ଘାଟିରେ ଓଲଟିଲା ଲୁହା ପାଇପ୍‌ ବୋଝେଇ ଟ୍ରକ

କୋକସରା,୧୩।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଘାଟିରେ ରବିବାର ଏକ ଲୁହା ପାଇପ୍‌ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଦୁର୍ଘଟଣାରେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗାଡ଼ି ଡ୍ରାଇଭରଙ୍କ ସୂଚନା ମୁତାବକ, ଟ୍ରକଟି ଝାରସୁଗୁଡ଼ାରୁ ହାଇଦ୍ରାବାଦ ଯାଉଥିଲା। ହେଲେ ଆମପାଣି ଘାଟି ରାସ୍ତାର ଏକ ବୁଲାଣିରେ ଟ୍ରକଟି ଭାରସାମ୍ୟ ହରାଇ ଓଳଟି ପଡ଼ିଥିଲା। ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସୂଚନା ଦେଇଛନ୍ତି।