ଟ୍ରକ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌

ଯୋଡ଼ା,୧୨ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଧୀନସ୍ଥ ତଥା ବାମେବାରି ଥାନା ଅନ୍ତର୍ଗତ ସିରାଜୁଦ୍ଦିନ ଖଣି ନିକଟ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଟ୍ରକ୍‌ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ମାଡ଼ରେ ଗୁରୁତର ଟ୍ରକ୍‌ ଡ୍ରାଇଭର ଗୋପାଲ କୁମାର ଯାଦବ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
ଅନୁଯାୟୀ, ରାତି ପ୍ରାୟ ୧୨ .୩୦ ମିନିଟ୍‌ ସମୟରେ କାଳିୀମାଟି-ବାମେବାରି ରାସ୍ତାର ବଳଦାସ୍ଥିତ ସିରାଜୁଦ୍ଦିନ ଖଣି ନିକଟରେ ଡ୍ରାଇଭର ଖଣିଜ ବୋଝେଇ ଟ୍ରକ୍‌କୁ ରାସ୍ତାକଡ଼ରେ ରଖିଥିଲେ। ସେ ସମୟରେ ୬ଜଣ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ସେଠାକୁ ଆସି ଟ୍ରକ୍‌ରରୁ ଡ୍ରାଇଭରଙ୍କୁ ଜଙ୍ଗଲକୁ ନେଇ ଲୁହା ରଡ୍‌ରେ ମାଡ଼ ମାରିବା ସହିତ ଛୁରି, ଭୁଜାଲିରେ ଗୋଡ଼ ହାତକୁ ହାଣିଥିଲେ। ତାଙ୍କ ପାଖରେ ଥିବା ୧୦ ହଜାରରୁ ଊଦ୍ଧର୍‌ବ ଟଙ୍କା ଓ ମୋବାଇଲ ନେଇ କାଳିମାଟି ଅଞ୍ଚଳ ଅଭିମୁଖେ ଚାଲିଯାଇଥିବା ଡ୍ରାଇଭର କହିଛନ୍ତି। ସେ ସେଠାରୁ ଜୀବନ ବିକଳରେ ଟ୍ରକ୍‌ ପାଖକୁ ଆସିବା ବେଳେ କିଛି ଡ୍ରାଇଭର ପହଞ୍ଚତ୍ ତାଙ୍କୁ ଯୋଡ଼ାସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲେ। ତାଙ୍କର ମୁଣ୍ଡ, ଦୁଇ ହାତ, ଗୋଡ଼ ଓ ପିଠିରେ ଗଭୀର କ୍ଷତ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଏ ନେଇ ବାମେବାରି ଥାନାରେ ଟ୍ରକ ମାଲିକ ସମୂହ ଏକତ୍ରିତ ହୋଇ କୋଷାଧ୍ୟକ୍ଷ ରାଜେଶ ରୋଷନଙ୍କ ସହିତ ଅଭିଯୋଗ କରିଥିଲେ। ଯୋଡ଼ା ଥାନା ଆଇଆଇସି ଜୟ ନାରାୟଣ ଖଣ୍ଡେଇ ଡକାୟତି ହେଉଥିବା ସ୍ଥାନରେ ପୋଲିସ ନିୟୋଜିତ କରିବାକୁ ଆଶ୍ୱାସନା ଦେବା ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ସହଯୋଗ ଲୋଡିଥିଲେ। ୧୧୨ନଂ. କୁ ଫୋନ କରିବାକୁ ଡ୍ରାଇଭରଙ୍କୁ ସୂଚନା ଦିଅନ୍ତୁ ବୋଲି କହିଛନ୍ତି।
ପ୍ରକାଶଯୋଗ୍ୟ ଯେ, ଖଣି ରାସ୍ତାରେ ବିଶେଷକରି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଟ୍ରକ୍‌ ଡ୍ରାଇଭରଙ୍କୁ ଟାର୍ଗେଟ କରି ଲୁଟ୍‌ କରୁଛନ୍ତି। କିଛି ଦିନ ପୂର୍ବେ ଖଣ୍ଡବନ୍ଧ ପାର୍କିଂ ଅଞ୍ଚଳରେ ଡ୍ରାଇଭରଙ୍କୁ ମାଡ଼ ମାରି ଲୁଟ୍‌ ଘଟିଥିଲା। ଘଟଣା ସମ୍ପର୍କରେ ଧରିତ୍ରୀରେ ଗତ ୭ ଅଗଷ୍ଟ ୨୦୨୩ ରେ ଶୀର୍ଷକ ‘ଟ୍ରକ ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟୁଛନ୍ତି’, ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri