ବଲାଙ୍ଗିର,୧୬/୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ୨୬ନମ୍ବର ଜାତୀୟ ରାଜପଥ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ଟ୍ରାଫିକ ଛକ ଡିଭାଡିଅରରେ ଭାରସାମ୍ୟ ହରାଇ ଏକ ଟ୍ରକ ଚଢ଼ି ଯାଇଛି l ସୂଚନା ଅନୁଯାୟୀ ମଙ୍ଗଳବାର ଭୋର ୫,୩୦ ମିନିଟ ସମୟରେ ଏକ ମାଲ ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସିବା ସମୟରେ ଟ୍ରକ ଡ୍ରାଇଭର ଭାରସାମ୍ୟ ହରାଇ ଟ୍ରାଫିକ ସମ୍ମୁଖରେ ଥିବା ଡିଭାଡ଼ଇରରେ ଚଡି ଯାଇଥିଲା ଟ୍ରକ l ଶୀତଦିନ ହୋଇଥିବାରୁ ପ୍ରାୟ କେହି ଯିବା ଆସିବା କରୁ ନ ଥିବାବେଳେ ଦୁର୍ଘଟଣା ଘଟିଥିଲା l ଟ୍ରାଫିକ ଛକରେ ପ୍ରାୟ ଜନଗହଳି ହୋଇଥାଏ ଲୋକେ ଏକ ବଡ଼ ଦୁର୍ଘଟଣାରୁ ବଞ୍ଚିଯାଇଥିବା ସହରରେ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି l ଅନ୍ୟପଟେ ଟ୍ରକ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁ ସହରରେ ବାରମ୍ବାର ଦୁର୍ଘଟଣା ଘଟୁଛି l ସହର ଭିତରେ ଟ୍ରକ ଗୁଡ଼ିକ ଦ୍ରୁତ ଗତିରେ ଚଳାଉଥିଲେ ମଧ୍ୟ ପୋଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି l ବଲାଙ୍ଗିର ଟାଉନ ଥାନା ଟ୍ରକ ଡ୍ରାଇଭରକୁ ଅଟକ ରଖିଥିବା ଜଣାପଡିଛି l ଟାଉନ ପୋଲିସ ଦୁର୍ଘଟଣାକୁ ନେଇ ତଦନ୍ତ କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି l
Dharitri – Odisha’s No.1 Odia Daily


