୧୫ ଫୁଟ୍‌ ପୋଲ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର, ହେଲ୍‌ପର

ଲାଞ୍ଜିଗଡ଼,୨।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶନାଥପୁର ଥାନା ଅନ୍ତର୍ଗତ ଢେପଗୁଡ଼ା ପୋଲରେ ପୁଣି ଏକ କୋଇଲା ବୋଝେଇ ଟ୍ରକ୍‌ ପୋଲ ତଳକୁ ଖସିପଡ଼ିଛି। ଭବାନୀପାଟଣା ଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଢେପଗୁଡ଼ା ଏକ ଅଣ ଓସାରିଆ ପୋଲରେ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସିପଡିଛି ଏକ ଏପି-୩୫- ଟିବି ୫୮୮୫ ନମ୍ବର ବିଶିଷ୍ଟ କୋଇଲା ବୋଝେଇ ଟ୍ରକ୍‌। ଫଳରେ ଡ୍ରାଇଭର ଓ ହେଲ୍‌ପର ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, କୋଇଲା ବୋଝେଇ ଟ୍ରକ୍‌ଟି ବିଶାଖାପାଟଣାଠାରୁ ଭବାନୀପାଟଣା ପଟେ ଯାଉଥିବାବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲା। ରାସ୍ତାରେ ଯାଉଥିବା ଲୋକେ ଡ୍ରାଇଭର ଓ ହେଲପର୍‌ଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଘଟଣା ସମ୍ପର୍କରେ ଖବରପାଇ ବିଶ୍ୱନାଥପୁର ପୋଲିସ ତଦନ୍ତ କରୁଛି। ଏହି ଅଣ ଓସାରିଆ ପୋଲରେ ପ୍ରତିଦିନକିଛି ନା କିଛି ଦୁର୍ଘଟଣା ଘଟୁଛି। ଏଥିରେ କାହାରି ଜୀବନ ଯାଉଛି ତ ଆଉ କାହାରି ହାତଗୋଡ଼ ଭାଙ୍ଗୁଛି। ଆଜି ଏହି ଦୁର୍ଘଟଣାରେ ପୋଲର ସୁରକ୍ଷା ବାଡ଼ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ଏହି ପୋଲକୁ ବାରମ୍ବାର ନିମ୍ନମାନର ମରାମତି କରୁଛି ବିଭାଗ। ତେବେ ଏହି ପୋଲକୁ ନୂତନ ଭାବେ ନିର୍ମାଣ ପାଇଁ ଅଭିଯୋଗ ହେଇଆସୁ ହେଁ ଏଥିପ୍ରତି ଦୃଷ୍ଟି ଦେଉ ନାହିଁ କଳାହାଣ୍ଡି ପୂର୍ତ୍ତ ବିଭାଗ। ଏଥିପ୍ରତି ଜିଲା ପ୍ରଶାସନ ତଥା ରାଜ୍ୟ ସରକାର ଦୃଷ୍ଟି ଦେଇ ନୂତନ ପୋଲ ନିର୍ମାଣ କରିବା ପାଇଁ ଦାବି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଇକ ଚୋରି କରି କମ୍‌ ଦାମ୍‌ରେ ବିକୁଥିଲେ ଅଭିଯୁକ୍ତ, ଧରିଲା ପୋଲିସ

ବଲାଙ୍ଗିର,୨।୨ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ପୁଇଁତଳା ଥାନା ପୋଲିସ ହାତରେ ଧରାପଡିଛନ୍ତି ବାଇକ ଚୋର । ଜଣେ ବାଇକ ଚୋର ସହିତ ଚୋର…

ଗଣିତ ନୋଟ୍‌ ବୁକ୍‌ ନେଇ ନଥିଲେ ବୋଲି ୩ୟ ଶ୍ରେଣୀ ଛାତ୍ରଙ୍କୁ ଲହୁଲୁହାଣ କଲେ ଶିକ୍ଷୟିତ୍ରୀ, ଡାକ୍ତରଖାନାରେ ହେଲେ ଭର୍ତ୍ତି

ଦାରିଙ୍ଗବାଡି, ୨ ।୨ (ଅରୁଣ ସାହୁ ): ଦଣ୍ଡମୁକ୍ତ ଅଞ୍ଚଳରେ ପ୍ରଚଣ୍ଡ ଦଣ୍ଡ ବ୍ୟବସ୍ଥା। ସାଧାରଣ ଗଣିତ ନୋଟ୍‌ ବୁକ୍‌ ଭୁଲିଯିବା ଓ ବିନା ନୋଟ୍‌ ବୁକ୍‌ରେ…

କେନ୍ଦ୍ର ବଜେଟ୍‌ରେ ଇକୋ ଟୁରିଜିମ୍‌କୁ ଗୁରୁତ୍ୱ: ଋଷିକୂଲ୍ୟା ମୁହାଁଣରେ ହେବ…

ଗଞ୍ଜାମ,୨।୨(ବିଦ୍ୟାଧର ସାହୁ): ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସାମୁଦ୍ରିକ କଇଁଛ ବିରଳ ପ୍ରଜାତିର ଅଲିଭ ରିଡ୍‌ଲେଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ସ୍ଥାନ ପାଇଥିବା ଋଷିକୂଲ୍ୟା ମୁହାଁଣରେ ଇକୋ କରିଡର…

ବାଟରେ ଯାଉଥିବାବେଳେ ଦୁର୍ଘଟଣାରେ ଗୁରୁତରଙ୍କୁ ଦେଖି ଏମିତି କାମ କଲେ ସାମାଜିକ କର୍ମୀ

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ସୋମବାରଜଣେ ସ୍କୁଟି ଚାଳକ ଗାଡିରୁ ନିୟନ୍ତ୍ରଣ ହରାଇ…

ନାବାଳିକାଙ୍କୁ ଅପହରଣ କରିନେଇ ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ, ଶାରୀରିକ ସମ୍ପର୍କ ପାଇଁ…

ତୁମୁଡିବନ୍ଧ,୨।୨(ଦୀପକ କୁମାର ପରାସେଠ): ନାବାଳିକାଙ୍କୁ ଅପହରଣ କରି ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ। ରାତି ଅନ୍ଧାର ଭିତରେ ଘଞ୍ଚ ଜଙ୍ଗଲରେ ଭୟରେ ଜୀବନ ବଞ୍ଚାଇ…

ମିଛ ପ୍ରମାଣପତ୍ର ଦେଖାଇ ବୁଲୁଛନ୍ତି ଅନୁପ୍ରବେଶକାରୀ: ଚିହ୍ନଟ କରି ବିତାଡିତ ପାଇଁ ଏସଡିପିଓଙ୍କୁ ଦାବି କଲେ…

ଦାରିଙ୍ଗବାଡି, ୨।୨ (ଅରୁଣ ସାହୁ ): କନ୍ଧମାଳ ଜିଲାର ବିଭିନ୍ନ ବ୍ଲକ ସମେତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ବିଭିନ୍ନ ପ୍ରମାଣପତ୍ର ହାତେଇ ଘୂରିବୁଲୁଛନ୍ତି ।…

ପୋଲିସକୁ ସଫଳତା: ସିରିଜ ଚୋରି ଘଟଣାରେ ଜେଲ ଗଲେ ୫ ଅଭିଯୁକ୍ତ, ଜବତ ହେଲା ଏତେ ପରିମାଣର…

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଇଲାକାରେ ଗତ ୧୫ ଦିନ ମଧ୍ୟରେ ୫ ରୁ ଉଦ୍ଧର୍‌ବ ଗ୍ରାମରେ ଘଟିଥିବା ରହସ୍ୟମୟ ସିରିଜ ଚୋରି…

ମଞ୍ଚରେ ଥିଲେ ମୁଖ୍ୟମନ୍ତ୍ରୀ, ପୂର୍ବ ସରକାରଙ୍କୁ କଟାକ୍ଷ କଲେ ଜିଲାପାଳ

ନୂଆଦିଲ୍ଲୀ,୨।୨: ସୁବର୍ଣ୍ଣପୁର ଜିଲାପାଳ ନୃପରାଜ ସାହୁଙ୍କ ବୟାନକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ରବିବାର ସୁବର୍ଣ୍ଣପୁରରେ ଆୟୋଜିତ ‘ସୁଭଦ୍ରା ଶକ୍ତି ମେଳା’ ଶୁଭାରମ୍ଭ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri