ଅସଲି ସ୍ବାଧୀନତା

ସ୍ବାଧୀନତା ଏମିତି ଯାହିତାହି କୌଣସି ଚିଜ ନୁହେଁ ଯାହାକି କେବଳ ଆମର ବାହ୍ୟଦେଶରେ ପରିଦୃଷ୍ଟ ହୋଇଥାଏ। ଏଇ ଯେମିତି ଆମ ଆଖିଦ୍ୱୟ ଲମ୍ବିଯାଏ ଆଖପାଖରେ ଥିବା ବିସ୍ତୀର୍ଣ୍ଣ ଖୋଲା ପଡ଼ିଆ ଆଡ଼େ। ତେବେ ଏହି ପ୍ରସଙ୍ଗରେ ଗୋଟିଏ ପ୍ରଶ୍ନ ଉଙ୍କିମାରେ, ମଣିଷର ଚର୍ମନେତ୍ରରେ ପଟି ବାନ୍ଧିଦେଲେ କି ଫାଇଦା ମିଳେ ଯେ ? ବାସ୍ତବ ତଥା ଅସଲି ସ୍ବାଧୀନତା ତାକୁଇ ବୁଝାଏ ଯାହା ଯୁଗପତ୍‌ ଆମ ହୃଦୟ ଓ ମଗଜରେ ସାହସ ଶକ୍ତି ସଞ୍ଚାର କରେ ।
ସେଇ ସଚ୍ଚା ସ୍ବାଧୀନତା ହିଁ ଆମର ସକଳ କର୍ମକୁ ନୂଆଦିଶା ଓ ମୋଡ଼ଦିଏ । ଆମ ଭଳି ସ୍ବପ୍ନଭୁକ୍‌ମାନଙ୍କ ମନରେ ଲହଡି ଭାଙ୍ଗୁଥିବା ସ୍ବପ୍ନମାନଙ୍କୁ ସାକାର କରିବାର ଉତ୍ସାହ ଭରିଦିଏ। କିନ୍ତୁ ସ୍ବାଧୀନତା ଯେବେ ଲୋକଦେଖାଣିଆ ହୋଇଯାଏ ତା’ର କିଛି ଫାଇଦା ନ ଥାଏ। ଏଇ ଯେମିତି ପାଶ୍ଚାତ୍ୟ ଦେଶଗୁଡ଼ିକରେ ଯାତ୍ରା କଲାବେଳେ ଆମକୁ ମନେହୁଏ ସତେ ଯେମିତି ଆମର ସ୍ବାଧୀନ ବିଚାରବୋଧ ଦୁର୍ବଳ ଅଶକ୍ତ ହୋଇଯାଇଛି। ସାଧାରଣତଃ ଲୋକମାନେ ସ୍ବାଧୀନତାକୁ କେବଳ ଗୋଟିଏ ବାହ୍ୟଚିଜ୍‌ ରୂପେ ବୁଝନ୍ତି ବୋଲି ଆମ ସମାଜ ଓ ରାଜନୀତିରେ ଚାପ ଓ ବାଧ୍ୟବାଧକତା ବୃଦ୍ଧି ପାଇବାରେ ଲାଗିଛି।
ରାଜରାଜୁଡ଼ା ସମୟରେ ଦୃଶ୍ୟପଟ ସମ୍ପୂର୍ଣ୍ଣ ଭାବେ ନିଆରା। ବର୍ଣ୍ଣାଢ଼୍ୟ ରାଜଦରବାରରେ ମିଥ୍ୟାବାଦୀ, ଚାଟୁକାର ଓ ଚକ୍ରାନ୍ତକାରୀଙ୍କ ଦ୍ୱାରା ପରିବେଷ୍ଟିତ ହୋଇରହୁଥିଲେ ସମ୍ରାଟ।
ଦୁନିଆରେ ସେ ଏକମାତ୍ର ସ୍ବାଧୀନଚେତା ମଣିଷଟେ ବୋଲି ତାଙ୍କୁ ମନେ ହେଉଥିଲା। କିନ୍ତୁ ଅସଲରେ ଦେଖିଲେ ସୁଶୋଭିତ ଚମତ୍କାର ଗାରଦଖାନାରେ ସେ ଜଣେ କଏଦୀ କେବଳ।
ସମ୍ପ୍ରତି ପାଶ୍ଚାତ୍ୟ ଦେଶଗୁଡ଼ିକର ନାଗରିକମାନଙ୍କ କ୍ଷେତ୍ରରେ ଏଭଳି ପରିଲକ୍ଷିତ ହେଉଛି। ନିଜେ ସ୍ବାଧୀନ ବୋଲି ହୃଦ୍‌ବୋଧ କରୁଥିଲେ ହେଁ ଗୋଟିଏ ସଶକ୍ତ ବ୍ୟବସ୍ଥାର ଜାଲ ଭିତରେ ସେମାନେ ଫସିଯାଇଛନ୍ତି ଯାହାକି ସେମାନଙ୍କ ଜୀବନକୁ ଅକ୍ଟୋପସ୍‌ ଭଳି କାବୁ କରିନେଇଛି। ଆମ ଦେଶରେ ମଧ୍ୟ ଊଣାଧିକେ ସେଇ ହାଲତ୍‌। ଆମ ସଭ୍ୟତା ଗୋଟିଏ ଛାଞ୍ଚ ସଦୃଶ ଯାହା ମନୁଷ୍ୟକୁ ଶକ୍ତଭାବେ ଜଡ଼େଇ ଧରିଥାଏ। ସ୍ବଦେଶର ଲୋକମାନଙ୍କ ଆତ୍ମାର ଉଡ଼ାଣକୁ ଆମେ ଯେମିତି ରୋକିଦେଇଛେ। ଆମେ ଶତାବ୍ଦୀ ଶତାବ୍ଦୀ ଧରି ପୁରୁଣା ରୀତିନୀତି, ପ୍ରଚଳିତ ପ୍ରଥା ପରମ୍ପରା ଓ ନିୟମାବଳୀର ଭାରି ବୋଝ ତଳେ ସେମାନଙ୍କୁ ଚାପି ଦେଇଛେ। ଖାସ୍‌ ସେଥିପାଇଁ ଆମର ଜାତୀୟ ଏକତା ଅଶକ୍ତ ହୋଇଯାଇଛି। ତେଣୁ ଆମେ ବାହ୍ୟ ଓ ଆଭ୍ୟନ୍ତରୀଣ ସମସ୍ୟାଗୁଡ଼ିିକ ସହିତ ସଫଳତାର ସହ ମୁକାବିଲା କରିବାରେ ଅକ୍ଷମ। ବସ୍ତୁବାଦୀ ପାଶ୍ଚାତ୍ୟ ସଭ୍ୟତା ଏକପ୍ରକାର ଯନ୍ତ୍ରଚାଳିତ, ଯାହା ମାନବ ଜୀବନକୁ ଇନ୍ଧନ ଭଳି ଜଳାଉଛି। ଏହା ଲୋକଦେଖାଣିଆ ଭାବେ ସ୍ବାଧୀନତା ସିନା; କିନ୍ତୁ ଅସଲରେ ବିଚାରିଲେ ଏହା ଦାସତ୍ୱକୁ ବିଶେଷଭାବେ ବୃଦ୍ଧି କରିଦେଇଛି। ଅପରପକ୍ଷରେ ଦେଖିଲେ ଭାରତର ସଭ୍ୟତା ଏକ କଠିନ ଛାଞ୍ଚ ସଦୃଶ। ଆମକୁ ଏଇ ଦୁଇଟି ସଭ୍ୟତାରୁ ବାହାରିଆସି ଅସଲି ସ୍ବାଧନତାକୁ ଆପଣାଇବାକୁ ପଡ଼ିବ। ଆପଣା ଭାଗ୍ୟକୁ ନିଜେ ଗଢ଼ିତୋଳିବାକୁ ହେବ। ଯେଉଁ ବ୍ୟକ୍ତି ଅପର ସ୍ବାଧୀନତାକୁ ଛିନ୍ନ କରିନିଏ ସେ ନିଜର ନୈତିକ ସ୍ବାଧୀନତାର ଅଧିକାରକୁ ହରାଇ ବସେ। ଅବିଳମ୍ବେ ସେ କାୟିକ ତଥା ନୈତିକ ଦାସତ୍ୱର ଜାଲରେ ଫସିଯାଏ। ଏହି ପରିପ୍ରେକ୍ଷୀରେ ଆମ ମନରେ ସ୍ବତଃସ୍ଫୂର୍ତ୍ତ ଭାବେ ଏକାଧିକ ପ୍ରଶ୍ନ ବୁଢ଼ିଆଣୀ ଜାଲ ଭଳି ଛନ୍ଦି ହୋଇଯାଏ। ଆମର ଈପ୍‌ସିତ ସ୍ବାଧୀନତା କ’ଣ କେବଳ ବାହାର ଦୁନିଆର ସ୍ବାଧୀନତା ଅଥବା ବାହ୍ୟ ପରିସ୍ଥିତି ସବୁର ସ୍ବାଧୀନତା, ଯାହାକୁ କିଣାବିକା କରାଯାଇପାରେ? ଆମେ କ’ଣ ସ୍ବାଧୀନତାକୁ ପ୍ରକୃତରେ ଭଲପାଇ ତା’ ଉପରେ ଅତୁଟ ଆସ୍ଥା ପ୍ରକଟ କରିଥାଉ। ଆମେ ସମାଜରେ ଏମିତି ଜାଗା ପକ୍କା କରିନେବା ଯେଉଁଠି ଆମର ପିଲାକବିଲାଙ୍କ ଦିମାକ ମାନବ ଗରିମା ଆଦର୍ଶରେ ବିନା କୌଣସି ଅନ୍ୟାୟପୂର୍ଣ୍ଣ ଇନ୍ଧନରେ ବିକଶିତ ହୋଇପାରିବ।
ଉଡ଼ାଣ ଭରିବାର ଅଭୀପ୍‌ସା ପୋଷଣ କରିବାକୁ ହେଲେ ବିଚାରଧାରାକୁ ନୂଆ ଦିଶା ଦେବା ସଙ୍ଗେସଙ୍ଗେ ସ୍ବାଧୀନ ମନରେ ବିଚାର କରିବାକୁ ପଡ଼ିବ। ଆମେ ଯଦି ସଚ୍ଚା ମନରେ ସ୍ବାଧୀନତାକୁ ନ ଆପଣାଇବା ଏବଂ ତା’ର ତାକତ ଓ କ୍ଷତି ଘଟାଇବା ଆଶଙ୍କାକୁ ନ ବୁଝିବା ପର୍ଯ୍ୟନ୍ତ ଆମ ଜୀବନ ପ୍ରକୃତ ଅର୍ଥରେ ସଫଳ ତଥା ସାର୍ଥକ ହୋଇପାରିବ ନାହିଁ।

ନଗେନ୍ଦ୍ର ନାଥ ପଟ୍ଟନାୟକ

ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ,ଓଡ଼ିଶା ସରକାର

ଲକ୍ଷ୍ମୀସାଗର କେନାଲ ରୋଡ୍‌, ଭୁବନେଶ୍ୱର
ମୋ:୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଥ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri