ଅସଲି ସ୍ବାଧୀନତା

ସ୍ବାଧୀନତା ଏମିତି ଯାହିତାହି କୌଣସି ଚିଜ ନୁହେଁ ଯାହାକି କେବଳ ଆମର ବାହ୍ୟଦେଶରେ ପରିଦୃଷ୍ଟ ହୋଇଥାଏ। ଏଇ ଯେମିତି ଆମ ଆଖିଦ୍ୱୟ ଲମ୍ବିଯାଏ ଆଖପାଖରେ ଥିବା ବିସ୍ତୀର୍ଣ୍ଣ ଖୋଲା ପଡ଼ିଆ ଆଡ଼େ। ତେବେ ଏହି ପ୍ରସଙ୍ଗରେ ଗୋଟିଏ ପ୍ରଶ୍ନ ଉଙ୍କିମାରେ, ମଣିଷର ଚର୍ମନେତ୍ରରେ ପଟି ବାନ୍ଧିଦେଲେ କି ଫାଇଦା ମିଳେ ଯେ ? ବାସ୍ତବ ତଥା ଅସଲି ସ୍ବାଧୀନତା ତାକୁଇ ବୁଝାଏ ଯାହା ଯୁଗପତ୍‌ ଆମ ହୃଦୟ ଓ ମଗଜରେ ସାହସ ଶକ୍ତି ସଞ୍ଚାର କରେ ।
ସେଇ ସଚ୍ଚା ସ୍ବାଧୀନତା ହିଁ ଆମର ସକଳ କର୍ମକୁ ନୂଆଦିଶା ଓ ମୋଡ଼ଦିଏ । ଆମ ଭଳି ସ୍ବପ୍ନଭୁକ୍‌ମାନଙ୍କ ମନରେ ଲହଡି ଭାଙ୍ଗୁଥିବା ସ୍ବପ୍ନମାନଙ୍କୁ ସାକାର କରିବାର ଉତ୍ସାହ ଭରିଦିଏ। କିନ୍ତୁ ସ୍ବାଧୀନତା ଯେବେ ଲୋକଦେଖାଣିଆ ହୋଇଯାଏ ତା’ର କିଛି ଫାଇଦା ନ ଥାଏ। ଏଇ ଯେମିତି ପାଶ୍ଚାତ୍ୟ ଦେଶଗୁଡ଼ିକରେ ଯାତ୍ରା କଲାବେଳେ ଆମକୁ ମନେହୁଏ ସତେ ଯେମିତି ଆମର ସ୍ବାଧୀନ ବିଚାରବୋଧ ଦୁର୍ବଳ ଅଶକ୍ତ ହୋଇଯାଇଛି। ସାଧାରଣତଃ ଲୋକମାନେ ସ୍ବାଧୀନତାକୁ କେବଳ ଗୋଟିଏ ବାହ୍ୟଚିଜ୍‌ ରୂପେ ବୁଝନ୍ତି ବୋଲି ଆମ ସମାଜ ଓ ରାଜନୀତିରେ ଚାପ ଓ ବାଧ୍ୟବାଧକତା ବୃଦ୍ଧି ପାଇବାରେ ଲାଗିଛି।
ରାଜରାଜୁଡ଼ା ସମୟରେ ଦୃଶ୍ୟପଟ ସମ୍ପୂର୍ଣ୍ଣ ଭାବେ ନିଆରା। ବର୍ଣ୍ଣାଢ଼୍ୟ ରାଜଦରବାରରେ ମିଥ୍ୟାବାଦୀ, ଚାଟୁକାର ଓ ଚକ୍ରାନ୍ତକାରୀଙ୍କ ଦ୍ୱାରା ପରିବେଷ୍ଟିତ ହୋଇରହୁଥିଲେ ସମ୍ରାଟ।
ଦୁନିଆରେ ସେ ଏକମାତ୍ର ସ୍ବାଧୀନଚେତା ମଣିଷଟେ ବୋଲି ତାଙ୍କୁ ମନେ ହେଉଥିଲା। କିନ୍ତୁ ଅସଲରେ ଦେଖିଲେ ସୁଶୋଭିତ ଚମତ୍କାର ଗାରଦଖାନାରେ ସେ ଜଣେ କଏଦୀ କେବଳ।
ସମ୍ପ୍ରତି ପାଶ୍ଚାତ୍ୟ ଦେଶଗୁଡ଼ିକର ନାଗରିକମାନଙ୍କ କ୍ଷେତ୍ରରେ ଏଭଳି ପରିଲକ୍ଷିତ ହେଉଛି। ନିଜେ ସ୍ବାଧୀନ ବୋଲି ହୃଦ୍‌ବୋଧ କରୁଥିଲେ ହେଁ ଗୋଟିଏ ସଶକ୍ତ ବ୍ୟବସ୍ଥାର ଜାଲ ଭିତରେ ସେମାନେ ଫସିଯାଇଛନ୍ତି ଯାହାକି ସେମାନଙ୍କ ଜୀବନକୁ ଅକ୍ଟୋପସ୍‌ ଭଳି କାବୁ କରିନେଇଛି। ଆମ ଦେଶରେ ମଧ୍ୟ ଊଣାଧିକେ ସେଇ ହାଲତ୍‌। ଆମ ସଭ୍ୟତା ଗୋଟିଏ ଛାଞ୍ଚ ସଦୃଶ ଯାହା ମନୁଷ୍ୟକୁ ଶକ୍ତଭାବେ ଜଡ଼େଇ ଧରିଥାଏ। ସ୍ବଦେଶର ଲୋକମାନଙ୍କ ଆତ୍ମାର ଉଡ଼ାଣକୁ ଆମେ ଯେମିତି ରୋକିଦେଇଛେ। ଆମେ ଶତାବ୍ଦୀ ଶତାବ୍ଦୀ ଧରି ପୁରୁଣା ରୀତିନୀତି, ପ୍ରଚଳିତ ପ୍ରଥା ପରମ୍ପରା ଓ ନିୟମାବଳୀର ଭାରି ବୋଝ ତଳେ ସେମାନଙ୍କୁ ଚାପି ଦେଇଛେ। ଖାସ୍‌ ସେଥିପାଇଁ ଆମର ଜାତୀୟ ଏକତା ଅଶକ୍ତ ହୋଇଯାଇଛି। ତେଣୁ ଆମେ ବାହ୍ୟ ଓ ଆଭ୍ୟନ୍ତରୀଣ ସମସ୍ୟାଗୁଡ଼ିିକ ସହିତ ସଫଳତାର ସହ ମୁକାବିଲା କରିବାରେ ଅକ୍ଷମ। ବସ୍ତୁବାଦୀ ପାଶ୍ଚାତ୍ୟ ସଭ୍ୟତା ଏକପ୍ରକାର ଯନ୍ତ୍ରଚାଳିତ, ଯାହା ମାନବ ଜୀବନକୁ ଇନ୍ଧନ ଭଳି ଜଳାଉଛି। ଏହା ଲୋକଦେଖାଣିଆ ଭାବେ ସ୍ବାଧୀନତା ସିନା; କିନ୍ତୁ ଅସଲରେ ବିଚାରିଲେ ଏହା ଦାସତ୍ୱକୁ ବିଶେଷଭାବେ ବୃଦ୍ଧି କରିଦେଇଛି। ଅପରପକ୍ଷରେ ଦେଖିଲେ ଭାରତର ସଭ୍ୟତା ଏକ କଠିନ ଛାଞ୍ଚ ସଦୃଶ। ଆମକୁ ଏଇ ଦୁଇଟି ସଭ୍ୟତାରୁ ବାହାରିଆସି ଅସଲି ସ୍ବାଧନତାକୁ ଆପଣାଇବାକୁ ପଡ଼ିବ। ଆପଣା ଭାଗ୍ୟକୁ ନିଜେ ଗଢ଼ିତୋଳିବାକୁ ହେବ। ଯେଉଁ ବ୍ୟକ୍ତି ଅପର ସ୍ବାଧୀନତାକୁ ଛିନ୍ନ କରିନିଏ ସେ ନିଜର ନୈତିକ ସ୍ବାଧୀନତାର ଅଧିକାରକୁ ହରାଇ ବସେ। ଅବିଳମ୍ବେ ସେ କାୟିକ ତଥା ନୈତିକ ଦାସତ୍ୱର ଜାଲରେ ଫସିଯାଏ। ଏହି ପରିପ୍ରେକ୍ଷୀରେ ଆମ ମନରେ ସ୍ବତଃସ୍ଫୂର୍ତ୍ତ ଭାବେ ଏକାଧିକ ପ୍ରଶ୍ନ ବୁଢ଼ିଆଣୀ ଜାଲ ଭଳି ଛନ୍ଦି ହୋଇଯାଏ। ଆମର ଈପ୍‌ସିତ ସ୍ବାଧୀନତା କ’ଣ କେବଳ ବାହାର ଦୁନିଆର ସ୍ବାଧୀନତା ଅଥବା ବାହ୍ୟ ପରିସ୍ଥିତି ସବୁର ସ୍ବାଧୀନତା, ଯାହାକୁ କିଣାବିକା କରାଯାଇପାରେ? ଆମେ କ’ଣ ସ୍ବାଧୀନତାକୁ ପ୍ରକୃତରେ ଭଲପାଇ ତା’ ଉପରେ ଅତୁଟ ଆସ୍ଥା ପ୍ରକଟ କରିଥାଉ। ଆମେ ସମାଜରେ ଏମିତି ଜାଗା ପକ୍କା କରିନେବା ଯେଉଁଠି ଆମର ପିଲାକବିଲାଙ୍କ ଦିମାକ ମାନବ ଗରିମା ଆଦର୍ଶରେ ବିନା କୌଣସି ଅନ୍ୟାୟପୂର୍ଣ୍ଣ ଇନ୍ଧନରେ ବିକଶିତ ହୋଇପାରିବ।
ଉଡ଼ାଣ ଭରିବାର ଅଭୀପ୍‌ସା ପୋଷଣ କରିବାକୁ ହେଲେ ବିଚାରଧାରାକୁ ନୂଆ ଦିଶା ଦେବା ସଙ୍ଗେସଙ୍ଗେ ସ୍ବାଧୀନ ମନରେ ବିଚାର କରିବାକୁ ପଡ଼ିବ। ଆମେ ଯଦି ସଚ୍ଚା ମନରେ ସ୍ବାଧୀନତାକୁ ନ ଆପଣାଇବା ଏବଂ ତା’ର ତାକତ ଓ କ୍ଷତି ଘଟାଇବା ଆଶଙ୍କାକୁ ନ ବୁଝିବା ପର୍ଯ୍ୟନ୍ତ ଆମ ଜୀବନ ପ୍ରକୃତ ଅର୍ଥରେ ସଫଳ ତଥା ସାର୍ଥକ ହୋଇପାରିବ ନାହିଁ।

ନଗେନ୍ଦ୍ର ନାଥ ପଟ୍ଟନାୟକ

ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ,ଓଡ଼ିଶା ସରକାର

ଲକ୍ଷ୍ମୀସାଗର କେନାଲ ରୋଡ୍‌, ଭୁବନେଶ୍ୱର
ମୋ:୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri