ଟ୍ରକ୍‌-ଅଟୋ ମୁହାଁମୁହିଁ ଧକ୍କା: ଚାଲିଗଲା ଅଟୋ ଚାଳକଙ୍କ ଜୀବନ

ତିହିଡ଼ି,୧୦ା୯(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାସ୍ତାର ଫତେପୁର ଛକରେ ରବିବାର ମଧ୍ୟାହ୍ନରେ ଏକ ଟ୍ରକ୍‌ ସହ ମାଲବାହୀ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ବ୍ଲକ ସାବରଙ୍ଗ ଥାନା ଅଧୀନ କେଦାରପୁର ଗ୍ରାମର ଲକ୍ଷ୍ମୀଧର ଜେନା (୩୫)।

ସୂଚନା ଅନୁଯାୟୀ, ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ଏକ ଟ୍ରକ୍‌(ନଂ. ଓଆର୍‌୨୨ ୨୨୭୬) ସହ ବିପରୀତ ଦିଗରୁ ତିହିଡ଼ି ଅଭିମୁଖେ ଯାଉଥିବା ଅଟୋ (ନଂ. ଓଡି୨୨କେ୩୭୫୨) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅଟୋ ଚାଳକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ତିହିଡ଼ି ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବୀ ଗୀତ ବୁଝି ପାରିଲେନି Vaibhav Suryavanshi! ବିଜୟ ପରେ ଡ୍ୟାନ୍ସ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୭।୨: ୧୯ ବର୍ଷରୁ କମ ବିଶ୍ୱକପ ଇତିହାସର ସବୁଠାରୁ ଶକ୍ତିଶାଳୀ ପ୍ରଦର୍ଶନ ପରେ, Vaibhav Suryavanshi ଏକ ଜବରଦସ୍ତ ଉତ୍ସବ ସହିତ ଭାରତର ବିଜୟ ପାଳନ କଲେ,…

ଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଛି ଷ୍ଟୋନ ସମସ୍ୟା, ଜାଣନ୍ତୁ କାରଣ ଏବଂ ପ୍ରତିକାର

ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଷ୍ଟୋନକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ । କିନ୍ତୁ ଏହି ଛୋଟ ସମସ୍ୟା ହୃଦରୋଗ, କ୍ରନିକ ବୃକକ୍ ରୋଗ ଏବଂ କିଡନୀ…

ଭଲିବଲ ଟୁର୍ଣ୍ଣାମେଣ୍ଟ: ସ୍ବାମ୍‌ ଟିମ୍‌କୁ ହରାଇ କରଞ୍ଜିଆ ଚମ୍ପିୟାନ

ପାଟଣା,୭।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସ୍ବାମ ବିରଜୟ ଗୋବିନ୍ଦପୁର ଶାସନ ଭଲିବଲ ଆସୋସିଏଶନ ପକ୍ଷରୁ ଶୁକ୍ରବାର ଦିବାରାତ୍ର ସ୍ବାମ…

ଅଶାନ୍ତ ହୋଇପଡ଼ିଛି ବରଗଡ଼: ଜଳୁଛି କ୍ରୋଧର ନିଆଁ, ସହରବାସୀ ଅସୁରକ୍ଷିତ

ବରଗଡ଼,୭ା୨(ପ୍ରେମାନନ୍ଦ ଖମାରୀ): ବିଚ୍‌ ରାସ୍ତା ଉପରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୨ଯୁବକଙ୍କ ମୃତ୍ୟୁ ପରେ ବରଗଡ଼ ସହର ଅଶାନ୍ତ ହୋଇ ପଡ଼ିଛି। ଏବେ ମଧ୍ୟ ଉତ୍ତେଜନା ଲାଗି…

India-US Trade Deal: ‘ବନ୍ଧୁ ଆଉ ବନ୍ଧୁ ହୋଇ ରହିଲେ ନାହିଁ…’, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ମଧ୍ୟରେ ଘୋଷଣା ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାତୀୟ ରାଜନୀତିକୁ ଉଷ୍ମ କରିଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ…

ଜିଲାକୁ ରହିଛି ପ୍ରାକୃତିକ ବିପର୍ଯ୍ୟୟ ଭୟ: ସାମୁଦ୍ରିକ ପ୍ରାଚୀର, ହେନ୍ତାଳ ବଣ ପ୍ରସ୍ତାବରେ ସୀମିତ

କେନ୍ଦ୍ରାପଡ଼ା, ୭ା୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ। ଏହି ଜିଲାକୁ ପ୍ରତିବର୍ଷ ବନ୍ୟା, ବାତ୍ୟା ସହିତ ସୁନାମି ଭୟ ରହିଛି। ଏପରି ପ୍ରାକୃତିକ ବିପର୍ଯ୍ୟୟ…

କାନ୍ଦିଲାଣି ପାକିସ୍ତାନ, ଚିନ୍ତାରେ ଚାଇନା! ଆମେରିକାର ଜବାବକୁ ନେଇ…

ନୂଆଦିଲ୍ଲୀ,୭।୨: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସମ୍ପ୍ରତି ପିଓକେର ମାଟିରୁ ‘କଶ୍ମୀର ପାକିସ୍ତାନ ହେବ’ ସ୍ଲୋଗାନ ଦେଇଥିଲେ। ମଞ୍ଚ ପ୍ରସ୍ତୁତ ଥିଲା, କରତାଳି ହୋଇଥିଲା, ଏବଂ ଇସଲାମାବାଦ…

ଅଳଙ୍କାର ଦେକାନରୁ ଚେନ୍ ଚୋରି କଲା ପାରା; ଥଣ୍ଟରେ ନେଇ ବେକରେ ପିନ୍ଧିଲା, ତାପରେ…

ଜୟପୁର,୭।୨: ରାଜସ୍ଥାନର ନାଗୌର ଜିଲାରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ମଜାଦାର ଖବର ସାମ୍ନାକୁ ଆସିଛି। ସାଧାରଣତଃ ଲୋକମାନେ ଚୋରି ଏବଂ ଡକାୟତି ରିପୋର୍ଟରେ ମଣିଷଙ୍କ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri