରେ ସାଧାରଣ ନିର୍ବାଚନ ହୋଇଥିଲା। ଏଥିରେ ଜୋ ବାଇଡେନ୍‌ ରାଷ୍ଟ୍ରପତି ଓ ତାଙ୍କ ରନିଂମେଟ୍‌ କମଲା ହାରିସ୍‌ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ତେବେ ବାଇଡେନ୍‌ ଜାଲିଆତି କରି ଜିତିଥିବା ଦର୍ଶାଇ ରିପବ୍ଲିକାନ୍‌ ଟ୍ରମ୍ପ୍‌ ପରାଜୟ ସ୍ବୀକାର କରି ନ ଥିଲେ। ଫଳରେ ନୂଆ ସରକାର ଗଠନରେ ବିଳମ୍ବ ହୋଇଛି। ଟ୍ରମ୍ପ୍‌ ବାଇଡେନ୍‌ଙ୍କ ବିଜୟକୁ ସ୍ବୀକାର କରି ନ ଥିଲେ ମଧ୍ୟ ଟ୍ରାଞ୍ଜିଶନ (କ୍ଷମତା ହସ୍ତାନ୍ତର ପ୍ରକ୍ରିୟା) ଆରମ୍ଭ କରିବାକୁ ସୁପାରିସ କରିଛନ୍ତି। ଏନେଇ ଜିଏସ୍‌ଏ ପ୍ରଶାସକ ଏମିଲି ମର୍ଫି ସୋମବାର ପତ୍ର ଲେଖି ବାଇଡେନ୍‌ଙ୍କୁ ଜଣାଇଛନ୍ତି। ଟ୍ରମ୍ପ୍‌ ପ୍ରଶାସନ ଆନୁଷ୍ଠାନିକ ଭାବେ ଟ୍ରାଞ୍ଜିଶନ ପ୍ରକ୍ରିୟା ଲାଗି ରାଜି ହୋଇଥିବା ସେ ଏଥିରେ ଅବଗତ କରାଇଛନ୍ତି। ଏଥିସକାଶେ ୬.୩ ନିୟୁତ ଡଲାର ଖର୍ଚ୍ଚ ହେବ। ଏହା ପରେ ଟ୍ରମ୍ପ୍‌ ଟୁଇଟ୍‌ କରି କହିଛନ୍ତି, ଦେଶର ବୃହତ୍‌ ସ୍ବାର୍ଥ ଦୃଷ୍ଟିରୁ ସେ ଟ୍ରାଞ୍ଜିଶନ ସପକ୍ଷରେ ଅଛନ୍ତି। ହେଲେ ଫଳାଫଳକୁ ନେଇ କୋର୍ଟରେ ଆଇନଗତ ଲଢ଼େଇ ଜାରି ରହିବ ବୋଲି ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍‌ ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ୍‌ ନିଜ ଯୁକ୍ତି ସପକ୍ଷରେ କୌଣସି ପ୍ରମାଣ ଉପସ୍ଥାପନ କରିପାରି ନ ଥିବାରୁ ଅଧିକାଂଶ କୋର୍ଟରେ ତାଙ୍କ ପିଟିଶନ ଖାରଜ ହୋଇଯାଇଛି।
ଆଣ୍ଟୋନି ବ୍ଲିଙ୍କେନ୍‌ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ପରରାଷ୍ଟ୍ର ସଚିବ ଭାବେ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କୁ ବାଛିଛନ୍ତି। ୧୯୬୨ ଏପ୍ରିଲ ୧୬ରେ ଜନ୍ମିତ ବ୍ଲିଙ୍କେନ୍‌ଙ୍କ ପିଲାଦିନ ପ୍ୟାରିସ୍‌ରେ ବିତିଥିଲା। ସେ ଭଲ ଫରାସୀ କହିପାରନ୍ତି। ସେ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ସମୟରେ ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ଜାତୀୟ ସୁରକ୍ଷା ଉପପରାମର୍ଶଦାତା ଥିଲେ। ୨୦୧୫ରୁ ୨୦୧୭ ଯାଏ ପରରାଷ୍ଟ୍ର ଉପସଚିବ ଭାବେ କାର୍ଯ୍ୟ କରିଥିଲେ। ସେହିପରି ୧୯୯୦ ଦଶକରେ ବିଲ୍‌ କ୍ଲିଣ୍ଟନ୍‌ଙ୍କ ହ୍ବାଇଟ୍‌ ହାଉସ୍‌ ଷ୍ଟାଫ୍‌ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ୨୦୧୯ରେ ବ୍ରେକ୍‌ଜିଟ୍‌ (ୟୁରୋପୀୟ ସଂଘରୁ ବ୍ରିଟେନ ଅଲଗା ହେବା)କୁ ନେଇ ବ୍ଲିଙ୍କେନ୍‌ କହିଥିଲେ, ଏହା କେବଳ କୁକୁର କାର୍‌କୁ ଧରିବା ଭଳି ନୁହେଁ। କୁକୁର କାର୍‌କୁ ଧରିବା ପରେ କାର୍‌ ବିପରୀତ ଦିଗରେ ଗତି କରିବା ସହ କୁକୁର ଉପରେ ମାଡ଼ିଯିବା ସଦୃଶ।
ଜନେଟ୍‌ ୟେଲେନ୍‌

୭୪ ବର୍ଷୀୟା ଅର୍ଥନୀତିଜ୍ଞ ଜନେଟ୍‌ ୟେଲେନ୍‌ ଆମେରିକାର ଟ୍ରେଜେରି ସେକ୍ରେଟାରି ହେବାକୁ ଯାଉଛନ୍ତି। ଏହି ପଦରେ ଆସୀନ ହେବାରେ ୟେଲେନ୍‌ ପ୍ରଥମ ମହିଳା। ୧୯୪୬ ଅଗଷ୍ଟ ୧୩ରେ ଜନ୍ମିତ ୟେଲେନ୍‌ ୨୦୧୪ରୁ ୨୦୧୮ ଯାଏ ଫେଡେରାଲ ରିଜର୍ଭର ପ୍ରଥମ ମହିଳା ଅଧ୍ୟକ୍ଷ ଥିଲେ। ଏହା ପୂର୍ବରୁ ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ସେ ଏହାର ଉପାଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିଲେ। ୟେଲେନ୍‌ ୧୯୮୫-୨୦୦୬ ପର୍ଯ୍ୟନ୍ତ କାଲିଫର୍ନିଆ ୟୁନିଭର୍ସିଟିରେ ପ୍ରଫେସର ଥିଲେ। ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସ ଓ ହାଭାର୍ଡ ୟୁନିଭର୍ସିଟିରେ ମଧ୍ୟ ସେ ଅଧ୍ୟାପନା କରିଥିଲେ।

ଆଲେଜାଣ୍ଡ୍ରୋ ଏନ୍‌. ମାୟୋର୍କାସ୍‌

୧୯୫୯ ନଭେମ୍ବରରେ ଜନ୍ମିତ ଆଲେଜାଣ୍ଡ୍ରୋ ମାୟୋର୍କାସ୍‌ ଜଣେ କ୍ୟୁବା ବଂଶୋଦ୍ଭବ ଆମେରିକୀୟ। ପେସାରେ ଜଣେ ଆଇନଜୀବୀ। ଆପରାଧିକ ଓ ଦଓ୍ବୋନୀ ମାମଲା ପରିଚାଳନାରେ ବିଚକ୍ଷଣ ୬୧ ବର୍ଷୀୟ ମାୟୋର୍କାସ୍‌ ଓବାମା ପ୍ରଶାସନରେ ହୋମ୍‌ଲାଣ୍ଡ ସିକ୍ୟୁରିଟି ଡେପୁଟି ସେକ୍ରେଟାରୀ ଭାବେ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ। ୨୦୧୯ରେ ଲାଟିନୋ ଲିଡର୍ସ ମାଗାଜିନ୍‌ ତାଙ୍କୁ ଆମେରିକାର ଲାଟିନୋ ସମୁଦାୟର ୧୦୧ ପ୍ରଭାବଶାଳୀ ନେତାଙ୍କ ମଧ୍ୟରୁ ଅନ୍ୟତମ ବୋଲି ଦର୍ଶାଇଥିଲା। ବାଇଡେନ୍‌ ତାଙ୍କୁ ହୋମ୍‌ଲାଣ୍ଡ ସେକ୍ରେଟାରି ଭାବେ ମନୋନୀତ କରିଛନ୍ତି।

ଲିଣ୍ଡା ଥୋମାସ୍‌-ଗ୍ରୀନଫିଲ୍ଡ

୧୯୫୨ରେ ଜନ୍ମିତ ଏହି କୃଷ୍ଣକାୟ ମହିଳା ଓ୍ବାଶିଂଟନ ଡିସିସ୍ଥିତ ଅଲ୍‌ବ୍ରାଇଟ୍‌ ଷ୍ଟୋନ୍‌ବ୍ରିଜ୍‌ ଗ୍ରୁପ୍‌ରେ ସିନିୟର କାଉନ୍‌ସେଲର ଭାବେ କାର୍ଯ୍ୟରତ। ସେ ଓବାମା ଓ ଟ୍ରମ୍ପ୍‌ ପ୍ରଶାସନରେ ଆଫ୍ରିକୀୟ ବ୍ୟାପାର ବିଭାଗର ଆସିଷ୍ଟାଣ୍ଟ ସେକ୍ରେଟାରି ଭାବେ ପୂର୍ବରୁ କାର୍ଯ୍ୟ କରିଥିଲେ। ବାଇଡେନ୍‌ ଏବେ ଜାତିସଂଘରେ ଆମେରିକାର ପରବର୍ତ୍ତୀ ଆମ୍ବାସାଡର ୬୮ ବର୍ଷୀୟା ଲିଣ୍ଡାଙ୍କୁ ଭାବେ ବାଛିଛନ୍ତି।
ଜନ୍‌ କେରି

୧୯୪୩ ଡିସେମ୍ବର ୧୧ରେ ଜନ୍ମିତ ଜନ୍‌ କେରି ଆମେରିକାର ଜଣେ ବରିଷ୍ଠ ରାଜନେତା ତଥା କୁଶଳୀ କୂଟନୀତିଜ୍ଞ ଭାବେ ପରିଚିତ। ସେ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ୬୮ତମ ପରରାଷ୍ଟ୍ର ସଚିବ ଥିଲେ। ପୂର୍ବତନ ନୌସେନା ଅଧିକାରୀ ତଥା ଆଇନଜୀବୀ କେରି ୨୦୦୪ ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟିରୁ ରାଷ୍ଟ୍ରପତି ନିର୍ବାଚନ ଲଢ଼ିଥିଲେ। ସେ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ. ବୁଶ୍‌ଙ୍କଠାରୁ ପରାଜିତ ହୋଇଥିଲେ। ବାଇଡେନ୍‌ ଏହି ୭୬ ବର୍ଷୀୟ ନେତାଙ୍କୁ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ରାଷ୍ଟ୍ରପତିଙ୍କ ପ୍ରତିନିଧି ଦାୟିତ୍ୱ ଦେଇଛନ୍ତି। କ୍ଲାଇମେଟ୍‌ ଚେଞ୍ଜ ବିରୋଧୀ ଲଢ଼େଇ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

ଆଭ୍‌ରିଲ୍‌ ଡାନିକା ହାଇନେସ୍‌

ଏହି ୫୧ ବର୍ଷୀୟା ମହିଳାଙ୍କୁ ଆମେରିକାର ପରବର୍ତ୍ତୀ ଜାତୀୟ ଗୋଇନ୍ଦା ବିଭାଗ ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଛି। ୧୯୬୯ ଅଗଷ୍ଟ ୨୯ରେ ଜନ୍ମିତ ଆଭ୍‌ରିଲ୍‌ ଜଣେ ଆଇନଜୀବୀ। ସେ ଓବାମା ପ୍ରଶାସନରେ ଜାତୀୟ ସୁରକ୍ଷା ଉପପରାଶର୍ମଦାତା ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ସେଣ୍ଟ୍ରାଲ୍‌ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର ପ୍ରଥମ ମହିଳା ଉପ ନିର୍ଦ୍ଦେଶକ ମଧ୍ୟ ଥିଲେ।

ଜ୍ୟାକୋବ୍‌ ଜେରେମିଆହ ସୁଲିଭାନ୍‌

ଜେକ୍‌ ସୁଲିଭାନ୍‌ ନାମରେ ପରିଚିତ ଏହି ଆମେରିକୀୟ ଅଧିକାରୀଙ୍କ ଜନ୍ମ ୧୯୭୬ ନଭେମ୍ବର ୨୮ରେ ହୋଇଥିଲା। ସେ ୨୦୧୬ରେ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ୍‌ଙ୍କ କ୍ୟାମ୍ପେନ୍‌ର ବରିଷ୍ଠ ନୀତି ପରାମର୍ଶଦାତା ଥିଲେ। ହିଲାରୀ ପରରାଷ୍ଟ୍ର ସଚିବ ଥିବାବେଳେ ବୈଦେଶିକ ନୀତିରେ ନିପୁଣ ଜେକ୍‌ଙ୍କୁ ଡେପୁଟି ଚିଫ୍‌ ଅଫ୍‌ ଷ୍ଟାଫ୍‌ କରାଯାଇଥିଲା। ସେହିପରି ବାଇଡେନ୍‌ଙ୍କ ଉପରାଷ୍ଟ୍ରପତିତ୍ୱ ସମୟରେ ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଥିଲେ। ୪୩ ବର୍ଷୀୟ ଜେକ୍‌ ୟେଲ୍‌ ଲ’ ସ୍କୁଲରେ ଅଧ୍ୟାପନା କରୁଛନ୍ତି। ତାଙ୍କୁ ବାଇଡେନ୍‌ ଦେଶର ପରବର୍ତ୍ତୀ ଏନ୍‌ଏସ୍‌ଏ ଭାବେ ବାଛିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

କଲ୍ୟାଣ ମଣ୍ଡପ ନିର୍ମାଣରେ ଖର୍ଚ୍ଚ ହେବ ୬୦ ଲକ୍ଷ ଟଙ୍କା, ଆଜି ସରପଞ୍ଚଙ୍କ ସମେତ…

ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ମା’ ଶୀତଳl ଠାକୁରାଣୀ ମନ୍ଦିର ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ। ଏଥିପାଇଁ ସରପଞ୍ଚ ମମତା…

ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: NCERTକୁ ଖୁବଶୀଘ୍ର ମିଳିପାରେ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

ନୂଆଦିଲ୍ଲୀ,୩।୪: ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ…

ହର୍ମୁଜ ପାର୍‌ ହେବା ପରେ ସମୁଦ୍ର ମଝିରେ ହେଲା ଖେଳ! ଭାରତ ଅଭିମୁଖେ ଯାଉଥିବା ଇରାନୀ ଜାହାଜ ହଠାତ୍‌ ନେଲା ୟୁ-ଟର୍ନ, ଗତି ବଦଳାଇ…

ନୂଆଦିଳ୍ଲୀ,୩।୪: ହର୍ମୁଜ ପ୍ରଣାଳୀ ପାର୍‌ ହେବା ପରେ ସମୁଦ୍ରରେ ଏକ ଅଜବ ଘଟଣା ଘଟିଛି। ସାତ ବର୍ଷ ପରେ ଇରାନରୁ ଭାରତକୁ ତେଲ ନେଇ ଯାଉଥିବା ଏକ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ଆମ ବସ୍‌ ଧକ୍କାରେ ଅତିରିକ୍ତ ଡିସିପି ଆହତ

ଭୁବନେଶ୍ୱର,୩ା୪: ରାଜଧାନୀରେ ପୁଣି ଥରେ ଦୁର୍ଘଟଣା ଘଟାଇଛି ଆମ ବସ୍‌। ଏହି ବସ୍‌ ଧକ୍କାରେ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। ସାଇକେଲ୍‌ରେ ଯିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri