ଲୁହାଖୁଣ୍ଟରେ ପିଟିହେଲା କେନ୍ଦୁପତ୍ର ବୋଝେଇ ଟ୍ରକ୍‌, ଦୀର୍ଘ ସମୟ ଧରି ରାସ୍ତା ଅବରୋଧ

କୋରାପୁଟ,୧୯ା୨(ସ୍ବ.ପ୍ର.): ମାଲକାନାଗିରି ଅଞ୍ଚଳରୁ କେନ୍ଦୁପତ୍ର ନେଇ କୋଲକାତା ଯାଉଥିବା ସିଜି-୦୪-ଏଚ୍‌ୟୁ-୬୧୫୯  ନମ୍ବର ବିଶିଷ୍ଟ ଏକ ଟ୍ରକ୍‌ ସ୍ଥାନୀୟ ରେଲଓ୍ବେ ଓଭର ବ୍ରିଜ୍‌ ନିକଟରେ ଥିବା ବିପଦ ସଙ୍କେତ ସୂଚାଉଥିବା ଲୁହାଖୁଣ୍ଟରେ ବାଜି  ଶତାଧିକ କେନ୍ଦୁପତ୍ର ବସ୍ତା ୨୬ ନମ୍ବର ଜାତୀୟ ରାଜପଥରେ ପଡ଼ିଥିବା ଦେଖାଯାଇଥିଲା। ଏହି ରାସ୍ତା ଅବରୋଧ ଯୋଗୁ ଯାତ୍ରୀମାନେ ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଅଟକି ରହିଥିଲେ।

 

ଲୁହାଖୁଣ୍ଟରେ ପିଟିହେଲା କେନ୍ଦୁପତ୍ର ବୋଝେଇ ଟ୍ରକ୍‌, ଦୀର୍ଘ ସମୟ ଧରି ରାସ୍ତା ଅବରୋଧ
କୋରାପୁଟ,୧୯ା୨(ସ୍ବ.ପ୍ର.): କୋରାପୁଟ ସଦର ଥାନା ନିକଟ ରେଲଓ୍ବେ ଓଭର ବ୍ରିଜ୍‌ର ବିପଦ ସଙ୍କେତ ସୂଚାଉଥିବା ଲୁହାଖୁଣ୍ଟରେ ବାଜି ୨୬ ନମ୍ବର ଜାତୀୟ ରାଜପଥ ପ୍ରାୟ ଅଧଘଣ୍ଟା ଧରି ଅବରୋଧ ହେବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ରହିଥିଲା। ରବିବାର ମଧ୍ୟାହ୍ନରେ ଏହି ଘଟଣା ଘଟିଥିବା ଜଣାଯାଇଛି।

କୋରାପୁଟରେ ଥିବା ରେଲଓ୍ବେ ଓଭର ବ୍ରିଜଠାରେ ଆଜି ଏପରି ଘଟଣା ପ୍ରଥମ  ଘଟିନାହିଁ। କିଛି ବର୍ଷ ତଳେ ବିଶାଖାପାଟଣାରୁ ଭାୟା ନଗରନାର ଆଳୁମିନିୟମ ପ୍ଲାଣ୍ଟକୁ ଯାଉଥିବା ମେକ୍‌ ମେଶିନ ଏହି ରେଲଓ୍ବେ ଓଭର ବ୍ରିଜ୍‌ ନିକଟରେ ବାଜି ଦୁଇ ଦିନ ଧରି ଜାତୀୟ ରାଜପଥର ଏକ ପାର୍ଶ୍ୱ ଜାମ୍‌ ରହିଥିଲା। ସେହିପରି ଏ ଦିଗରେ ରେଲଓ୍ବେ କର୍ତ୍ତୃପକ୍ଷ ମଧ୍ୟ ସଠିକ୍‌ ପଦକ୍ଷେପ ଗ୍ରହଣ କରୁ ନ ଥିବା ଏବଂ ବାରମ୍ବାର ଏପରି ଘଟଣା ଘଟୁଥିବାେବେଳ ମାଲ୍‌ ପରିବହନ କରୁଥିବା ଟ୍ରକ୍‌ ମାଳିକମାନେ କୋରାପୁଟର ଏହି ଜାଗାରେ କେତେ ଉଚ୍ଚତା ରହିଛି, ସେହି ଉଚ୍ଚତାରେର ମାଲ୍‌ ପରିବହନ ନେଇ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ସାଧାରଣ ଯାତ୍ରୀଙ୍କୁ ଏହି ଅସୁବିଧା ସହିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି

ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri