ଇସ୍ତଫା ପରେ ପ୍ରଥମଥର ମୁହଁ ଖୋଲିଲେ ଟ୍ରୁଡୋ: ଖୋଲି କହିଲେ ମନର କଥା

ଓଟ୍ଟାଓ୍ବା,୬।୧ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ସୋମବାର ଲିବେରାଲ ପାର୍ଟି ନେତା ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ୯ ବର୍ଷର କାର୍ଯ୍ୟକାଳ ଆପାତତଃ ଶେଷ ହୋଇଛି। ତେବେ ନୂଆ ନେତା ମନୋନୀତ ହେବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ରହିବାକୁ ଯୋଜନା କରିଛନ୍ତି।
ଇସ୍ତଫା ପରେ ଏକ ସାକ୍ଷତକାରରେ ସେ କହିଛନ୍ତି,ଆମର ମହାନ ଦେଶ ତଥା ଆମର ଗଣତନ୍ତ୍ର ଇତିହାସରେ କାନାଡାର ଲିବେରାଲ ପାର୍ଟି ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ। ଆସନ୍ତା ନିର୍ବାଚନରେ ଜଣେ ନୂତନ ପ୍ରଧାନମନ୍ତ୍ରୀ ତଥା ଲିବରାଲ ପାର୍ଟିର ନେତା ଦେଶର ମୂଲ୍ୟବୋଧ ଏବଂ ଆଦର୍ଶକୁ ଆଗକୁ ବଢାଇବେ। ଆଗାମୀ କିଛି ମାସ ମଧ୍ୟରେ ଏହି ପ୍ରକ୍ରିୟା ଘଟିବା ଦେଖି ମୁଁ ଖୁସି ହେବି। ମହାମାରୀ ପରେ ଅର୍ଥନୀତିକୁ ମଜଭୁତ କରିବା ଏବଂ କାନାଡାର ସ୍ବାର୍ଥକୁ ଆଗକୁ ନେବା ପାଇଁ ଆମେ ୨୦୨୧ରେ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିଲୁ। ଏହା କାମ ଆଗକୁ ମଧ୍ୟ କାନାଡିୟମାନଙ୍କ ପାଇଁ ଜାରି ରଖିବୁ।

ଆଭ୍ୟନ୍ତରୀଣ ଦଳୀୟ ଅସନ୍ତୋଷ ଏବଂ ଜନମତ ରେଟିଂ ହ୍ରାସ କାରଣରୁ ଇସ୍ତଫା ପାଇଁ ତାଙ୍କ ଉପରେ ଦଳ ଭିତରୁ ଚାପ ବଢ଼ିବାରେ ଲାଗିଥିଲା। ନୂଆ ନେତା ନିର୍ବାଚନ ପାଇଁ ବୁଧବାର ଦଳୀୟ ବୈଠକ ବସିବାକୁ ଥିବାବେଳେ ଏହା ପୂର୍ବରୁ ଟ୍ରୁଡୋ ଇସ୍ତଫା ଦେଇଛନ୍ତି। ବ୍ୟାଙ୍କ୍‌ ଅଫ୍‌ କାନାଡାର ପୂର୍ବତନ ମୁଖ୍ୟ ମାର୍କ କାର୍ନି ଦଳର ନେତୃତ୍ୱ ନେଇପାରନ୍ତି ବୋଲି କୁହାଯାଉଛି। ସେ ଟ୍ରୁଡୋଙ୍କ ଅବଦାନ ଏବଂ ତ୍ୟାଗକୁ ଧନ୍ୟବାଦ ଜଣାଇଛନ୍ତି।
ଚଳିତବର୍ଷ ଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇ ଅକ୍ଟୋବର ୨୦ ସୁଦ୍ଧା ନୂଆ ସରକାର ଗଢ଼ାଯିବ। ଦଳୀୟ ନେତା ପଦରୁ ଟ୍ରୁଡୋ ଇସ୍ତଫା ଦେଇଥିରୁ ଏଥର ଲିବେରାଲ ପାର୍ଟି ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ଟ୍ରୁଡୋ କିଛିମାସ ହେଲା ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଆସୁଥିଲେ। ଦେଶର ଆର୍ଥତ୍କ ସ୍ଥିତିରେ ଅବନତି ଆଦି ବିଭିନ୍ନ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବାବେଳେ ଏଥିରୁ ନଜର ହଟାଇବା ପାଇଁ ସେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତାଙ୍କ ହତ୍ୟା ଘଟଣାରେ ବାରମ୍ବାର ଭାରତ ସରକାରଙ୍କୁ ଦାୟୀ କରିଆସୁଥିଲେ। ଏହାକୁ ନେଇ ସେ ନିଜ ଦଳ ଭିତରେ ବିରୋଧର ସମ୍ମୁଖୀନ ହୋଇଥିଲେ। ସିଆନ୍‌ କାସେ, କେନ୍‌ ମାକ୍‌ଡୋନାଲ୍ଡଙ୍କ ଭଳି କେତେଜଣ ପ୍ରଭାବଶାଳୀ ଲିବେରାଲ ପାର୍ଟି ଏମ୍‌ପି ତାଙ୍କ ଇସ୍ତଫା ପାଇଁ ଦାବି କରିଆସୁଥିଲେ। ଟ୍ରୁଡୋଙ୍କ ଇସ୍ତଫା ଦାବିକରି ୨୦ରୁ ଊର୍ଦ୍ଧ୍ୱ ଦଳୀୟ ଏମ୍‌ପି ଏକ ସଂକଳ୍ପ ପତ୍ରରେ ସ୍ବାକ୍ଷର କରିଥିଲେ। ଡିସେମ୍ବରରେ ଉପପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କ ଇସ୍ତଫା ଟ୍ରୁଡୋଙ୍କ ସରକାରଙ୍କ ପାଇଁ ଶକ୍ତ ଝଟକା ଥିଲା। ସରକାରଙ୍କ କେତେକ ନୀତିକୁ ବିରୋଧ କରି ଫ୍ରିଲାଣ୍ଡ ଇସ୍ତଫା ଦେଇଥିଲେ।
ଲିବେରାଲ ପାର୍ଟି ନେତା ପଦରୁ ଇସ୍ତଫା ଦେବା ପୂର୍ବରୁ ୫୩ ବର୍ଷୀୟ ଟ୍ରୁଡୋ ସୋମବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି। ଦଳ ଏବଂ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଲଢ଼େଇରୁ ସେ ସହଜରେ ପଛଘୁଞ୍ଚା ଦେଉନାହାନ୍ତି। କାନାଡା ଜନସାଧାରଣଙ୍କ ସ୍ବାର୍ଥ ଏବଂ ଗଣତନ୍ତ୍ର ପାଇଁ ସେ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି। ଜାନୁଆରୀ ୨୭ରେ ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟ ଅଧିବେଶନକୁ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ସମୟ ମଧ୍ୟରେ ଲିବେରାଲ ପାର୍ଟି ଏହାର ନେତା ବାଛିବାକୁ ସୁଯୋଗ ପାଇବ। ପାର୍ଲାମେଣ୍ଟ ଆରମ୍ଭ ହେଲେ ଅନାସ୍ଥା ପ୍ରସ୍ତାବ ଆଣି ଲିବେରାଲ ପାର୍ଟି ସରକାରଙ୍କ କ୍ଷମତାଚ୍ୟୁତ କରିବାକୁ ୩ ପ୍ରମୁଖ ବିରୋଧୀ ଦଳ ଯୋଜନା କରିଛନ୍ତି। ତେଣୁ ଲିବେରାଲ ପାର୍ଟି ନୂଆ ନେତା ବାଛିବା ପରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri