Posted inଜାତୀୟ

ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ ବିଧାନସଭା ନିର୍ବାଚନର ଫଳାଫଳ ଆଜି, ଗଣନା ପାଇଁ ପ୍ରସ୍ତୁତି ଶେଷ

ନୂଆଦିଲ୍ଲୀ,୨ ।୩: ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ଘୋଷଣା ହେବାକୁ ଯାଉଛି । ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହେବ । ତିନୋଟି ଯାକ ରାଜ୍ୟରେ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହା ବ୍ୟତୀତ ମହାରାଷ୍ଟ୍ରର କସବା ପେଠ ତଥା ଚିଂଚୱାଡା ବିଧାନସଭା ଆସନ, ତାମିଲନାଡୁର ଇରୋଡ-ପୂର୍ବ ଆସନ, ପଶ୍ଚିମବଙ୍ଗର ସାଗରଦିଘି ଓ ଝାଡଖଣ୍ଡର ରାମଗଡ଼ ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ମଧ୍ୟ ଗୁରୁବାର ଆସିବ । ତ୍ରିପୁରାରେ ଗୋଟିଏ ପର୍ଯ୍ୟାୟରେ ୧୬ ଫେବୃୟାରୀରେ ଭୋଟ ଗ୍ରହଣ କରାଯାଇଥିବା ବେଳେ ମେଘାଳୟରେ ୨୭ ଫେବୃୟାରୀରେ ମତଦାନ କରାଯାଇଥିଲା ।
ତ୍ରିପୁରାର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ବୁଧବାର କହିଥିଲେ କି ଭୋଟଗଣନା ସମ୍ପର୍କିତ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହେବ । ୫ରୁ ୮ ରାଉଣ୍ଡ ମଧ୍ୟରେ ଭୋଟଗଣତି ଶେଷ ହୋଇପାରେ । ସେ କହିଛନ୍ତି ଦ୍ୱିପ୍ରହର ସୁଦ୍ଧା ଫଳାଫଳ ସ୍ପଷ୍ଟ ହୋଇଯାଇପାରେ । ତ୍ରିପୁରା ବିଧାନସଭାର ମୋଟ ୬୦ଟି ଆସନରେ ୮୯.୯୦ ପ୍ରତିଶତ ମତଦାନ ହୋଇଛି । ବିଭିନ୍ନ ଦଳର ମୋଟ ୨୫୯ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି । ଏଠାର ଶାସକ ଭାଜପା-ଆଇପିଏଫଟି ଓ ଲେଫ୍‌ଟ-କଂଗ୍ରେସ ମେଣ୍ଟ ମଧ୍ୟରେ ମୁଖ୍ୟ ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି ।
ମେଘାଳୟର ୫୯ ବିଧାନସଭା ଆସନ ପାଇଁ ୨୭ ଫେବୃୟାରୀରେ ହୋଇଥିବା ଭୋଟ ଗ୍ରହଣର ଫଳାଫଳ ଗୁରୁବାର ଆସିବ । ଏକଜିଟ ପୋଲ ଉପରେ ଭରସା କଲେ ଲାଗୁଛି ଏଥର ରାଜ୍ୟରେ ତ୍ରିଶଂକୁ ବିଧାନସଭା ହୋଇପାରେ । ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ନ୍ୟାଶନାଲ ପିପୁଲ୍ସ ପାର୍ଟି(ଏନପିପି)କୁ ସବୁଠାରୁ ଅଧିକ ଆସନ ମିଳିପାରେ ବୋଲି ଅନୁମାନ କରାଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ମତଗଣନା ପୂର୍ବରୁ ଗୁଆହାଟିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମାଙ୍କୁ ଭେଟିଛନ୍ତି ।
ନାଗାଲାଣ୍ଡରେ ହୋଇଥିବା ବିଧାନସଭା ଆସନରେ ଏଥର ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)ଓ ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି(ଏନଡିପିପି)ର ମେଣ୍ଟକୁ ବହୁମତ ମିଳିପାରେ । ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏନଡିପିପି ୪୦ଟି ଆସନରେ ନିର୍ବାଚନ ଲଢିଛି ଓ ଭାଜପା ୨୦ ଆସନରେ ପ୍ରାର୍ଥୀ ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri