ବିଜୟଙ୍କୁ ପଛରେ ପକାଇଦେଲେ ତ୍ରିଶା: ଖେଳିଗଲା…

ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ ଏବଂ ସୂର୍ଯ୍ୟା ଅଭିନୀତ ଫିଲ୍ମ ‘କରୁପ୍ପୁ’ ଦର୍ଶକଙ୍କଠାରୁ ଏକ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ କରିଛି। ଫିଲ୍ମ ମୁକ୍ତିଲାଭ କରିବାର ଦୁଇ ସପ୍ତାହ ପୂରିଛି। ‘କରୁପ୍ପୁ’ ବିଶ୍ୱବ୍ୟାପୀ ଆଉ ଏକ ବଡ଼ ମାଇଲଖୁଣ୍ଟ ହାସଲ କରିଛି। ଅଭିନେତା ଥାଲାପତି ବିଜୟଙ୍କ ‘ଭାରିସୁ’ର ବିଶ୍ୱବ୍ୟାପୀ ଜୀବନକାଳ ସଂଗ୍ରହ(ଓର୍‌ବର୍ଲଡଓ୍ବାଇଡ୍‌ ଲାଇଫ୍‌ଟାଇମ୍‌ କଲେକ୍ସନ)କୁ ଅତିକ୍ରମ କରିଛି।
‘କରୁପ୍ପୁ’ ବିଶ୍ୱବ୍ୟାପୀ ୩୦୦ କୋଟି ଟଙ୍କା ଅତିକ୍ରମ କରିଛି। ଏହି ସଫଳତା ସହିତ ତ୍ରିଶା ଏବଂ ସୂର୍ଯ୍ୟା ଅଭିନୀତ ଫିଲ୍ମଟି ବିଜୟ ଏବଂ ରଶ୍ମିକା ମନ୍ଦାନାଙ୍କ ୨୦୨୩ରେ ମୁକ୍ତିଲାଭ କରିଥିବା ‘ଭାରିସୁ’ର ବିଶ୍ୱବ୍ୟାପୀ ଜୀବନକାଳ ସଂଗ୍ରହକୁ ପଛରେ ପକାଇ ଦେଇଛି। ‘ଭାରିସୁ’ ବିଶ୍ୱବ୍ୟାପୀ ୨୯୭.୫୫ କୋଟି ଟଙ୍କା ରୋଜଗାର କରିଥିଲା। ସମ୍ପ୍ରତି ‘କରୁପ୍ପୁ’ ନିର୍ଦ୍ଦେଶକ ବାଲାଜୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଫିଲ୍ମର ସଦ୍ୟତମ ବକ୍ସ ଅଫିସ ସଂଖ୍ୟା ଶେୟାର କରିଛନ୍ତି। ସେ ଲେଖିଛନ୍ତି, କରୁପ୍ପୁ ୩୦୦ନଟ ଆଉଟ।

’କରୁପ୍ପୁ’ ହୁଏତ ‘ଭାରିସୁ’ ସଂଗ୍ରହକୁ ପଛରେ ପକାଇଦେଇପାରେ, କିନ୍ତୁ ଏହା ଏପର୍ଯ୍ୟନ୍ତ ଶିବକାର୍ତ୍ତିକେୟନ ଏବଂ ସାଇ ପଲ୍ଲବୀଙ୍କ ୨୦୨୪ରେ ରିଲିଜ ହୋଇଥିବା ‘ଅମରନ’ର ରେକର୍ଡ ଭାଙ୍ଗିପାରିନାହିଁ, ଯାହା ଜୀବନବ୍ୟାପୀ ୩୩୩.୬୭ କୋଟି ରୋଜଗାର କରିଥିଲା। ଭାରତ ଭିତରେ ‘କରୁପ୍ପୁ’ ୧୯୪.୫୫ କୋଟି ଆୟ କରିଛି।
‘କରୁପ୍ପୁ’ର ଚମତ୍କାର ବକ୍ସ ଅଫିସ ସଫଳତାକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶକ ଆରଜେ ବାଲାଜୀ ଫିଲ୍ମର ଏକ ସମ୍ଭାବ୍ୟ ସିକ୍ୱେଲ ସମ୍ପର୍କରେ ଏକ ଇଙ୍ଗିତ ଦେଇଛନ୍ତି।

Dharitri – Odisha’s No.1 Odia Daily

Share