ଇସ୍ତଫା ପରେ ପ୍ରଥମଥର ମୁହଁ ଖୋଲିଲେ ଟ୍ରୁଡୋ: ଖୋଲି କହିଲେ ମନର କଥା

ଓଟ୍ଟାଓ୍ବା,୬।୧ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ସୋମବାର ଲିବେରାଲ ପାର୍ଟି ନେତା ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ୯ ବର୍ଷର କାର୍ଯ୍ୟକାଳ ଆପାତତଃ ଶେଷ ହୋଇଛି। ତେବେ ନୂଆ ନେତା ମନୋନୀତ ହେବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ରହିବାକୁ ଯୋଜନା କରିଛନ୍ତି।
ଇସ୍ତଫା ପରେ ଏକ ସାକ୍ଷତକାରରେ ସେ କହିଛନ୍ତି,ଆମର ମହାନ ଦେଶ ତଥା ଆମର ଗଣତନ୍ତ୍ର ଇତିହାସରେ କାନାଡାର ଲିବେରାଲ ପାର୍ଟି ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ। ଆସନ୍ତା ନିର୍ବାଚନରେ ଜଣେ ନୂତନ ପ୍ରଧାନମନ୍ତ୍ରୀ ତଥା ଲିବରାଲ ପାର୍ଟିର ନେତା ଦେଶର ମୂଲ୍ୟବୋଧ ଏବଂ ଆଦର୍ଶକୁ ଆଗକୁ ବଢାଇବେ। ଆଗାମୀ କିଛି ମାସ ମଧ୍ୟରେ ଏହି ପ୍ରକ୍ରିୟା ଘଟିବା ଦେଖି ମୁଁ ଖୁସି ହେବି। ମହାମାରୀ ପରେ ଅର୍ଥନୀତିକୁ ମଜଭୁତ କରିବା ଏବଂ କାନାଡାର ସ୍ବାର୍ଥକୁ ଆଗକୁ ନେବା ପାଇଁ ଆମେ ୨୦୨୧ରେ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିଲୁ। ଏହା କାମ ଆଗକୁ ମଧ୍ୟ କାନାଡିୟମାନଙ୍କ ପାଇଁ ଜାରି ରଖିବୁ।

ଆଭ୍ୟନ୍ତରୀଣ ଦଳୀୟ ଅସନ୍ତୋଷ ଏବଂ ଜନମତ ରେଟିଂ ହ୍ରାସ କାରଣରୁ ଇସ୍ତଫା ପାଇଁ ତାଙ୍କ ଉପରେ ଦଳ ଭିତରୁ ଚାପ ବଢ଼ିବାରେ ଲାଗିଥିଲା। ନୂଆ ନେତା ନିର୍ବାଚନ ପାଇଁ ବୁଧବାର ଦଳୀୟ ବୈଠକ ବସିବାକୁ ଥିବାବେଳେ ଏହା ପୂର୍ବରୁ ଟ୍ରୁଡୋ ଇସ୍ତଫା ଦେଇଛନ୍ତି। ବ୍ୟାଙ୍କ୍‌ ଅଫ୍‌ କାନାଡାର ପୂର୍ବତନ ମୁଖ୍ୟ ମାର୍କ କାର୍ନି ଦଳର ନେତୃତ୍ୱ ନେଇପାରନ୍ତି ବୋଲି କୁହାଯାଉଛି। ସେ ଟ୍ରୁଡୋଙ୍କ ଅବଦାନ ଏବଂ ତ୍ୟାଗକୁ ଧନ୍ୟବାଦ ଜଣାଇଛନ୍ତି।
ଚଳିତବର୍ଷ ଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇ ଅକ୍ଟୋବର ୨୦ ସୁଦ୍ଧା ନୂଆ ସରକାର ଗଢ଼ାଯିବ। ଦଳୀୟ ନେତା ପଦରୁ ଟ୍ରୁଡୋ ଇସ୍ତଫା ଦେଇଥିରୁ ଏଥର ଲିବେରାଲ ପାର୍ଟି ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ଟ୍ରୁଡୋ କିଛିମାସ ହେଲା ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଆସୁଥିଲେ। ଦେଶର ଆର୍ଥତ୍କ ସ୍ଥିତିରେ ଅବନତି ଆଦି ବିଭିନ୍ନ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବାବେଳେ ଏଥିରୁ ନଜର ହଟାଇବା ପାଇଁ ସେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତାଙ୍କ ହତ୍ୟା ଘଟଣାରେ ବାରମ୍ବାର ଭାରତ ସରକାରଙ୍କୁ ଦାୟୀ କରିଆସୁଥିଲେ। ଏହାକୁ ନେଇ ସେ ନିଜ ଦଳ ଭିତରେ ବିରୋଧର ସମ୍ମୁଖୀନ ହୋଇଥିଲେ। ସିଆନ୍‌ କାସେ, କେନ୍‌ ମାକ୍‌ଡୋନାଲ୍ଡଙ୍କ ଭଳି କେତେଜଣ ପ୍ରଭାବଶାଳୀ ଲିବେରାଲ ପାର୍ଟି ଏମ୍‌ପି ତାଙ୍କ ଇସ୍ତଫା ପାଇଁ ଦାବି କରିଆସୁଥିଲେ। ଟ୍ରୁଡୋଙ୍କ ଇସ୍ତଫା ଦାବିକରି ୨୦ରୁ ଊର୍ଦ୍ଧ୍ୱ ଦଳୀୟ ଏମ୍‌ପି ଏକ ସଂକଳ୍ପ ପତ୍ରରେ ସ୍ବାକ୍ଷର କରିଥିଲେ। ଡିସେମ୍ବରରେ ଉପପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କ ଇସ୍ତଫା ଟ୍ରୁଡୋଙ୍କ ସରକାରଙ୍କ ପାଇଁ ଶକ୍ତ ଝଟକା ଥିଲା। ସରକାରଙ୍କ କେତେକ ନୀତିକୁ ବିରୋଧ କରି ଫ୍ରିଲାଣ୍ଡ ଇସ୍ତଫା ଦେଇଥିଲେ।
ଲିବେରାଲ ପାର୍ଟି ନେତା ପଦରୁ ଇସ୍ତଫା ଦେବା ପୂର୍ବରୁ ୫୩ ବର୍ଷୀୟ ଟ୍ରୁଡୋ ସୋମବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି। ଦଳ ଏବଂ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଲଢ଼େଇରୁ ସେ ସହଜରେ ପଛଘୁଞ୍ଚା ଦେଉନାହାନ୍ତି। କାନାଡା ଜନସାଧାରଣଙ୍କ ସ୍ବାର୍ଥ ଏବଂ ଗଣତନ୍ତ୍ର ପାଇଁ ସେ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି। ଜାନୁଆରୀ ୨୭ରେ ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟ ଅଧିବେଶନକୁ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ସମୟ ମଧ୍ୟରେ ଲିବେରାଲ ପାର୍ଟି ଏହାର ନେତା ବାଛିବାକୁ ସୁଯୋଗ ପାଇବ। ପାର୍ଲାମେଣ୍ଟ ଆରମ୍ଭ ହେଲେ ଅନାସ୍ଥା ପ୍ରସ୍ତାବ ଆଣି ଲିବେରାଲ ପାର୍ଟି ସରକାରଙ୍କ କ୍ଷମତାଚ୍ୟୁତ କରିବାକୁ ୩ ପ୍ରମୁଖ ବିରୋଧୀ ଦଳ ଯୋଜନା କରିଛନ୍ତି। ତେଣୁ ଲିବେରାଲ ପାର୍ଟି ନୂଆ ନେତା ବାଛିବା ପରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ପାକିସ୍ତାନୀଙ୍କୁ ଜେଲ ପଠାଇଲେ ସାଉଦି ପ୍ରିନ୍ସ

ରିୟାଦ,୧୬।୧: ପାକିସ୍ତାନ ପ୍ରାୟତଃ ଦାବି କରେ ଯେ ଇସଲାମର ଗଡ଼ ସାଉଦି ଆରବ ସହିତ ଏହାର ବହୁତ ଦୃଢ଼ ସମ୍ପର୍କ ଅଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ...

ସମ୍ପୂର୍ଣ୍ଣ କ୍ୟାନସର ମୁକ୍ତ ହେଲେ କେଟ ମିଡଲଟନ!

ଲଣ୍ଡନ,୧୬।୧: ୱେଲ୍ସର ରାଜକୁମାରୀ କ୍ୟାଥରିନ, ଯିଏ ସାଧାରଣତଃ କେଟ ମିଡଲଟନ ଭାବରେ ଜଣାଶୁଣା। ସେ ମଙ୍ଗଳବାର କହିଛନ୍ତି ଯେ ସେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ...

ଯୁଦ୍ଧବିରତି ପାଇଁ ସହମତି ହେଲେ ଇସ୍ରାଏଲ-ହମାସ, ୧୫ ମାସ ପାଇଁ ଯୁଦ୍ଧ ବନ୍ଦ

ନୂଆଦିଲ୍ଲୀ, ୧୫।୧: ଇସ୍ରାଏଲ ଏବଂ ପାଲେଷ୍ଟାଇନୀ ସଂଗଠନ ହମାସ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ଯୁଦ୍ଧବିରତି ଏବଂ କଏଦୀ ବିନିମୟ ସମ୍ପର୍କରେ କିଛି ଦିନ ଧରି...

ବ୍ରାଡ୍‌ ପିଟ୍‌ଙ୍କ ନାଁରେ ୮ ଲକ୍ଷ ୟୁରୋ ଠକେଇ

ପ୍ୟାରିସ୍‌, ୧୫ା୧: ଫ୍ରାନ୍ସରେ ଇଣ୍ଟେରିଅର ଡିଜାଇନର ଭାବେ କାର୍ଯ୍ୟରତ ଆନି ପ୍ରାୟ ୮ ଲକ୍ଷ ୟୁରୋ ମୂଲ୍ୟର ଠକାମିର ସମ୍ମୁଖୀନ ହୋଇଛନ୍ତି। ହଲିଉଡ୍‌ ଅଭିନେତା ବ୍ରାଡ୍‌...

ମେଟା: ଚିନ୍ତାରେ କେନ୍ଦ୍ର

ନୂଆଦିଲ୍ଲୀ,୧୫।୧: ଆମେରିକୀୟ ସୋସିଆଲ ମିଡିଆ ଜାଏଣ୍ଟ ମେଟା ସିଇଓ ମାର୍କ ଜୁକରବର୍ଗ ଜାନୁଆରୀ ୧୦ରେ ପୋଡ୍‌କାଷ୍ଟର ଜୋ ରୋଗାନ୍‌ଙ୍କୁ ସାକ୍ଷାତକାର ଦେଇ କହିଥିଲେ, ୨୦୨୪ ଅଧିକାଂଶ...

ଯୁଦ୍ଧରେ କେରଳ ଯୁବକଙ୍କ ମୃତ୍ୟୁ ପରେ ଆକ୍ସନକୁ ଆସିଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୧୫।୧: ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପାଇଁ ଲଢୁଥିବା ଜଣେ କେରଳୀ ଯୁବକଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଆହତ ହେବା ଘଟଣାକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ...

ବାଂଲାଦେଶରେ ରହି ବଡ଼ ଖେଳ କରିଦେଲେ ୟୁନୁସ୍‌, ଶେଖ ହାସିନାଙ୍କ…

ଢାକା,୧୫।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭଣଜା ଏବଂ ଲେବର ପାର୍ଟି ସାଂସଦ ଟ୍ୟୁଲିପ ସିଦ୍ଦିକି ମଙ୍ଗଳବାର ବ୍ରିଟେନର ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।...

ୟୁକ୍ରେନ୍‌ ପାଇଁ ଆଉ ନୂଆ ଏକ ଚ୍ୟାଲେଞ୍ଜ

ସିଓଲ,୧୫।୧: ୟୁକ୍ରେନ୍‌ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାର ଆକ୍ରମଣ ସାମର୍ଥ୍ୟ ବଢ଼ାଇବା ପାଇଁ ଉତ୍ତର କୋରିଆ ସେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri