ଧର୍ମଶାଳା,୫।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ନିକଟରେ ଏକ କାରକୁ ଟ୍ରକ ଧକ୍କା ଦେଇଛି, ଯାହା ଫଳରେ କାରର ଗୋଟିଏ ପାର୍ଶ୍ୱ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବାବେଳେ କାହାର କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି। କାରରେ ଦୁଇ ଜଣ ରହିଥିଲେ।
ମିଳିଥିବା ସୂଚନା ଅନୁସାରେ, ଜାରକାରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ସ୍ବିଫ୍ଟ କାର (ଓଡି୦୨ବିଟି୫୧୨୭)କୁ ଆଇରନ ବୋଝେଇ ଟ୍ରକ(ଓଡି୦୯ଆର୨୩୯୩) ଧକ୍କା ଦେଇଥିଲା। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ କେଉଁ କାରଣ ଯୋଗୁ ଏଭଳି ଦୁର୍ଘଟଣା ଘଟିଲା କାରଣ ଅସ୍ପଷ୍ଟ ରହିଛି। କିନ୍ତୁ କୌଣସି ଏକ ଟ୍ରାକ୍ଟର ଗାଡ଼ି ସାଇଡ ମାରିବାରୁ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ଗାଡ଼ି ଗୁଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି।
Dharitri – Odisha’s No.1 Odia Daily


